ETV Bharat / bharat

ମାଆ ସାଜିଲା କଳଙ୍କିନୀ, ଅନୈତିକ କାର୍ଯ୍ୟ ପାଇଁ ଝିଅକୁ କରୁଥିଲା ବାଧ୍ୟ

author img

By

Published : Mar 27, 2021, 5:11 PM IST

କର୍ଣ୍ଣାଟକରେ ଦେହ ବ୍ୟବସାୟ ପାଇଁ ଜଣେ ମହିଳା ନିଜ ଝିଅକୁ ବାଧ୍ୟ କରୁଥିବା ଭଳି ନିନ୍ଦନୀୟ ଘଟଣା ସାମନାକୁ ଆସିଛି । ଅଧିକ ପଢନ୍ତୁ...

ମାଆ ସାଜିଲା କଳଙ୍କିନୀ, ଅନୈତିକ କାର୍ଯ୍ୟ ପାଇଁ ଝିଅକୁ କରୁଥିଲା ବାଧ୍ୟ
ମାଆ ସାଜିଲା କଳଙ୍କିନୀ, ଅନୈତିକ କାର୍ଯ୍ୟ ପାଇଁ ଝିଅକୁ କରୁଥିଲା ବାଧ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଝିଅ ପାଇଁ ମାଆ ସାଜିଲା କଳଙ୍କିନୀ । ଅସାଧୁ କାର୍ଯ୍ୟରୁ ଝିଅକୁ ରୋକିବା ପରିବର୍ତ୍ତେ ଏହି କାର୍ଯ୍ୟ ପାଇଁ ନିଜର ନାବାଳିକା ଝିଅକୁ ଠେଲି ଦେଇଥିଲା । ଯାହାଫଳରେ ଉକ୍ତ ନାବାଳିକା ସହିତ ପ୍ରାୟ 30ରୁ ଅଧିକ ଲୋକ ଦୁଷ୍କର୍ମ କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଏସପି ଶୃତି 32 ଜଣଙ୍କୁ ଗିରଫ କରିଛନ୍ତି ।

ତେବେ କର୍ଣ୍ଣାଟକ ଚିକ୍କମଗଲୁରୁ ଜିଲ୍ଲାର ଶ୍ରୀଙ୍ଗେରୀ ଅଞ୍ଚଳରେ ଘଟିଛି ଏଭଳି ଅମାନୁଷିକ ଘଟଣା । ନାବାଳିକାର ମାଆ ହାବେରୀ ଜିଲ୍ଲା ଶିଗବି ଅଞ୍ଚଳର ମୂଳ ବାସିନ୍ଦା ବୋଲି ଜଣାପଡିଛି । ସେ ଶ୍ରୀଙ୍ଗେରୀଠାରେ ନିଜ ପ୍ରଥମ ସ୍ବାମୀ ଓ 15 ବର୍ଷ ବୟସର ଝିଅ ସହ ରହୁଥିଲେ । ପରେ ସେ ନିଜ ପ୍ରଥମ ସ୍ବାମୀଙ୍କୁ ଛାଡି ଦ୍ବିତୀୟ ବିବାହ କରି ସେହି ଶ୍ରୀଙ୍ଗେରୀରେ ଦ୍ବିତୀୟ ସ୍ବାମୀଙ୍କ ସହ ରହିବାକୁ ଆରମ୍ଭ କରିଥିଲେ । କିଛି ଦିନ ପରେ ପୁଣି ସେ ନିଜ ଦ୍ବିତୀୟ ସ୍ବାମୀଙ୍କୁ ଛାଡି ଝିଅ ସହ ଅଲଗା ରହିଥିଲେ ।

ପେଟ ପାଉଣା ପାଇଁ ସେ ନିଜ ନାବାଳିକା ଝିଅକୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିଥିଲେ । ଏହି ନିନ୍ଦନୀୟ କାର୍ଯ୍ୟ କରି ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ । ଏହି ସମୟ ମଧ୍ୟରେ ଉକ୍ତ ନାବାଳିକା ସହିତ ପ୍ରାୟ 30ରୁ ଅଧିକ ଲୋକ ଦୁଷ୍କର୍ମ କରିଛନ୍ତି ବୋଲି ଏସପି ସୂଚନା ଦେଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ କର୍ଣ୍ଣାଟକର ଗୃହମନ୍ତ୍ରୀ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ତଦନ୍ତ ପରେ ପୋଲିସ 32 ଜଣଙ୍କୁ ଗିରଫ କରିବା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ସ୍ବତନ୍ତ୍ର ଦଳ ଗଠନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.