ନୂଆଦିଲ୍ଲୀ: ଅମରାବତୀ ସାଂସଦ ନବନୀତ ରାଣାଙ୍କୁ ହତ୍ୟା ଧମକ ମିଳିଛି । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ନର୍ଥ ଆଭେନ୍ୟୁ ଥାନା ପୋଲିସ ପକ୍ଷରୁ ମାମଲାର ତଦନ୍ତ କରାଯାଉଥିବା ଡିସିପି ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ହସ୍ପିଟାଲରୁ ଡିସଚାର୍ଜ ହେଲେ ନବନୀତ ରାଣା, ଉଦ୍ଧବ ଠାକରେଙ୍କୁ ଦେଲେ ନିର୍ବାଚନ ଲଢିବାର ଆହ୍ବାନ
ଘଟଣା ମୁତାବକ ଗତ ମଙ୍ଗବାର ସନ୍ଧ୍ୟା 5ଟା 27 ସମୟରେ ନବନୀତଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ 11ଥର ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣକ ନବନୀତଙ୍କୁ ଗାଳି କରିଥିଲେ ଏବଂ ହନୁମାନ ଚାଳିଶା ପଢ଼ିବା ପ୍ରସଙ୍ଗ ପୁନଃ ଉଠାଇଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ସୂଚନା ଥାଉକି, ହନୁମାନ ଚାଳିଶା ବିବାଦରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି ।