ETV Bharat / bharat

ବାପାଙ୍କ ମୃତ୍ୟୁ ପରେ ପିଲାର ସାଙ୍ଗିଆ ସ୍ଥିର କରିପାରିବେ ମାଆ: ସୁପ୍ରିମକୋର୍ଟ

ଜନ୍ମଦାତା ପିତାଙ୍କ ମୃତ୍ୟୁ ପରେ ନିଜ ପିଲାକୁ ଦ୍ବିତୀୟ ପିତାର ସାଙ୍ଗିଆ ଦେଇପାରିବେ ମାଆ । ଏହି ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଜନ୍ମଦାତା ପିତାଙ୍କ ମତ୍ୟୁ ପରେ ପିଲାକୁ ଦ୍ବିତୀୟ ପିତାର ସାଙ୍ଗିଆ ଦେଇପାରିବେ ମାଆ

author img

By

Published : Jul 29, 2022, 10:58 AM IST

ନୂଆଦିଲ୍ଲୀ: ଜନ୍ମଦାତା ପିତାଙ୍କ ମୃତ୍ୟୁ ପରେ ମାଆ ନିଜ ପିଲାକୁ ଦ୍ବିତୀୟ ପିତାର ସାଙ୍ଗିଆ ଦେଇପାରିବେ । ଅର୍ଥାତ୍ ଯଦି ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୁଏ ଏବଂ ସେ ପରେ ଦ୍ବିତୀୟ ବିବାହ କରନ୍ତି, ତେବେ ପ୍ରଥମ ସ୍ବାମୀଙ୍କୁ ଠାରୁ ଜନ୍ମିତ ସନ୍ତାନକୁ ମହିଳା ନୂଆ ସ୍ବାମୀଙ୍କ ସାଙ୍ଗିଆ ବା ପରିଚୟ ଦେଇପାରିବେ । ଏହି ଅଧିକାର ମହିଳାଙ୍କ ପାଖରେ ଅଛି । ଆନ୍ଧ୍ରପ୍ରଦେଶର ଏକ ମାମଲାର ଶୁଣାଣି କରି ଏପରି ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ବିଚାରପତି ଦିନେଶ ମହେଶ୍ବରୀ ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।

ଆନ୍ଧ୍ରପ୍ରଦେଶ ଜଣେ ମହିଳା ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ପିଲାଙ୍କୁ ଦ୍ବିତୀୟ ସ୍ବାମୀର ନାଁ ଦେବାକୁ ହାଇକୋର୍ଟରେ ଆବଦେନ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ପିଲାର ସାଙ୍ଗିଆ ନ ବଦଳାଇ ରେକର୍ଡରେ ଦ୍ବିତୀୟ ସ୍ବାମୀଙ୍କୁ ସାବତ ବାପା ଲେଖିବାକୁ ମହିଳାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମହିଳା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ର ହାଇକୋର୍ଟର ରାୟକୁ ଖାରଜ କରି କହିଛନ୍ତି, ''ଏଭଳି ନିର୍ଦ୍ଦେଶ ଦେବା ପୂର୍ବରୁ ପିଲାର ମାନସିକ ସ୍ବାସ୍ଥ୍ୟ ଓ ଆତ୍ମସମ୍ମାନକୁ କିଭଳି ପ୍ରଭାବିତ କରିବ ସେନେଇ ଚିନ୍ତା କରିବା ଆବଶ୍ୟକ ଥିଲା । ଜନ୍ମଦାତା ବାପାଙ୍କ ମୃତ୍ୟୁ ପରେ ମାଆ ହିଁ ଏକମାତ୍ର ଅଭିଭାବକ ହୋଇଥିବାରୁ ନିଜ ପିଲାକୁ ଦ୍ବିତୀୟ ପିତାର ସାଙ୍ଗିଆ ଦେଇପାରିବେ ଏବଂ ନୂଆ ପରିବାରରେ ସାମିଲ କରିବାର ଅଧିକାର ତାଙ୍କର ଅଛି । ଆଇନ ଅନୁସାରେ ଏହାକୁ ରୋକାଯାଇ ପାରିବ ନାହିଁ । ପିତାଙ୍କ ସାଙ୍ଗିଆ ଗୁରୁତ୍ବପୂର୍ଣ୍ଣ, ଏଥିରୁ ଗୋଟିଏ ପିଲାକୁ ପରିଚୟ ମିଳିଥାଏ । ନଚେତ୍ ଭିନ୍ନ ସାଙ୍ଗିଆ ନୂଆ ପରିବାରରେ ପିଲାଟିକୁ ବାରମ୍ବାର ଜନ୍ମିତ ପିତାଙ୍କ ସମ୍ପର୍କରେ ମନେ ପକାଇବ । ଏପରିକି ପିଲାଟିକୁ ଅନେକ ଅନାବଶ୍ୟକ ପ୍ରଶ୍ନର ମଧ୍ୟ ସାମ୍ନାକୁ କରିବାକୁ ପଡିବ, ଯାହା ମାଆ ବାପାଙ୍କ ମଧ୍ୟରେ ଏକ ସହଜ ଓ ପ୍ରାକୃତିକ ସମ୍ପର୍କରେ ବାଧା ସୃଷ୍ଟି କରିବ । '' ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.