ETV Bharat / bharat

ମାଆ ହେଲେ ୧୨ ବର୍ଷର ନାବାଳିକା, ମାଆକୁ ବାନ୍ଧିଲା ପୋଲିସ - ମାଆ ହେଲେ ୧୨ ବର୍ଷର ନାବାଳିକା

ମାଆ ହେଲେ ୧୨ ବର୍ଷର ନାବାଳିକା । ଥରେ ନୁହେଁ ଦୁଇଥର ବିବାହ କରିଛନ୍ତି ଏହି ନାବାଳିକା ଜଣକ । ଏହି ଚାଞ୍ଚଲ୍ୟକର ଘଟଣା ଉତ୍ତରାଖଣ୍ଡର ଧାରଚୁଲାରେ ଘଟିଛି । ଦୁଇଜଣକୁ ବିବାହ କରେଇବା ଘଟଣାରେ ମାଆକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ମାଆ ହେଲେ ୧୨ ବର୍ଷର ନାବାଳିକା, ନାବାଳିକାର ମାଆକୁ ବାନ୍ଧିଲା ପୋଲିସ

author img

By

Published : Jun 22, 2022, 6:34 PM IST

ଡେରାଡୁନ: ମାଆ ହେଲେ ୧୨ ବର୍ଷର ନାବାଳିକା । ଥରେ ନୁହେଁ ଦୁଇଥର ବିବାହ କରିଛନ୍ତି ଏହି ନାବାଳିକା ଜଣକ । ଏହି ଚାଞ୍ଚଲ୍ୟକର ଘଟଣା ଉତ୍ତରାଖଣ୍ଡର ଧାରଚୁଲାରେ ଘଟିଛି । ଦୁଇଜଣକୁ ବିବାହ କରେଇବା ଘଟଣାରେ ମାଆକୁ ବାନ୍ଧିଲା ପୋଲିସ ।

ସୂଚନାଅନୁସାରେ, ଉତ୍ତରାଖଣ୍ଡର ଧାରଚୁଲାର ୧୨ ବର୍ଷର ଜଣେ ନାବାଳିକା ଦୁଇଥର ବିବାହ କରିଥିଲେ । ନାବାଳିକାର ସାବତ ମାଆ ଏବଂ ବାପା ମିଶି ଜୁନ୍ 2021ରେ ଧରଚୁଲରାରେ ତାଙ୍କର ପ୍ରଥମ ବିବାହ କରିଥିଲେ । ହେଲେ ସ୍ବାମୀଙ୍କ ଘରେ ନିର୍ଯାତନା ସହିନପାରି ନିଜ ବାପଘରକୁ ଫେରିଆସିଥିଲେ । ତେବେ ଘର ରହିବାର ୬ମାସ ପରେ ଡିସେମ୍ବର 2021ରେ ଉକ୍ତ ନାବାଳିକାର ମାଆ ଜଣେ ୩୬ ବର୍ଷିୟ ଯୁବକଙ୍କ ସହ ତାଙ୍କ ବିବାହ କରିଥିଲେ । ଏହାପରେ ସେ ଗର୍ଭବତୀ ହୋଇଥିଲେ(12 year old girl pregnant) ।

ଦିଗୋତେଲି ଗାଁରୁ ଏହି ଖବର ପ୍ରଥମେ ସାମ୍ନାକୁ ଆସିଥିଲା (Minor marriage in Digtoli village)। ଏନେଇ ଶିଶୁ ସୁରକ୍ଷା ଅଧିକାରୀ(child development department) ପୋଲିସକୁ ସୂଚନା ଦେବାପରେ SHO ବେରିନାଗ ହେମ ତିୱାରୀଙ୍କ ସହ ହାଇୱେ ପେଟ୍ରୋଲ ୟୁନିଟର ଦାୟିତ୍ୱରେ ଥିବା ରବିନ୍ଦ୍ର ପାଙ୍ଗଟି ଏବଂ ଅନ୍ୟ ପୋଲିସ କର୍ମଚାରୀ ନାବାଳିକାଙ୍କ ଘରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ । ନାବାଳିକାକୁ ଦୁଇଥର ବିବାହ କରାଇବା ଘଟଣାରେ ଅଭିଯୁକ୍ତ ମାଆକୁ ଗିରଫ କରିଛି ପୋଲିସ । ତେବେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଉଭୟ ପରିବାର ବାଲ୍ୟ ବିବାହ ସମ୍ବନ୍ଧିୟ ଆଇନକୁ ନେଇ ଅବଗତ ନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.