ETV Bharat / bharat

ଟ୍ରାନ୍ସଜେଣ୍ଡରଙ୍କୁ ପରିଚୟ ପତ୍ର ପ୍ରଦାନ କରି ଚର୍ଚ୍ଚାରେ ମଧ୍ୟପ୍ରଦେଶ ସରକାର

author img

By

Published : Jan 9, 2021, 10:32 PM IST

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦୁଇ ଟ୍ରାନ୍ସଜେଣ୍ଡରଙ୍କୁ ପ୍ରଦାନ କରାଯାଇଛି ପରିଚୟ ପତ୍ର । ଏପରି କରିବାରେ ଭୋପାଳ ସାରା ଦେଶରେ ପ୍ରଥମ ସହର । ପଢନ୍ତୁ ଅଧିକ.....

ଟ୍ରାନ୍ସଜେଣ୍ଡରଙ୍କୁ ପରିଚୟ ପତ୍ର ପ୍ରଦାନ କରି ଚର୍ଚ୍ଚାରେ ମଧ୍ୟପ୍ରଦେଶ ସରକାର
ଟ୍ରାନ୍ସଜେଣ୍ଡରଙ୍କୁ ପରିଚୟ ପତ୍ର ପ୍ରଦାନ କରି ଚର୍ଚ୍ଚାରେ ମଧ୍ୟପ୍ରଦେଶ ସରକାର

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦୁଇ ଟ୍ରାନ୍ସଜେଣ୍ଡରଙ୍କୁ ପ୍ରଦାନ କରାଯାଇଛି ପରିଚୟ ପତ୍ର । ଏପରି କରିବାରେ ଭୋପାଳ ସାରା ଦେଶରେ ପ୍ରଥମ ସହର ଓ ମଧ୍ୟପ୍ରଦେଶ ଦେଶରେ ପ୍ରଥମ ରାଜ୍ୟ ଭାବେ ରେକର୍ଡ ସୃଷ୍ଟି କରିଛି । ଭୋପାଳର ଅଞ୍ଜନା ସିଂ ଏବଂ ଫାରୁଖ ଜମାଲ ଟ୍ରାନ୍ସଜେଣ୍ଡର ପ୍ରମାଣପତ୍ର ଏବଂ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ପାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପରିଚୟ ପ୍ରଦାନ କରାଯାଇଛି ।

ଏହି ଉଭୟ ଟ୍ରାନ୍ସଜେଣ୍ଡର ଭାରତର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିଥିଲେ। ଏହା ପରେ ପୁରା ଅନୁସନ୍ଧାନ କରିଥିଲା ଜିଲ୍ଲା ପ୍ରଶାସନ । ଅନୁଧ୍ୟାନ ପରେ ଭୋପାଳ କଲେକ୍ଟର ଅବିନାଶ ଲାଭାନିଆ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ କୌଣସି ରାଜ୍ୟରେ ଏପରି ଦେଖିବାକୁ ମିଳିନଥିଲା ।

ଅଦ୍ୟାବଧି ଆଧାର କାର୍ଡ, ଭୋଟର ପରିଚୟ ପତ୍ର ସହ ଅନ୍ୟାନ୍ୟ ପରିଚୟ ପତ୍ର ଥିବାବେଳେ ଟ୍ରାନ୍ସଜେଣ୍ଡର ପାଇଁ କୌଣସି ପୃଥକ ପରିଚୟ ପତ୍ର ନଥିଲା | ଭୋପାଳରେ 167 ଟ୍ରାନ୍ସଜେଣ୍ଡର ଲୋକ ଅଛନ୍ତି ଯେଉଁମାନେ ଭୋଟ୍ ତାଲିକାରେ ଅଛନ୍ତି, ସେମାନଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟମାନଙ୍କ ପାଇଁ ପ୍ରମାଣପତ୍ର ଏବଂ ପରିଚୟ ପତ୍ର ପାଇଁ ଅନଲାଇନରେ ଆବେଦନ କରିବାକୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ 25 ନଭେମ୍ବର 2020 ରେ ଏକ ଜାତୀୟ ପୋର୍ଟାଲ୍ ଆରମ୍ଭ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.