ETV Bharat / bharat

MP: ଜନ୍ମନେଲା ବିରଳ ଶିଶୁକନ୍ୟା, ରହିଛି 4ଟି ଗୋଡ

author img

By ETV Bharat Odisha Team

Published : Aug 22, 2023, 9:23 PM IST

ମଧ୍ୟ ପ୍ରଦେଶରେ ଜନ୍ମ ନେଲା 4 ଗୋଡ ଥିବା ବିରଳ ଶିଶୁକନ୍ୟା । ଅବସ୍ଥା ସଙ୍କଟାପନ୍ନ । ଭୋପାଳ ଏମ୍ସରେ ଭର୍ତ୍ତି । ଅଧିକ ପଢନ୍ତୁ

MP: ଜନ୍ମନେଲା ବିରଳ ଶିଶୁକନ୍ୟା, ରହିଛି 4ଟି ଗୋଡ
MP: ଜନ୍ମନେଲା ବିରଳ ଶିଶୁକନ୍ୟା, ରହିଛି 4ଟି ଗୋଡ

ଭୋପାଳ: ମଧ୍ୟ ପ୍ରଦେଶର ଭିଦିସା ଜିଲ୍ଲାରେ ଜଣେ ପ୍ରସୂତି ଏକ ବିରଳ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି । କନ୍ୟା ସନ୍ତାନଟିର 4ଟି ଗୋଡ ରହିଥିବା ଜଣାପଡିଛି । ସୂଚନାନୁସାରେ, ଭିଦିସା ମାଣ୍ଡି ବାମୋରାସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ମହିଳାଜଣଙ୍କ ପ୍ରସବ କରିଥିଲେ । ହେଲେ ଏହି ବିରଳ ଶିଶୁଟିର ସ୍ବାସ୍ଥ୍ଯାବସ୍ଥା ସଙ୍କଟାପନ୍ନ ରହିଛି । ଉଭୟ ପ୍ରସୂତି ଓ ନବଜାତକକୁ ଭୋପାଳ ସ୍ଥିତ AIIMSକୁ ସ୍ଥାନାନ୍ତିରତ କରାଯାଇଛି । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଏହି ମା’ ଓ ଶିଶୁଙ୍କୁ ଚିକିତ୍ସା କରୁଥିବା ସୂଚନା ମିଳିଛି ।

ସୂଚନାନୁସାରେ, ବିଦିସା ମାଣ୍ଡି ବାମୋରା ସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ପ୍ରସୂତୀ ଭର୍ତ୍ତି ହୋଇଥିଲେ । ସେ ଏକ ଚାରିଗୋଡ ଥିବା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଜନ୍ମହେବା ପରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଜରିଆରେ ରାଜଧାନୀ ଭୋପାଳ ସ୍ଥିତ ଏମସ (AIIMS)କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଉଭୟଙ୍କର ଚିକିତ୍ସା ଜାରି ରହିଛି । ହେଲେ ଶିଶୁଟିର ଅବସ୍ଥା ସମ୍ପର୍କରେ କିଛି କୁହାଯାଇପାରିବ ନାହିଁ ବୋଲି ଡାକ୍ତରୀ ଟିମ ପକ୍ଷରୁ ସୂଚନା ମିଳିଛି । ଏହି ମହିଳାଙ୍କର ପୂର୍ବରୁ 3 ସନ୍ତାନ ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Strange incident: ଯୁବକ ଗିଳିଦେଲେ ଜିଭଛେଲା, ଅପରେସନ ପରେ ବଞ୍ଚିଲା ଜୀବନ

ଶିଶୁଟିର ଶାରୀରିକ ଗଠନରେ ବ୍ୟତିକ୍ରମ ରହିଛି । 4 ଟି ଗୋଡ ରହିଛି । ଡାକ୍ତରଙ୍କ କହିବାନୁସାରେ, ଏହାକୁ ଚିକିତ୍ସା ବିଜ୍ଞାନ ଭାଷାରେ 'ଇଶିଓପାଗସ୍' କୁହାଯାଏ । ଏପରି ଅବସ୍ଥାରେ ଜନ୍ମଗ୍ରହଣ କରୁଥିବା ଶିଶୁ ଶାରୀରିକ ଭିନ୍ନକ୍ଷମ ହୋଇଥାନ୍ତି । ଏକାଧିକ ପ୍ରକାରର ବ୍ୟତିକ୍ରମ ତାଙ୍କ ଶାରୀରିକ ଗଠନରେ ଦେଖିବାକୁ ମିଳିଥାଏ । କିଛି କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଥିଲେ ଏହାକୁ ଅସ୍ତ୍ରୋପଚାର ମାଧ୍ଯମରେ ଠିକ କରାଯାଇପାରେ । ହେଲେ ଏହି ଅପରେସନ ଅନ୍ୟ ଅପରେସନ ତୂଳନାରେ ବେଶ ଆହ୍ବାନପୂର୍ଣ୍ଣ ହୋଇଥାଏ । ଅଳ୍ପ କିଛି ମାମଲାରେ ଡାକ୍ତରଙ୍କୁ ସଫଳତା ମିଳିପାରିଛି । ହେଲେ ମାତ୍ରାଧିକ ମାମଲାରେ ଅପରେସନ ପରେ ମଧ୍ୟ ସଫଳତା ମିଳିପାରିନଥାଏ । ସେହି କ୍ଷେତ୍ରରେ ଦୀର୍ଘ ସମୟ ଧରି ହସ୍ପିଟାଲରେ ରହିବା ପରେ ମଧ୍ୟ ଶିଶୁଟିର ମୃତ୍ୟୁ ହୋଇଥାଏ । କିଛି କ୍ଷେତ୍ରରେ ସଫଳତା ମିଳିବାର ଉଦାହରଣ ରହିଛି । ଓଡିଶାର ଯୋଡାମୁଣ୍ଡ ଶିଶୁ ‘ଜଗା ବଳିଆ’ ସମଗ୍ର ଦେଶରେ ଚହଳ ପକାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.