ETV Bharat / bharat

ସୁରକ୍ଷିତ ଅଛନ୍ତି ପର୍ବତାରୋହୀ ବଲଜିତ କୌର, କାଠମାଣ୍ଡୁ ହସ୍ପିଟାଲରୁ ଆସିଲା ଫଟୋ

author img

By

Published : Apr 18, 2023, 10:14 PM IST

ସୁରକ୍ଷିତ ଅଛନ୍ତି ହିମାଚଳ ପ୍ରଦେଶର ପର୍ବତାରୋହୀ ବଲଜିତ କୌର । ନେପାଳ ମାଉଣ୍ଟ ଅନ୍ନପୂର୍ଣ୍ଣା ଆରୋହଣ କରିବା ପରେ ଅକ୍ସିଜେନ ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଥିଲା । ତେବେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନେପାଳର କାଠମାଣ୍ଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ସୁରକ୍ଷିତ ଅଛନ୍ତି ପର୍ବତାରୋହୀ ବଲଜିତ କୌର
ସୁରକ୍ଷିତ ଅଛନ୍ତି ପର୍ବତାରୋହୀ ବଲଜିତ କୌର

ହାଇଦ୍ରାବାଦ: ନେପାଳ ମାଉଣ୍ଟ ଅନ୍ନପୂର୍ଣ୍ଣା ଆରୋହଣ କରିବା ପରେ ଅକ୍ସିଜେନ ଅଭାବରୁ ମଙ୍ଗଳବାର ହିମାଚଳ ପ୍ରଦେଶର ପର୍ବତାରୋହୀ ବଲଜିତ କୌରଙ୍କର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଥିଲା । ତେବେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ନେପାଳର କାଠମାଣ୍ଡୁ ହସ୍ପିଟାଲରେ ଅଛନ୍ତି ବୋଲି ଜଣାପଡ଼ିଛି । ତାଙ୍କୁ ଉଦ୍ଧାର କରି କାଠମାଣ୍ଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରୁ ତାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି, ଯେଉଁଥିଲେ ସେ ହସ୍ପିଟାଲ ଶଯ୍ୟାରେ ଥାଇ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାଇଛନ୍ତି ।

ବଲଜିତ କୌରଙ୍କ ଗୋଡ଼ରେ ଲାଗିଛି ଆଘାତ: ବଲଜିତ କୌର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା 'ଆଡ୍‌ଭେଞ୍ଚର ସ୍ପୋର୍ଟ୍ସ କଭର ୩୬୦ ବୀମା କମ୍ପାନୀ' ସିଇଓ ସ୍ପଷ୍ଟ କରିଛନ୍ତି । ହିମାଚଳ ପ୍ରଦେଶର ଏହି ପର୍ବତାରୋହୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ସେ ନେପାଳର କାଠମାଣ୍ଡୁସ୍ଥିତ ସିଭିକ ହସ୍ପିଟାଲରେ ଏବେ ଚିକିତ୍ସାଧିନ ଅଛନ୍ତି । ତେବେ ତାଙ୍କର ଗୋଡ଼ରେ ଆଘାତ ଲାଗିଥିବା କୁହାଯାଉଛି । ଏନେଇ 'ଆଡ୍‌ଭେଞ୍ଚର ସ୍ପୋର୍ଟ୍ସ କଭର ୩୬୦ ବୀମା କମ୍ପାନୀ' ସିଇଓ ପ୍ରତୀକ ସ୍ପଷ୍ଟ କରଛନ୍ତି । ସେ ନିଜେ କାଠମାଣ୍ଡୁସ୍ଥିତ ସିଭିକ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ଏବଂ ବଲଜିତ କୌର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସେ କହିଛନ୍ତି । ଏବେ ଡାକ୍ତରଙ୍କ ଦ୍ବାରା ତାଙ୍କର କିଛି ପରୀକ୍ଷା କରାଯାଉଥିବା କୁହାଯାଉଛି ।

ପ୍ରକାଶ ଥାଉ କି, ବଲଜିତ ସୋମବାର ସନ୍ଧ୍ୟାରେ ଅମ୍ଳଜାନ ବିନା ମାଉଣ୍ଟ ଅନ୍ନପୂର୍ଣ୍ଣା ଆରୋହଣ କରିଥିଲେ । କ୍ୟାମ୍ପକୁ ଫେରିବା ବାଟରେ ସେ ଚତୁର୍ଥ କ୍ୟାମ୍ପ ନିକଟରେ ନିଖୋଜ ହୋଇଯାଇଥିଲେ । ଏହାପରେ ତାଙ୍କୁ ଖୋଜିବା ପାଇଁ ହେଲିକପ୍ଟର ପଠାଯାଇଥିଲା । ଏହାପରେ ଆଜି (ମଙ୍ଗଳବାର) ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ଘୁରି ବୁଲିଥିଲା । ଏହାପରେ ଆଜି ଦ୍ବିପ୍ରହର ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିବା ଖବର ଆସିଥିଲା ଏବଂ ସନ୍ଧ୍ୟାରେ ହିଁ ତାଙ୍କର ମେଡିକାଲରେ ସୁରକ୍ଷିତ ଅବସ୍ଥାରେ ଫଟୋ ସାମ୍ନାକୁ ଆସିଛି ।

କୁହାଯାଉଛି ଯେ, ବଲଜିତ ରାସ୍ତା ଭୁଲିଯାଇଥିଲେ । କିନ୍ତୁ ସେ ରେଡିଓ ସିଗନାଲ ପଠାଇବାରେ ସଫଳ ହୋଇଥିଲେ । ଏହି ସିଗନାଲ ସହାୟତାରେ ତାଙ୍କୁ ଠାବ କରାଯାଇପାରିଲା । ତାଙ୍କ ଜିପିଏସ ଅନ୍ନପୂର୍ଣ୍ଣା ପର୍ବତର ୭ ହଜାର ୩୭୫ ମିଟର (୨୪ ହଜାର ୧୯୩ ଫୁଟ) ଉଚ୍ଚରେ ଥିବା ସଙ୍କେତ ଦେଇଥିଲା । ଏହା ସାହାଯ୍ୟରେ ଉଦ୍ଧାରକାରୀ ଦଳ ତାଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରିପାରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ନେପାଳର କାଠମାଣ୍ଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବଲଜିତ ସୋମବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟ ବେଳକୁ ଅନ୍ନପୂର୍ଣ୍ଣା ପର୍ବତ ଉପରେ ପହଞ୍ଚି ସାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.