ETV Bharat / bharat

ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଦାବି କଲେ ସାଂସଦ ଚନ୍ଦ୍ରଶେଖର ସାହୁ - ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଚାଲିଛି ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆଜି (ବୁଧବାର) 16 ଦିନରେ ପହଞ୍ଚଛି ଗୃହ କାର୍ଯ୍ୟ । ଓଡିଆ ଭାଷାରେ ଗୃହ କାର୍ଯ୍ୟରେ ମତ ରଖିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ବୟନଶିଳ୍ପ ଓ ବୁଣାକାରଙ୍କ ସ୍ଥିତି ନେଇ ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ।

ସାଂସଦ ଚନ୍ଦ୍ରଶେଖର ସାହୁ
ସାଂସଦ ଚନ୍ଦ୍ରଶେଖର ସାହୁ
author img

By

Published : Apr 6, 2022, 1:57 PM IST

ନୂଆଦିଲ୍ଲୀ: ଚାଲିଛି ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆଜି (ବୁଧବାର) 16 ଦିନରେ ପହଞ୍ଚଛି ଗୃହ କାର୍ଯ୍ୟ । ଓଡିଆ ଭାଷାରେ ଗୃହ କାର୍ଯ୍ୟରେ ମତ ରଖିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ବୟନଶିଳ୍ପ ଓ ବୁଣାକାରଙ୍କ ସ୍ଥିତି ନେଇ ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ । ପଚାରିଥିବା ପ୍ରଶ୍ନର ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ । କୋରାନା ମହାମାରୀ ସମୟରେ ହ୍ୟାଣ୍ଡଲୁମ ବ୍ୟବସାୟୀଙ୍କ ଉପରେ କୌଣସି ସର୍ଭେ ହୋଇନାହିଁ । ବିଶେଷ କରି ଓଡିଶାରେ ମଧ୍ୟ ବୁଣାକାର ମାନଙ୍କୁ ନେଇ କୌଣସି ସର୍ଭେ ହୋଇନଥିବା ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ଜାହିର କରିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ ।

ସଂସଦରେ ଜାରି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ସାଂସଦ କହିଛନ୍ତି ବ୍ରହ୍ମପୁର, ବରଗଡ ଆଦି ଆଞ୍ଚଳରେ ଅଧିକ ନିଯୁକ୍ତି ସୁଯୋଗ ରହିଛି । ୨ ବର୍ଷ ହେବ କୋରୋନା ସମୟରେ ସେମାନେ ଜୀବିକା ହରାଇଛନ୍ତି । ମାର୍କେଟିଂ ନଥିବାରୁ ସେମାନେ କିଛି ଜିନିଷ ବୁଣି ପାରି ନଥିଲେ । ତେଣୁ ସେମାନଙ୍କୁ କିଛି ସ୍ବତନ୍ତ୍ର କୋଭିଡ ପ୍ୟାକେଜ ପ୍ରଦାନ କରାଯାଉ ବୋଲି କହିଛନ୍ତି ଚନ୍ଦ୍ରଶେଖର ସାହୁ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଣାକାର ଓ ତାହା ସହ ଜଡିତ କାରିଗରୀମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ସେହିପରି କୋରୋନାରେ ପ୍ରଭାବିତ ହୋଇଥିବା ବୁଣାକାରଙ୍କୁ ମଜବୁତ କରିବା ସେମାନଙ୍କ ଆର୍ଥିକ ସ୍ଥିତି ସୃଦୁଢ କରିବାକୁ କେନ୍ଦ୍ର ସରକାର ଓ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କିଛି ସ୍ବତନ୍ତ୍ର ଯୋଜନା କରାଯାଇଛି କି ନାହିଁ ବୋଲି କହିଛନ୍ତି ଚନ୍ଦ୍ରଶେଖର ସାହୁ ।

ସାଂସଦଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଦର୍ଶନା ବିକ୍ରମ ଜରଧୋସ କହିଛନ୍ତି, କୋରୋନାରେ ସବୁ କ୍ଷେତ୍ର ପ୍ରଭାବିତ ହୋଇଥିଲା । ୨୦୨୧ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହ୍ୟାଣ୍ଡଲୁମ ଜିନିଷର ବିକ୍ରି ପାଇଁ ପ୍ରୟାସ କରାଯାଇଛି । ଅନଲାଇନ ଜରିଆରେ ଜିନିଷ ବିକ୍ରି ପାଇଁ ଉଦ୍ୟମ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ଦର୍ଶନା ବିକ୍ରମ । ବିଶେଷ କରି ଓଡିଶା ପାଇଁ ବୟନ ଶିଳ୍ପ ପାଇଁ ୧୭ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ବୁଣାକାରଙ୍କ ସ୍ଥିତି ସୁଧାରିବାରେ ବହୁତ ପ୍ରୟାସ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ପ୍ରଶ୍ନର ଉତ୍ତରରେ ଅସନ୍ତୋଷ ଜାହିର କରିଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.