ଭୋପାଳ: ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ଭାଗିଦାରୀ ପାଇଁ ସରକାର ୫୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି । ମହିଳା ସଶକ୍ତିକରଣ ଲାଗି ଅନେକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମାତ୍ର ଗ୍ରାମାଞ୍ଚଳରେ ଏହି ଉଦ୍ୟମ ବୃଥା ଯିବା ପରି ମନେ ହେଉଛି । ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ (MP Panchayat Election 2022) ବେଳେ ଅନେକ ସ୍ଥାନରେ ମହିଳା ସରପଞ୍ଚ ପ୍ରାର୍ଥି ହୋଇଥିଲେ ଓ ନିର୍ବାଚିତ ମଧ୍ୟ ହୋଇଥିଲେ । ତେବେ ଶପଥ ନେବାବେଳକୁ ନିର୍ବାଚିତ ମହିଳା ସରପଞ୍ଚଙ୍କ ସଂପର୍କୀୟ ପହଞ୍ଚିବାପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
କାହାର ସ୍ବାମୀ, ଶ୍ବଶୁର ଓ ତ (Female Sarapanch relatives take oath) ଆଉକାହାର ଦିଅର ଆସି ଶପଥ ଗ୍ରହଣ କରିଥିବା ଦେଖାଯାଇଛି । ଯାହା ସମସ୍ତଙ୍କୁ ଚକିତ କରିଛି । ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଏନେଇ ପ୍ରଶ୍ନ କରାଯିବା ପରେ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ।
ଶପଥ ପାଠ କଲେ ସ୍ବାମୀ ଦିଅର:-
ମଧ୍ୟପ୍ରଦେଶର ସାଗର ଗ୍ରାମ ପଞ୍ଚାୟତର ଜୈସୀନଗର ଅଞ୍ଚଳରେ ଗୁରୁବାର ନବନିର୍ବାଚିତ ସରପଞ୍ଚଙ୍କ ଶପଥ ପାଠ ସମାରୋହରେ ଆୟୋଜନ କରାଯାଇଥିଲା । ସରପଞ୍ଚଙ୍କୁ ମିଶାଇ ମୋଟ ୨୧ ସଦସ୍ୟ ଏହି ପଞ୍ଚାୟତରେ ନିର୍ବାଚିତ ହୋଇଛନ୍ତି । ଯେଉଁଥିରେ ୧୦ ମହିଳା ନିର୍ବାଚିତ ହୋଇଛନ୍ତି । ମାତ୍ର ଏହି ୧୦ ଜଣଙ୍କୁ ମଧ୍ୟରୁ ଶପଥ ଗ୍ରହଣ ସମାରୋହରେ ମାତ୍ର ୩ ଜଣ ଉପସ୍ଥିତ ଥିଲେ । ଅନ୍ୟ ମହିଳାଙ୍କ ସ୍ବାମୀ, ପିତା ଓ ସମ୍ପର୍କୀୟ ଶପଥ ପାଠ ପାଇଁ ପହଞ୍ଚିଥିଲେ । ମହିଳା ଜନ ପ୍ରତିନିଧିଙ୍କ ଅନୁପସ୍ଥିତି ସମ୍ପର୍କରେ ଜାଣି ମଧ୍ୟ ସ୍ଥାନୀୟ ପଞ୍ଚାୟତରାଜ ସଚିବ ଆଶାରାମ ସାହୁ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ସହିତ ସେମାନଙ୍କୁ ଶପଥ ପାଠ ପାଇଁ କହିଥିଲେ ।
କାହିଁକି ଶପଥ ନେଲେ ସମ୍ପର୍କୀୟ ?
ଏ ସମ୍ପର୍କରେ ପଞ୍ଚାୟତ ସଚିବ ଆଶାରାମଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ, ଯେତେବେଳେ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ନ ରୁହନ୍ତି ସେତେବେଳେ ତାଙ୍କ ସମ୍ପର୍କୀୟ ଶପଥ ଗ୍ରହଣ କରିପାରିବେ କି ? ସେ ନିଜର ଦୋଷ ମାନିଥିବାବେଳେ ସନ୍ତୋଷଜନକ ଉତ୍ତର ରଖିନଥିଲେ । ତେବେ ଏ ନେଇ ଆଶାରାମ କହିଥିଲେ ଯେ, "ମହିଳା ଜନ ପ୍ରତିନିଧିଙ୍କୁ ବାରମ୍ବାର ଶପଥ ପାଠ ପାଇଁ ଉପସ୍ଥିତ ରହିବାକୁ କୁହାଯାଇଥିଲା । ମାତ୍ର ସେ ଉପସ୍ଥିତ ନହେବା ପରେ ତାଙ୍କ ସମ୍ପର୍କୀୟ ଶପଥ ନେଇଥିଲେ ।" ମହିଳା ଜନ ପ୍ରତିନିଧିଙ୍କ ବଦଳରେ ସେମାନଙ୍କ ସମ୍ପର୍କୀୟ ଶପଥ ପାଠ କରୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।