ETV Bharat / bharat

ମଦର ଟେରେସାଙ୍କ ୧୧୧ତମ ଜୟନ୍ତୀ, ସେବା ପାଇଁ ସମର୍ପି ଦେଇଥିଲେ ଜୀବନ - mother teresa struggle life story

ମାନବ ସେବା ହିଁ ମାଧବ ସେବା ଭାବି ନିଜକୁ ଜୀବନ ସାରା ଅନ୍ୟର ସେବାରେ ନିୟୋଜିତ କରିଥିଲେ ମଦର ଟେରେସା । ଏହି ମହାନ ସାମାଜସେବୀ ମହିଳା ମଦର ଟେରେସାଙ୍କ ଆଜି ହେଉଛି ୧୧୧ତମ ଜୟନ୍ତୀ । ଅଧିକ ପଢ଼ନ୍ତୁ...

ମଦର ଟେରେସାଙ୍କ ୧୧୧ତମ ଜନ୍ମ ଜୟନ୍ତି, ସେବାରେ ସମର୍ପି ଦେଇଥିଲେ ଜୀବନ

author img

By

Published : Aug 26, 2021, 3:57 PM IST

ନୂଆଦିଲ୍ଲୀ: ସେବାର ଅନ୍ୟ ନାମ ମଦର ଟେରେସା । ଯିଏକି ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗିକୃତ କରିଦେଇଥିଲେ । ମାନବ ସେବା ହିଁ ମାଧବ ସେବା ଭାବି ନିଜକୁ ଜୀବନ ସାରା ଅନ୍ୟର ସେବାରେ ନିୟୋଜିତ କରିଥିଲେ ମଦର ଟେରେସା । ଏହି ମହାନ ସାମାଜସେବୀ ମହିଳା ମଦର ଟେରେସାଙ୍କ ଆଜି ହେଉଛି ୧୧୧ତମ ଜନ୍ମ ଜୟନ୍ତୀ ।

ତାଙ୍କର ଏହି ନିଃସ୍ବାର୍ଥପର ସେବା ପାଇଁ ସେ ଜୀବନ କାଳରେ ଅନେକ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୧୯୬୨ ମସିହାରେ ରାମସୋନ ମାଗସେ ସମ୍ମାନ ପାଇଥିଲେ ଓ ୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ୪ ସେପ୍ଟେମ୍ବର ୨୦୧୬ରେ ଚର୍ଚ୍ଚ ଦ୍ୱାରା ସନ୍ଥର ମାନ୍ୟତା ପାଇଥିଲେ ।

ମଦର ଟେରେସାଙ୍କ ବାଲ୍ୟକାଳ

୨୬ ଅଗଷ୍ଟ ୧୯୧୦ରେ ମେସିଡୋନିୟାର ସ୍କୋପଜେ ସହରରେ ଜନ୍ମ ଗ୍ରହଣ କରିଥିଲେ ଆଗ୍ନେସ ଗୋନ୍କ୍ସ ବୋଜାକ୍ସଜୁ ବା ମଦର ଟେରେସା । ଯୁବାବସ୍ଥାରୁ ହିଁ ସେ ନିଜ ପିତାଙ୍କୁ ହରାଇଥିଲେ । ଏହାପରେ ସ ତାଙ୍କ ମାଆଙ୍କର ଅଧିକ ନିଟତଟର ହୋଇ ବଢ଼ିଥିଲେ, ଯିଏ ଜୀବନର ଶେଷ ସମୟରେ ଦାନ ଧର୍ମ ବା ସାମଜିକ କାର୍ଯ୍ୟ କରିଥିଲେ । ଏଠାରୁ ହିଁ ତାଙ୍କୁ ସେବା ପାଇଁ ପ୍ରେରଣା ମିଳିଥିଲା ।

ଏକ କ୍ୟାଥେଲିକ ସମ୍ପ୍ରଦାୟରେ ଜନ୍ମ ହୋଇଥିବାବେଳେ ସାରା ଜୀବନ ଗରିବ ଓ ଅବହେଳିତଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ । ୧୯୨୮ ମସିହାରେ ଆଗ୍ନେସ ଜଣେ ନନ୍ ହେବାକୁ ସ୍ଥିର କଲେ । ଏଥିପାଇଁ ସେ ଆୟରଲାଣ୍ଡ ଯାଇ ଡବ୍ଲିନରେ ଥିବା ସିଷ୍ଟର୍ସ ଅଫ୍ ଲୋରେଟୋରେ ଯୋଗ ଦେଇଥିଲେ । ଏହାର କିଛି ବର୍ଷ ମଧ୍ୟରେ ମଦର ଟେରେସା ବିଶ୍ବର ବିଭିନ୍ନ ସ୍ଥାନ ପରିଭ୍ରମଣ କଲେ । ଏଥିରେ ଭାରତ ମଧ୍ୟ ସାମିଲ ଥିଲା ।

ମଦର ଟେରେସାଙ୍କ ଭାରତ ଆଗମନ

ପରବର୍ତ୍ତୀ ସମୟରେ ସେ କଲିକତା ବା ବର୍ତ୍ତମାନର କୋଲକାତା ସହରରେ ରହିବାକୁ ଲାଗିଲେ । ପ୍ରଥମ ପ୍ରଥମେ ସେ କୋଲକାତାର ସେଣ୍ଟ ମାରି ହାଇସ୍କୁଲରେ ଝିଅଙ୍କ ପାଠପଢ଼ାକୁ ନେଇ କାର୍ଯ୍ୟ କରିବାକୁ ଲାଗିଲେ । ଏହାପରେ ସେ ସିଧାସଳଖ ଗରିବଙ୍କୁ ଉନ୍ନତମାନର ଜୀବନଶୈଳୀ ଦେବା ଓ ସେମାନଙ୍କ ସେବା କରିବାକୁ ହୃଦଙ୍ଗମ କଲେ । ଏଥିପାଇଁ ସ ନିଜର କନଭେଣ୍ଟ ଚାକିରୀକୁ ପରିତ୍ୟାଗ କରି ଦେଇ ବାହାରି ପଡ଼ିଥିଲେ ସମାଜ କରିବାକୁ ।

୧୯୪୮ ମସିହାରେ ଭାଟିକାନ ପକ୍ଷରୁ ତାଙ୍କୁ ସିଷ୍ଟର୍ସ ଅଫ୍ ଲୋରେଟୋ ଛାଡ଼ିବାକୁ ଅନୁମତି ଦିଆଯାଥିଲା । ଯାହଫଳରେ ସେ ପାଟନାରେ ଆମେରିକାନ ମେଡିକାଲ ମିଶନ ସହାୟତାରେ ବ୍ୟାପକ ଚିକିତ୍ସା ତାଲିମ ନେଇ ପାରିଥିଲେ । ମଦର ଟେରେସାଙ୍କ ମିଶନରେ ସାଥ ଦେବାକୁ ଅନେକ ଆର୍ଥିକ ସହାୟତା ପ୍ରଦାନକାରୀ ସଂସ୍ଥା ଓ ସ୍ବେଚ୍ଛାସେବୀ ସଂଗଠନ ଆଗେଇ ଆସିଥିଲେ । ୧୯୫୦ରେ ନିଜର ଏକ ସଂସ୍ଥା ତିଆରି କରିଥିଲେ ମଦର ଟେରେସା । ଏହାର ନାମ ଥିଲା ମିଶନାରିସ୍ ଅଫ୍ ଚାରିଟି ( Missionaries of Charity) । ସମାଜର ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ସମସ୍ତ ସହାୟତା ଯୋଗାଇ ଦେବା ଏହାର ଥିଲା ମୂଳ ଲକ୍ଷ୍ୟ ।

ରୋଗୀ ସେବା ଆରମ୍ଭ

ପରବର୍ତ୍ତୀ ସମୟରେ ସେ ରୋଗଶଯ୍ୟାରେ ଜର୍ଜରିତ ହେଉଥିବା ଲୋକଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ । ବିଶେଷ କରି କୁଷ୍ଠ ରୋଗରେ ପୀଡି଼ତ ଲୋକଙ୍କ ସେବା କରିବାକୁ ଲାଗିଲେ ମଦର ଟେରେସା । ଭାରତର ନିଜର ଅଭିଯାନ ଆରମ୍ଭ ହେବାପରେ ନିଜ ସଂଗଠନକୁ ଅନ୍ୟ ଦେଶରେ କାର୍ଯ୍ୟକାରୀ କରିବାକୁ ବିଶ୍ବ ଅନେକ ଦେଶ ଭ୍ରମଣ କରିଥିଲେ ।

ମିଳିଲା ନୋବେଲ ଶାନ୍ତି ସମ୍ମାନ

୧୯୭୦ ମସିହା ବେଳକ ମଦର ଟେରେସାଙ୍କ ସଂଗଠନ ବିଶ୍ବର ଅନେକ ଦେଶରେ ଗରିବ ଲୋକଙ୍କୁ ସେବା ଯୋଗାଉଥିଲା ଧୀରେଧୀରେ ତାଙ୍କର ସେବା ଯୋଗୁଁ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଲାଗିଲେ । 1979 ମସିହାରେ ସେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ । ତେବେ ପୁରସ୍କାରକୁ ନେଇ ମିଳିବାକୁ ଥିବା ଧନରାଶି ନେବାକୁ ସେ ମନା କରି ଦେଇଥିଲେ । ଏହି ଅର୍ଥକୁ ସେ ଭାରତରେ ଥିବା ଗରିବଙ୍କ ପାଇଁ ଖର୍ଚ୍ଚ କରିବାକୁ କହିଥିଲେ ।

ମଦର ଟେରେସାଙ୍କ ତିରୋଧାନ

ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ମଦର ଟେରେସା ଗରିବଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ । ୧୯୮୦ରୁ ୧୯୮୩ ମସିହା ବେଳକୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଥିଲା । ୧୯୮୯ ମସିହାରେ ପ୍ରଥମ ହାର୍ଟଆଟାକର ଶିକାର ହୋଇଥିଲେ ମଦର ଟେରେସା । ଏହାପରେ ପୁନଃ ୧୯୯୭ ସେପ୍ଟେମ୍ବର ୫ ତାରିଖରେ ଆରପାରିକୁ ଚାଲ ଯାଇଥିଲେ ଏହି ମହାନ ମଣିଷ ।

ବିଂଶ ଶତାବ୍ଦୀର ନାଇଟ ଏଞ୍ଜେଲ ନାମରେ ମଧ୍ୟ ପରଚିତ ଥିଲେ ମଦର ଟେରେସା । ସେ ଲୋକଙ୍କୁ ଦୟା, ସାହାଯ୍ୟ, ପ୍ରେମ ଶିକ୍ଷା ଦେଇଛନ୍ତି । ଏଥିପାଇଁ ୨୦୧୬ ମସିହାରେ ପୋପ୍ ଫ୍ରାନ୍ସିସ୍ ସେଣ୍ଟ ପିଟର ସ୍କାୟର ପକ୍ଷରୁ ତାଙ୍କୁ ସନ୍ଥ ମାନ୍ୟତା ମଧୟ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.