ETV Bharat / bharat

ଥାନାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ପୁଅ, ଟଙ୍କା କାରବାର ଆଲୋଚନା ନେଇ ଭାଇରାଲ ହୋଇଥିଲା ଭିଡିଓ

author img

By ETV Bharat Odisha Team

Published : Nov 6, 2023, 3:49 PM IST

ଥାନାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ପୁଅ । ଟଙ୍କା ନେଣଦେଣ ଆଲୋଚନା ନେଇ ଭାଇରାଲ ହୋଇଥିଲା ଭିଡିଓ । ଅଧିକ ପଢନ୍ତୁ

ଥାନାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ତୋମାରଙ୍କ ପୁଅ, ଟଙ୍କା ବଣ୍ଟା ନେଇ ଭାଇରାଲ ହେଉଥିଲା ଭିଡିଓ

ଭୋପାଳ: ଭାଇରାଲ ଭିଡିଓ ନେଇ ଥାନାରେ ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନରେନ୍ଦ୍ର ସିଂ ତୋମାରଙ୍କ ପୁଅ ଦେବେନ୍ଦ୍ର ପ୍ରତାପ ସିଂ ତୋମାର । ସେ ନିର୍ବାଚନରେ ଟଙ୍କା ନେଣଦେଣ ନେଇ ଆଲୋଚନା କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ମିଥ୍ଯା ଓ ଉଦ୍ଦେଶ୍ୟମୂଳକ ଦର୍ଶାଇ ସେ ଥାନାରେ ଅଭିଯୋଗ କରିଛନ୍ତି । ରାଜନୈତିକ ଶତ୍ରୁତାରୁ ନିର୍ବାଚନ ପୂର୍ବରୁ କେହି ଏପରି କରୁଛି ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଦେବେନ୍ଦ୍ର ଆଜି ମୋରେନା ଜିଲ୍ଲାର ସିଭିଲ ଲାଇନ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଭିଡିଓକୁ ଏଡିଟ କରାଯାଇଛି ଓ ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ କରାଯାଇଛି । ନିର୍ବାଚନ ପୂର୍ବରୁ ଏହା ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର । ଏହା ତାଙ୍କ ସାମାଜିକ ପ୍ରତିଷ୍ଠା ଓ ଭାବମୂର୍ତ୍ତିକୁ ଖରାପ କରିବାରେ ଲାଗିଛି । ଏହାକୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରାଯାଉଛି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ସେହିପରି ସେ ଭାଇରାଲ ଭିଡିଓରେ ଟଙ୍କା କାରବାର ନେଇ ଆଲୋଚନା ହେଉଥିବା ବେଳେ ତାଙ୍କର କୌଣସି ବ୍ୟାଙ୍କ ଆକାଉଣ୍ଟକୁ କିମ୍ବା ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ କୌଣସି ପ୍ରକାର ଟଙ୍କା କାରବାର ହୋଇନାହିଁ ବୋଲି ସେ ବାରମ୍ବାର ଦାବି କରିଛନ୍ତି । ଏହା କେବଳ ଏକ ଭିଡିଓକୁ ଏଡିଟ କରି ନିର୍ବାଚନ ପୂର୍ବରୁ ତାଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ରାଜନୈତିକ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଅନୁସାରେ, ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଭିଡିଓର ସତ୍ୟତା ଯାଞ୍ଚ କରିବା ସହ ଏହା କେବେ ଓ କେଉଁ ଡିଭାଇସରୁ ଇଣ୍ଟରନେଟରେ ପ୍ରଥମେ ଅପଲୋଡ ହୋଇଛି, ପୋଲିସ ସାଇବର ସେଲ ସାହାଯ୍ୟରେ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ :-Mahadev Book: 22 ବେଆଇନ ବେଟିଂ ଆପ ଓ ଓ୍ବେବସାଇଟକୁ ବ୍ୟାନ କଲା କେନ୍ଦ୍ର

ଏବେ କେନ୍ଦ୍ରରେ କୃଷିମନ୍ତ୍ରୀ ଥିବା ବିଜେପିର ଏହି ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ଚଳିତ ବିଧାନସଭା ନିର୍ବାଚନ ଲଢୁଛନ୍ତି । ତାଙ୍କୁ ମଧ୍ୟ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଭାବେ ଅନୁମାନ କରାଯାଉଛି । ଚଳିତ 17 ତାରିଖରେ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମୋଟ 230 ଆସନରେ ଏକକାଳୀନ ଭୋଟଗ୍ରହଣ ହେବା ସହ ଡିସେମ୍ବର 3 ତାରିଖରେ ଫଳାଫଳ ପ୍ରକାଶ ପାଇବ । ରାଜ୍ୟରେ ଏବେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ସରକାରରେ ଥିବା ବେଳେ ମୁଖ୍ୟ ପ୍ରତିନ୍ଦ୍ବନ୍ଦ୍ବୀ ଭାବେ କଂଗ୍ରେସ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.