ETV Bharat / bharat

ମା‘କୁ ମାଡ ମାରୁଥିଲେ ବାପା, ଥାନାରେ ପହଞ୍ଚିଲେ ଦୁଇ ଶିଶୁ କନ୍ୟା - ବାପାକୁ ଗିରଫ କରିବା ପାଇଁ ଶିଶୁର ଦାବି

ମା’ଙ୍କୁ ମାଡ ମାରିବା ସହ ଘରେ ନିୟମିତ ବିଶୃଙ୍ଖଳା ସୃଷ୍ଟି କରୁଥିଲେ ବାପା । ଥାନାର ପହଞ୍ଚି ଅଭିଯୋଗ କଲେ ଦୁଇ କୁନି ଭଉଣୀ । ଘରେ ପହଞ୍ଚି ଚେତାବନୀ ଦେଇ ଫେରିଲେ ପୋଲିସ । ଅଧିକ ପଢନ୍ତୁ

ମା‘କୁ ମାଡ ମାରିଥିଲେ ବାପା, ଥାନାରେ ପହଞ୍ଚିଲେ ଦୁଇ ଶିଶୁ କନ୍ୟା

author img

By

Published : May 24, 2023, 8:45 PM IST

ଭୋପାଳ: ପିତା ମାତାଙ୍କ ମଧ୍ୟରେ ଝଗଡା କିମ୍ବା ଘରୋଇ ହିଂସାର କୁପ୍ରଭାବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି କୋମଳମତି ଶିଶୁ । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଘରେ ନିୟମିତ ବିଶୃଙ୍ଖଳା ସୃଷ୍ଟି କରୁଥିବା ଓ ମା‘ଙ୍କୁ ବାରମ୍ବାର ମାଡ଼ ମାରୁଥିବା ଅଭିଯୋଗରେ ଥାନାର ପହଞ୍ଚି ଅଭିଯୋଗ କଲେ ଦୁଇ କୁନି ଭଉଣୀ । ପୋଲିସ ମଧ୍ୟ ଏହି କୋମଳମତି ଶିଶୁଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତଦନ୍ତ ପାଇଁ ଘରେ ପହଞ୍ଚି ସମ୍ପୃକ୍ତ ପିତାଙ୍କୁ ତାଗିଦ କରିବା ସହ ଚେତାବନୀ ଦେଇ ଫେରିଛି । ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଏପରି ଏକ ଘଟଣା ଏବେ ଚର୍ଚ୍ଚା ଏବେ ସୃଷ୍ଟି କରିଛି ।

ଗ୍ବାଲିୟରର ଭିତରବାର ଥାନା କ୍ଷେତ୍ରରେ ଏହି ଘଟଣା ଘଟିଛି । ସମ୍ପୃକ୍ତ ବ୍ୟକ୍ତି ସର୍ବଦା ଘରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ନିଜ ପତ୍ନୀଙ୍କୁ ମାଡ଼ ମାରୁଥିଲେ । ଦମ୍ପତିଙ୍କର ଦୁଇ ଶିଶୁକନ୍ୟା ମଧ୍ୟ ରହିଛନ୍ତି । ଏହି ଅଭିଯୋଗ ନେଇ ଦୁଇ ଶିଶୁ ଭଉଣୀ ସ୍ଥାନୀୟ ଥାନାରେ ପହଞ୍ଚିଥିଲେ । ଥାନା ପ୍ରଭାରୀ ପ୍ରଶାନ୍ତ ଶର୍ମା ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହ ଦୁଇ ଶିଶୁଙ୍କଠାରୁ ଅଭିଯୋଗ ସମ୍ପର୍କରେ ବୁଝିଥିଲେ । ପରେ ଥାନା ପ୍ରଭାରୀଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଟିମ୍‌ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲା । ସେ ସେଠାରେ ଦମ୍ପତିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଓ ଘରୋଇ ହିଂସାର କାରଣ ଜାଣିବାକୁ ପ୍ରୟାସ କରିଥିଲେ । ତେବେ ବିବାଦର କାରଣ ପୋଲିସ ପଡୋଶୀଙ୍କଠାରୁ ମଧ୍ୟ ଜାଣିବାକୁ ପ୍ରୟାସ କରିଥିଲା । ପରେ ଉଭୟ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଏପରି ନକରିବା ପାଇଁ ଚେତାବନୀ ଦେଇ ଫେରିଥିଲେ ।

ସ୍ଥାନୀୟ ଥାନା ପ୍ରଭାରୀ ଶର୍ମା କହିଛନ୍ତି, ଦୁଇ ଶିଶୁ କରିଥିବା ଅଭିଯୋଗକୁ ପୋଲିସ ଗମ୍ଭୀରତାର ସହ ନେଇଛି । ସେମାନଙ୍କ ସହ ପୋଲିସ ଟିମ୍‌ ତାଙ୍କ ଘରକୁ ଯାଇ ଦମ୍ପତିଙ୍କୁ ଏ ସମ୍ପର୍କରେ ସେ ବୁଝାଇବା ସହ ଚେତାବନୀ ଦେଇ ଫେରିଛି । ଦମ୍ପତିଙ୍କ ମଧ୍ୟରେ ଝଗଡା କୋମଳମତି ଶିଶୁଙ୍କ ଉପରେ ଗଭୀର କୁପ୍ରଭାବ ପକାଉଛି । ସେମାନେ ମଧ୍ୟ ଆଗକୁ ଯତ୍ନବାନ ହେବେ ବୋଲି ପୋଲିସକୁ ପ୍ରତିଶୃତି ଦେଇଛନ୍ତି । ପୋଲିସ ଏହି ମାମଲାକୁ ପ୍ରତି ସପ୍ତାହରେ ତଦାରଖ କରିବ । ଯଦି ବ୍ୟକ୍ତିଜଣଙ୍କ ଚେତାବନୀ ସତ୍ତ୍ବେ ପୁଣିଥରେ ଏପରି କରିବାର ସୂଚନା ମିଳେ, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଥାନା ପ୍ରଭାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.