ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ପିତାଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି - କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ବିବାଦରେ ମଧ୍ୟ ପ୍ରଦେଶ କଂଗ୍ରେସ ନେତାଙ୍କ ବୟାନ । ପ୍ରଧାନମନ୍ତ୍ରୀଙ୍କ ପିତାଙ୍କୁ ନେଇ ଦେଲେ ଆପତ୍ତିଜନକ ମନ୍ତବ୍ୟ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ପିତାଙ୍କ ସମ୍ପର୍କରେ କଂଗ୍ରେସ ନତାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି

author img

By

Published : Jun 14, 2023, 9:00 PM IST

ଭୋପାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କ ସମ୍ପର୍କରେ ଆପତ୍ତିଜନକ ବୟାନ ଦେଇ ପୁଣି ବିବାଦରେ ଆଉ ଜଣେ କଂଗ୍ରେସ ନେତା । ମଧ୍ୟ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଅରୁଣ ଯାଦବଙ୍କର ଏପରି ଏକ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିର କେହି ନେତା, ପ୍ରଧାନମନ୍ତ୍ରୀ ନିଜେ କିମ୍ବା ତାଙ୍କ ପିତା ମଧ୍ୟ ପ୍ରଚାର ପାଇଁ ଆସିଲେ ସୁଦ୍ଧା କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି ବୋଲି କହିଥିଲେ ଅରୁଣ । ଯାହାକୁ ନେଇ ବିଜେପି ଅରୁଣ ଯାଦବ ଓ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛି ।

  • #WATCH | Bhopal | "Modi ji can come. His senior, if any, can come. Nadda ji is coming here anyway. Modi's father can also come here if he wants, we have no objection. But there is wind of favour for Congress in Madhya Pradesh, for change - we can see this clearly," says former… pic.twitter.com/eK1biTIXMt

    — ANI MP/CG/Rajasthan (@ANI_MP_CG_RJ) June 14, 2023 " class="align-text-top noRightClick twitterSection" data=" ">

ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ କରିଥିଲେ ଅରୁଣ । ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଂଶଗ୍ରହଣ ସମ୍ପର୍କିତ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବଡ଼ ବେପାରୁଆ ଭାବେ ଉତ୍ତର ରଖିଥିଲେ ଅରୁଣ । କହିଥିଲେେ ମଧ୍ୟ ପ୍ରଦେଶ ବିଜେପି ପକ୍ଷରୁ କେହି ବି ପ୍ରଚାର କଲେ ମଧ୍ୟ କିଛି ଫଳ ମିଳିବ ନାହିଁ । ଦଳ ସଭାପତି ଜେପି ନଡ୍ଡା ରାଜ୍ୟ ଗସ୍ତରେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ପ୍ରଚାର କରନ୍ତୁ କିମ୍ବା ତାଙ୍କ ପିତା ଆସନ୍ତୁ, କୌଣସି ପ୍ରଭାବ ପଡ଼ିବ ନାହିଁ । ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି ।

ସେହିପରି ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । କହିଥିଲେ, ନିର୍ବାଚନ ସୟମରେ ବିଜେପି ସହ କେହି ନଥିବେ, କେବଳ ସିନ୍ଧିଆ ହିଁ ଏକା ଥିବେ । ସିନ୍ଧିଆଙ୍କ ସହ ଯେଉଁମାନେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ, ସେମାନେ ଏବେ କଂଗ୍ରେସକୁ ଫେରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ନେତା ଦଳରେ ଉଚିତ ଗୁରୁତ୍ବ ପାଉନଥିବା ମଧ୍ୟ ଅନୁଭବ କରୁଛନ୍ତି । ନିର୍ବାଚନ ପୂର୍ବରୁ ସେମାନେ କଂଗ୍ରେସକୁ ଫେରି ଆସିବେ । କେବଳ ଏକମାତ୍ର ସିନ୍ଧିଆ ହିଁ ବିଜେପିରେ ଥିବେ ବୋଲି କହିଥିଲେ ଅରୁଣ ।

ଅରୁଣଙ୍କ ଏହି ମନ୍ତବ୍ୟ ଆସିବା ପରେ ବିଜେପି ମଧ୍ୟ ପାଲଟା ଟାର୍ଗେଟ କରିବାକୁ ପଛାଇନାହିଁ । ବିଜେପି ନେତା ରଜନୀଶ ଅଗ୍ରଓ୍ବାଲ ଏହାକୁ କଂଗ୍ରେସର ପୁରୁଣା ବିକୃତ ମାନସିକତା ବୋଲି କହି ସମାଲୋଚନା କରିଛନ୍ତି । କଂଗ୍ରେସ କେବେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ସମ୍ପର୍କରେ ତ, କେବେ ପିତାଙ୍କ ସମ୍ପର୍କରେ ଏମିତି ଆପତ୍ତିଜନକ ମନ୍ତବ୍ୟ ଦେଇ ଆସିଛି । ଦଳ ମଧ୍ୟରେ ସାମାନ୍ୟ ସଂସ୍କାର ମଧ୍ୟ ବଞ୍ଚିନାହିଁ । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବାକୁ ଯାଉଛି ବୋଲି କହିଛନ୍ତି ରଜନୀଶ । ବିଜେପିର ଅନ୍ୟତମ ପ୍ରବକ୍ତା ନରେନ୍ଦ୍ର ସାଲୁଜା ମଧ୍ୟ ଅରୁଣଙ୍କ ଏହି ବୟାନକୁ ନିନ୍ଦା କରିବା ସହ କଡ଼ା ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.