ETV Bharat / bharat

ରାଣା ଦମ୍ପତିଙ୍କ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ - ହନୁମାନ ତାଳିଶା ବିବାଦ

ଗିରଫ ହୋଇ ଜେଲରେ ଥିବା ଅମରାବତୀ ସାସଂଦ ଓ ପତି ତଥା ବିଧାୟକ ରବି ରାଣାଙ୍କ ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ । ସେମାନଙ୍କ ବିରୋଧରେ ହୋଇଥିବା ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦମ୍ପତି । ଅଧିକ ପଢନ୍ତୁ

ବମ୍ବେ ହାଇକୋର୍ଟରେ ଖାରଜ ହେଲା ରାଣା ଦମ୍ପତ୍ତିଙ୍କ ଆବେଦନ

author img

By

Published : Apr 25, 2022, 5:39 PM IST

Updated : Apr 25, 2022, 5:55 PM IST

ମୁମ୍ବାଇ: ହନୁମାନ ଚାଳିଶା ବିବାଦରେ ଗିରଫ ହୋଇ ଜେଲରେ ଥିବା ଅମରାବତୀ ସାସଂଦ ନବନୀତ ରାଣା ଓ ତାଙ୍କର ସ୍ବାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ଉଭୟଙ୍କ ବିରୋଧରେ ପୋଲିସ ପଞ୍ଜୀକୃତ କରିଥିବା ମାମଲା ଖାରଜ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାଣା ଦମ୍ପତି । ଆଜି ଅପରାହ୍ନରେ ଏହି ମାମଲାର ଶୁଣାଣି କରି କୋର୍ଟ ଆବେଦନକୁ ଖାରଜ କରିଦେଇଛନ୍ତି ।

  • Bombay High Court dismisses the petition of MP and MLA Ravi Rana and Navneet Rana for quashing the FIR registered against them for allegedly resisting arrest over the row to recite Hanuman chalisa outside the Maharashtra CM's residence.

    — ANI (@ANI) April 25, 2022 " class="align-text-top noRightClick twitterSection" data=" ">

ଗତକାଲି ଉଭୟଙ୍କୁ ୧୪ ଦିନିିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ତେବେ ଆଜି ଆବେଦନ ଖାରଜ ହେବା ପରେ ଦମ୍ପତିଙ୍କ ଅଡୁଆରେ ବଢିବାରେ ଲାଗିଛି । ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ସାମ୍ନାରେ ହନୁମାନ ଚାଳିଶା ପାଠ କରିବା ନେଇ ଘୋଷଣା କରିଥିଲେ ଦମ୍ପତି ।

ପରେ ଶିବସେନା କର୍ମୀ ରାଣା ଦମ୍ପତିଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଥିଲା ପୋଲିସ । ଗତକାଲି ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ ଆଜି ସେମାନଙ୍କ ଆବେଦନ ଖାରଜ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2022, 5:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.