ETV Bharat / bharat

ପାଠପଢାରେ ବୟସ ସାଜିଲାନି ବାଧକ, ଝିଅ ସହ +3 ପରୀକ୍ଷା ଦେବେ ମହିଳା

author img

By

Published : Mar 3, 2023, 8:30 PM IST

ପାଠପଢା ଲାଗି ନଥାଏ କୌଣସି ବୟସ ସୀମା । ଯାହାକୁ ପୁଣି ପ୍ରମାଣ କରିଛନ୍ତି ପଶ୍ଚିମବଙ୍ଗ ଅପହଞ୍ଚ ଗ୍ରାମର ଜଣେ ମହିଳା । ଯିଏକି ନିଜ ଝିଅ ସହିତ ମିଶି ଦେବାକୁ ଯାଉଛନ୍ତି ଯୁକ୍ତ ୩ ପରୀକ୍ଷା । ଅଧିକ ପଢନ୍ତୁ

Mother daughter appear exam together
Mother daughter appear exam together

ପଶ୍ଚିମବଙ୍ଗ: ବୟସ ହେଉଛି ଏକ ସଂଖ୍ୟା ମାତ୍ର । ପାଠପଢା କଥା ଆସିଲେ ଅନେକ ଏହାକୁ ପ୍ରମାଣିତ କରିଛନ୍ତି । ପାଠ ସମୁଦ୍ର ହୋଇଥିବା ବେଳେ ଜୀବନ ସାରା ପଢିଲେ ମଧ୍ୟ ପାଠ ସରିନଥାଏ । ଏହାକୁ ପୁଣି ପ୍ରମାଣିତ କରିଛନ୍ତି ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ମହିଳା ଦୁଲୁ ମହାନ୍ତି ପତି । ଯିଏକି ୩୯ବର୍ଷରେ ନିଜ ଝିଅ ସହିତ ଦେବାକୁ ଯାଉଛନ୍ତି ଯୁକ୍ତ ୩ ପରୀକ୍ଷା । ଅପହଞ୍ଚ ଅଞ୍ଚଳର ଏହି ମହିଳା ଘର ସଂସାର ସହିତ ପାଠପଢା ମଧ୍ୟ ଜାରି ରଖିଛନ୍ତି । ସେ ଯୁକ୍ତ ୩ ଶ୍ରେଣୀର ପ୍ରଥମ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୁରୁଲିଆ ଜିଲ୍ଲା ପଟିଦି ଗ୍ରାମର ଅଧିବାସୀ ହେଉଛନ୍ତି ଦୁଲୁ । ଯିଏକି ୧୯୯୯ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେତେବେଳେ ସେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ବିବାହ ପରେ ମଧ୍ୟ ପାଠପଢା ପ୍ରତି ତାଙ୍କ ଆଗ୍ରହ କମିନଥିଲା । ସେ ନିଜ ପାଠପଢାକୁ ଆଗକୁ ବଢାଇବା ଲାଗି ପ୍ରଚେଷ୍ଟା ମଧ୍ୟ କରିଥିଲେ । ଏଥିଲାଗି ତାଙ୍କ ଶ୍ବଶୁର ଘର ଲୋକେ ମଧ୍ୟ ଉତ୍ସାହିତ କରିଥିଲେ । ଫଳରେ ଆଜି ନିଜ ଝିଅ ସହିତ ଯୁକ୍ତ ୩ ପରୀକ୍ଷା ଦେବାକୁ ଯାଉଛନ୍ତି ଦୁଲୁ । ସେ ବଳରାମପୁର କଲେଜରେ ପାଠ ପଢୁଥିବା ବେଳେ ବରବଜାର କଲେଜରେ ପରକ୍ଷୀ ଦେବାକୁ ଯାଉଛନ୍ତି । ସେପଟେ ତାଙ୍କ ଝିଅ ବରବଜାର କଲେଜରେ ଛାତ୍ରୀ ହୋଇଥିବା ବେଳେ ସେ ମନବଜାର କଲେଜରେ ପରୀକ୍ଷା ଦେବେ ।

ଏହା ବି ପଢନ୍ତୁ- Delhi Crime: ଭଉଣୀର ଅମାନୁଷିକ କାଣ୍ଡ, ୭ବର୍ଷର ଭାଇ ଗାଲରେ ଦେଲା ସିଗାରେଟ ଚେଙ୍କ

ପ୍ରାୟତଃ ଝିଅଟିଏ ବିବାହ କରିବା ପରେ ସାଂସାରିକ ଜୀବନରେ ଏକପ୍ରକାର ଛନ୍ଦି ହୋଇପଡିଥାଏ । ତାର ଇଚ୍ଛାଶକ୍ତି ଥିଲେ ମଧ୍ୟ ଶାଶୁଘର ଲୋକେ ସମର୍ଥନ କରୁନଥିବା ଦେଖିବାକୁ ମିଳେ । ମାତ୍ର ଦୁଲୁଙ୍କ କ୍ଷେତ୍ରରେ କିଛି ଅଲଗା ଦେଖିବାକୁ ମିଳିଛି । ଏପରିକି ତାଙ୍କ ୭୦ ବର୍ଷୀୟ ଶାଶୁ ମଧ୍ୟ ପାଠ ପଢିବା ଲାଗି ତାଙ୍କୁ ଉତ୍ସାହିତ କରିଛନ୍ତି । ଫଳରେ ସେ ନିଜ ଗ୍ରାଜୁଏସନ କରିବା ଲାଗି ମନ ବଳାଇଛନ୍ତି । ଦୁଲୁ ୨୦୧୮ ମସିହାରେ ଦଶମ ଶ୍ରେଣୀ ପାସ କରିଥିବା ବେଳେ ୨୦୨୦ ମସିହାରେ ଯୁକ୍ତ ୨ ପାଠ୍ୟକ୍ରମ ଶେଷ କରିଥିଲେ । ଏବେ ଯୁକ୍ତ ୩ ପଢୁଥିବାରୁ ଇଟିଭି ଭାରତ ଆଗରେ ନିଜ ଖୁସିବ୍ୟକ୍ତ କରିଛନ୍ତି ଦୁଲୁ ।

ଏ ନେଇ ସେ କହିଛନ୍ତି, "ପାଠପଢିବା ଲାଗି ସୁଯୋଗ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ଭାବୁଛି । ଏଥିଲାଗି ମୋ ପରିବାର ମଧ୍ୟ ପୂର୍ଣ୍ଣ ସହଯୋଗ କରୁଛନ୍ତି । ମୁଁ ସବୁବେଳେ ପାଠ ପଢିବା ପାଇଁ ଚାହୁଁଥିଲି । ପୂର୍ବରୁ ମୋ ସନ୍ତାନମାନେ ଛୋଟ ଥିବାରୁ ମୁଁ ପାଠ ପଢିପାରିନଥିଲି । ଯେତେବେଳେ ମୋ ପୁଅ ଓ ଝିଏ ବଡ଼ ହୋଇଗଲେ ସେତେବେଳେ ମୁଁ ପାଠ ପଢିବା ଲାଗି ମୋ ଶାଶୁଘର ଲୋକଙ୍କୁ କହିଥିଲି । ସମସ୍ତେ ମୋତେ ଏଥିଲାଗି ସମର୍ଥନ ଜଣାଇବା ସହିତ ଉତ୍ସାହିତ ମଧ୍ୟ କରିଥିଲେ । ଯେତେବେଳେ ମୋ ଝିଅ ଦଶମ ପଢିଥିଲା, ସେତେବେଳେ ମୁଁ ପୁଣି ପାଠପଢା ଆରମ୍ଭ କରିଥିଲି ।" ତେବେ ଦୁଲୁ ପୁଣି ପାଠ ପଢି ନିଜ ଅଞ୍ଚଳ ଓ ଅନେକଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.