ETV Bharat / bharat

ଶ୍ବଶୁର ଘରେ ଜ୍ବାଇଁ ଚର୍ଚ୍ଚା, 108 ପ୍ରକାର ବ୍ୟଞ୍ଜନ ପରସିଲେ ଶାଶୁ

author img

By

Published : Feb 3, 2023, 1:03 PM IST

ବିବାହ ପରେ ପ୍ରଥମ ଥର ଶ୍ବଶୁର ଘର ଆସିଥିଲେ ଜ୍ବାଇଁ । ଶାଶୁ ପରସିଲେ 108 ପ୍ରକାର ବ୍ୟଞ୍ଜନ । ଅଧିକ ପଢନ୍ତୁ

mother in law served variety types of dishes to son in law

ଅମରାବତୀ: ଝିଅର ବିବାହ ପରେ ଶ୍ବଶୁର ଘରକୁ ଜ୍ବାଇଁ ଡାକରା ହୋଇଥାଏ । ବିବାହର କିଛି ଦିନ ପରେ ଝିଅ ସହ ଜ୍ବାଇଁ ଶ୍ବଶୁର ଘରକୁ ପ୍ରଥମ ଥର ପାଇଁ ଆସିଥାନ୍ତି । ଜ୍ବାଇଁ ଆସିବା ଖୁସିରେ ଝିଅଘର ପରିବାର ଲୋକ ବେଶ ଉତ୍ସାହ ହୋଇ ରହିଥାନ୍ତି । ଜ୍ବାଇଁ ପ୍ରଥମ ଥର ପାଇଁ ଝିଅକୁ ଧରି ଘରକୁ ଆସିବେ । ସେ ପହଞ୍ଚିବା ମାତ୍ରେ ତାଙ୍କୁ କେମିତି ସ୍ବାଗତ କରାଯିବ, ସେ କଣ ଖାଇବେ, କେମିତି ରହିବେ ସେନେଇ ପୂର୍ବରୁ ପ୍ରସ୍ତୁତି ଚଳାଇଥାନ୍ତି ଶ୍ବଶୁର ଘର ଲୋକେ । ବିଶେଷ କରି ଖାଇବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଥାଏ । ଭଳିକି ଭଳି ଖାଦ୍ୟ ଜ୍ବାଇଁଙ୍କ ପାଇଁ ପରସିଥାନ୍ତି ଶାଶୁ । ଆନ୍ଧ୍ର ପ୍ରଦେଶରେ ଜ୍ବାଇଁଙ୍କ ଡାକରାରେ 108 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ପରିଛନ୍ତି ଶାଶୁ । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ପୋଡଲାକୁରୁ ମଣ୍ଡଳର ଉଚାପାଲିର ଉଷା ଶିବକୁମାର ଓ ଶ୍ରୀଦେବମ୍ମଙ୍କ ଝିଅ ଶ୍ରୀବାଣୀଙ୍କ ସହ ନେଲୋରର ବିଭିନଗରର ଇମାଦିଶେଟ୍ଟି ସିଭକୁମାରଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ପ୍ରଥମ ଥର ପାଇଁ ଶ୍ରୀବାଣୀ ସ୍ବାମୀଙ୍କ ସହ ବାପା ଘରକୁ ଆସିଥିଲେ । ଏହି ସମୟରେ ପ୍ରଥମେ ଜ୍ବାଇଁଙ୍କୁ ଶ୍ବଶୁର ଘର ଲୋକେ ସ୍ବାଗତ କରିଥିଲେ।

ଏହାପରେ ଜ୍ବାଇଁଙ୍କୁ ଭଳିକି ଭଳି ଖାଦ୍ୟ ପରସିଥିଲେ ଶାଶୁ । ଯାହା ଦେଖି ଜ୍ବାଇଁ ମଧ୍ୟ ଅଶ୍ଚର୍ଯ୍ୟ ହୋଇଯାଇଥିଲେ। ଖାଦ୍ୟରେ ଚିକେନ ଠାରୁ ଆରମ୍ଭ କରି ମଟନ, ମାଛ ଚିଙ୍ଗୁଡି, ଜୁସ, ସାମ୍ବର ଦହି, କେକ, ମିଠା ପରି 108 ପ୍ରକାରର ଖାଦ୍ୟ ରହିଥିଲା । ଜ୍ବାଇଁଙ୍କ ଆତିଥ୍ୟରେ ଏପରି ଖାଦ୍ୟ ପରସାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

କିଛି ଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଇଲୁରି ସହରର ଭିମ ରାଓ ଓ ଚନ୍ଦ୍ର ଲିଳା ତାଙ୍କ ଝିଅ ଓ ଜ୍ବାଇଁ ଘରକୁ ଆସିଥିବା ବେଳେ 379 ପ୍ରକାରର ଖାଦ୍ୟ ପରସି ଚର୍ଚ୍ଚାକୁ ଆସିଥିଲେ । ମିଠା, କୋଲ ଡ୍ରିକ୍ସ, ବ୍ୟଞ୍ଜନ, ଫଳ ପରି ଏମିତି କେତେ କଣ ଖାଦ୍ୟ ପରସା ଯାଇଥିଲା ଜ୍ବାଇଁଙ୍କୁ । ତେବେ ଡାଇନିଂରେ ପରସା ଯାଇଥିବା ସମସ୍ତ ଖାଦ୍ୟକୁ ଉଭୟ ଶାଶୁ ଓ ଶ୍ବଶୁର ଜ୍ବାଇଁ ଝିଅଙ୍କୁ ଖୁଆଇ ଦେଇଥିଲେ ।

ସେହିପରି ଆନ୍ଧ୍ରପ୍ରଦେଶର ଜଣେ ବ୍ୟବସାୟୀ ଟାଟାବର୍ତ୍ତି ବଦ୍ରି ଓ ପତ୍ନୀ ସନ୍ଧ୍ୟା ଝିଅ ସନ୍ଧ୍ୟାର ନିକଟରେ ବିବାହ କରାଇଥିଲେ । ପ୍ରଥମ ଥର ପାଇଁ ଜ୍ବାଇଁ ଘରକୁ ଆସିବା ପରେ ନାନାଦି ପ୍ରକାର ବ୍ୟଞ୍ଜନ ସହ ସୁସ୍ବାଦୁ ଭୋଜନ ଜ୍ବାଇଁକୁ ପରସି ଥିଲେ ଶାଶୁ । ପ୍ରାୟ ୧୭୩ ପ୍ରକାର ଭିନ୍ନ ଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ନିଜ ଜ୍ବାଇଁକୁ ପରସା ଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.