ETV Bharat / bharat

ସ୍କୁଲ ଶୌଚାଳୟ ସଫାକଲେ ଶକ୍ତିମନ୍ତ୍ରୀ

author img

By

Published : Dec 19, 2021, 12:35 PM IST

ଶୌଚାଳୟ ସଫା କଲେ ଶକ୍ତିମନ୍ତ୍ରୀ । ସାର୍ବଜନୀନ ସ୍ବଚ୍ଛତା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବା ପାଇଁ ଏପରି କିଛି ପଦକ୍ଷେପ ନେଇଛନ୍ତି ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର (MP Energy Minister Cleans School Toilet) । ଅଧିକ ପଢନ୍ତୁ

ସ୍କୁଲ ଶୌଚାଳୟ ସଫାକଲେ ଶକ୍ତିମନ୍ତ୍ରୀ
ସ୍କୁଲ ଶୌଚାଳୟ ସଫାକଲେ ଶକ୍ତିମନ୍ତ୍ରୀ

ଭୋପାଳ: ଶୌଚାଳୟ ସଫା କଲେ ଶକ୍ତିମନ୍ତ୍ରୀ । ସାର୍ବଜନୀନ ସ୍ବଚ୍ଛତା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବା ପାଇଁ ଏପରି କିଛି ପଦକ୍ଷେପ ନେଇଛନ୍ତି ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର (MP Energy Minister Cleans School Toilet) । ଗ୍ବାଲିଅର ସ୍ଥିତ ଏକ ସରକାରୀ ସ୍କୁଲର ଶୌଚାଳୟ ସଫା କରିଛନ୍ତି ଶକ୍ତି ମନ୍ତ୍ରୀ ।

  • स्वच्छता अभियान के आज #सातवें_दिवस पर शासकीय कन्या प्राथमिक/माध्यमिक विद्यालय में निरीक्षण के दौरान छात्राओं से बातचीत के दौरान मुझे बताया स्कूल परिसर की टायलेट साफ न होने का कारण हमें काफी परेशानी होती है। यह जानकर स्कूल परिसर में साफ-सफाई की। 3/3@ChouhanShivraj @JM_Scindia pic.twitter.com/wPCrxfjEJ2

    — Pradhuman Singh Tomar (@PradhumanGwl) December 17, 2021 " class="align-text-top noRightClick twitterSection" data=" ">

କ୍ୟାମ୍ପସରେ ଜଣେ ଛାତ୍ରୀ ସ୍କୁଲର ଅପରିଷ୍କାର ଶୌଚାଳୟ ବିଷୟରେ ଅଭିଯୋଗ କରିଥିଲେ । ଏହାପରେ ମନ୍ତ୍ରୀ ନିଜ ହାତରେ ଏହି କାମ କରିବାରୁ ନିଷ୍ପତ୍ତି ନେଇଥିଲେ । ସ୍କୁଲର ଶୌଚାଳୟ ସଫା କରାଯାଉନାହିଁ ଫଳରେ ପିଲାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ଛାତ୍ରୀ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର ସଙ୍ଗେ ସଙ୍ଗେ ହାତରେ ସଫା ବ୍ରସ ଧରିଲେ ଅନ୍ୟଜଣେ ସହଯୋଗୀଙ୍କ ସହ ସଫା କାର୍ଯ୍ୟରେ ଲାଗି ପଡିଲେ ।

ଏହାଛଡା ସ୍ବଚ୍ଛତାର ଗୁରୁତ୍ବ ସମ୍ପର୍କରେ ଅଧିକ ସଚେତନ ସୃଷ୍ଟି କରିବା ପାଇଁ ନିଜ ଟ୍ବିଟର ଆକାଉଣ୍ଟରେ ଏହାର ଏକ ଭିଡିଓ ସେୟାର କରିଛନ୍ତି । ପ୍ରଦ୍ୟୁମ୍ନ ସିଂହଙ୍କ ଏହା ପ୍ରଥମ କାର୍ଯ୍ୟ ନୁହେଁ ପୂର୍ବରୁ ମଧ୍ୟ ସେ ଏହି କାର୍ଯ୍ୟ କରିଛନ୍ତି । ଗତବର୍ଷ କମିଶନର ଅଫିସରେ ଜଣେ ମହିଳା ଅପରିଷ୍କାର ଶୌଚାଳୟ ନେଇ ଅଭିଯୋଗ କରିବା ପରେ ପ୍ରଦ୍ୟୁମ୍ନ ସିଂହ ଶୌଚାଳୟ ସଫା କରିଥିଲେ । ଅପରିଷ୍କାର ଶୌଚାଳୟ ରୋଗକୁ ନିମନ୍ତ୍ରଣ କରିବା ସହ ଅନେକ ଅସୁବିଧାର କାରଣ ହୋଇଥାଏ । କେନ୍ଦ୍ର ସରକାରଙ୍କଠାରୁ ନେଇ ମଧ୍ୟପ୍ରଦେଶ ସରକାର ଗୁତୁତ୍ବ ଦେଉଛନ୍ତି । ତଥାପି ଅନେକ ସ୍ଥାନରେ ସୁଫାସୁତୁରା ଶୌଚାଳୟ ଦେଖିବାକୁ ମିଳୁନାହିଁ ।

ସ୍କୁଲ ଗୁ଼ଡିକରେ ସ୍ବଚ୍ଛତା ସମସ୍ୟା ନୂଆ ନୁହେଁ । ସଫେଇ କର୍ମଚାରୀ ଅଭାବରୁ ତାମିଲନାଡୁ ନାଗାପଟ୍ଟିମନ ଜିଲ୍ଲାର ଏକ ସ୍କଲ ଶୌଚାଳୟକୁ ସ୍କୁଲ ପ୍ରଧାନଶିକ୍ଷକ ସଫା କରୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.