ETV Bharat / bharat

MP flood: ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

author img

By

Published : Aug 4, 2021, 6:57 AM IST

ମହାମାରୀ କାଳରେ ପ୍ରକୃତିର ତାଣ୍ତବ । ବନ୍ୟା ସ୍ଥିତି ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

MP floods: PM Modi speaks to CM; Shivraj informs over 2,000 people safely rescued
MP flood : ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୋପାଳ: ମହାମାରୀ କାଳରେ ପ୍ରକୃତିର ତାଣ୍ତବ । ମଧ୍ୟପ୍ରଦେଶରେ ଏବେ ବନ୍ୟା ସ୍ଥିତି ଉପୁ଼ଜିଛି । ପାଣି ଘେରରେ ଏକାଧିକ ଗାଁ । ଉଦ୍ଧାର କାର୍ଯ୍ୟରେ ଲାଗିଛି ସେନା । ବନ୍ୟା ସ୍ଥିତି ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ସୁଦ୍ଧା ୨ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବନ୍ୟା ପ୍ରଭାବିତ ଜିଲ୍ଲାର ଅଧିକାରୀମାନେ ସତର୍କ ମୁକାବିଲା ପାଇଁ ସତର୍କ ରହିଥିବା ନେଇ ସୂଚନା ଦେଇଛନ୍ତି ।

ଶିବପୁରୀ, ଶୋପୁର, ଗ୍ୱାଲିୟର ଏବଂ ଡାଟିଆ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ମଙ୍ଗଳବାର ଡକାଯାଇଥିଲା । ଫଳରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିଲା । ଶିବପୁରୀର କେତେକ ବନ୍ୟା ପ୍ରଭାବିତ ଗାଁରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରତିରକ୍ଷା ବିମାନ ନିୟୋଜିତ କରାଯାଇଛି । ତେବେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ଓ ଖରାପ ପାଗ ଯୋଗୁଁ ବିମାନ ଯୋଗେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.