ETV Bharat / bharat

ହିନ୍ଦୁ ମନ୍ଦିର ଭଙ୍ଗା ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନକୁ କହିଛି ଭାରତ

ପାକିସ୍ତାନର ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଉପରେ ଭାରତ ସରକାର ପାକିସ୍ତାନକୁ ଅବଗତ କରାଇଥିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଅଧିକ ପଢନ୍ତୁ...

ହିନ୍ଦୁ ମନ୍ଦିର
ହିନ୍ଦୁ ମନ୍ଦିର
author img

By

Published : Feb 11, 2021, 12:41 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା ଯିବା ଘଟଣା ସାମ୍ନାକୁ ଆସୁଥିବାବେଳେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି । ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ଅପରାଧୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ପାକିସ୍ତାନକୁ କହିଥିବା ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଓଡିଆ ତଥା ବିଜେଡି ସାଂସଦ ସୁଜିତ କୁମାରଙ୍କ ଏକ ପ୍ରଶ୍ନରେ ଏପରି ଉତ୍ତର ମିଳିଛି । ପାକିସ୍ତାନର ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଉପରେ ଭାରତ ସରକାରଙ୍କ ଆଭିମୁଖ୍ୟ କଣ ବୋଲି ସୁଜିତ ପ୍ରଶ୍ନ କରିଥିବାବେଳେ ମନ୍ତ୍ରଣାଳୟ ପକ୍ଷରୁ ଏପରି ଉତ୍ତର ଦିଆଯାଇଛି ।

ସେହିପରି ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପୂଜାପାଠ ସ୍ଥାନଗୁଡିକରେ ଅତ୍ୟାଚାର ଏବଂ ଭଙ୍ଗାରୁଜା ଘଟଣାର ଖବର ଆସିଛି । ପାକିସ୍ତାନ ସରକାର ଏହାର ସଂଖ୍ୟାଲଘୁ ସମ୍ପ୍ରଦାୟର ତଥା ସେମାନଙ୍କର ଧାର୍ମିକ ପୂଜାପାଠର ସୁରକ୍ଷା, ନିରାପତ୍ତା ତଥା କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ ଭାରତ ପକ୍ଷରୁ କୁହାଯାଇଛି ବୋଲି ଉତ୍ତରରେ ଉଲ୍ଲେଖ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.