ETV Bharat / bharat

୧୬ ମାସର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଫାଶୀରେ ଝୁଲିବେ ବାପା ମା’ - ମହାରାଷ୍ଟ୍ରରେ ବାପା ମାଆକୁ ମୃତ୍ୟୁ ଦଣ୍ଡାଦେଶ

ମଦ୍ୟପାନ ପରେ ନିଜ 16 ମାସର ଶିଶୁ ସହ ଅପ୍ରାକୃତିକ ଦୁଷ୍କର୍ମ ସହ ହତ୍ୟା କରିଥିଲେ ବାପାମାଆ । ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅଧିକ ପଢ଼ନ୍ତୁ

୧୬ ମାସର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା, ବାପା ମାଆକୁ ମୃତ୍ୟୁ ଦଣ୍ଡାଦେଶ

author img

By

Published : Jun 4, 2022, 7:33 AM IST

ମୁମ୍ବାଇ: ଶିଶୁଟିକୁ ସଂସ୍କାର ଆଲୋକରେ ଆଲୋକିତ କରନ୍ତି ବାପାମାଆ । ଏହି ଦୁଇ ଶବ୍ଦକୁ ଦେବତାଙ୍କ ଆଖ୍ୟା ଦିଆଯାଇଛି । କିନ୍ତୁ ଏହି ଦେବତା ଯେତେବେଳେ ରାକ୍ଷସ ରୂପ ନେଇ ଯାଆନ୍ତି ସେତେବେଳେ ସ୍ନେହ ମମତା ଭଲପାଇବା ଭଳି ଶବ୍ଦ ସେମାନଙ୍କ ଆଗରେ ଲାଚାର ମନେ କରନ୍ତି । ମହାରାଷ୍ଟ୍ର ସୋଲାପୁର ଅଞ୍ଚଳରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି । ମଦ୍ୟପାନ ପରେ ନିଜ 16 ମାସର ଶିଶୁ ସହ ଅପ୍ରାକୃତିକ ଦୁଷ୍କର୍ମ ସହ ହତ୍ୟା କରିଥିଲେ ବାପାମାଆ । ଗତ ଜାନୁଆରୀ ୩ ତାରିଖରେ ଏହି ଘଟଣା ଘଟିଥିଲା ।

ଏହି ମାମଲାର ଶୁଣାଣି ଏହି ପିଶାଚ ବାପାମାଆଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଶିଶୁଟିକୁ ହତ୍ୟା କରିବା ପରେ ତାକୁ ନେଇ ଟ୍ରେନ୍‌ ଯୋଗେ ହାଇଦ୍ରାବାଦ ଫେରାର ହେବାକୁ ବାହାରିଥିଲେ ଦମ୍ପତି । ତେବେ ଟ୍ରେନ୍‌ ଭିତରେ ଅନ୍ୟ ଯାତ୍ରୀଙ୍କୁ ସନ୍ଦେହ ହେବାରୁ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଦେଖିବା ବେଳକୁ ଉଭୟ ଏକ ମୃତ ଶିଶୁକୁ ଧରି ଯାତ୍ରା କରୁଥିବା ଜଣା ପଡ଼ିଥିଲା । ଏହି ଦୁଇ ଜଣ ସୋଲାପୁର ଢୋଲାରାମ ଅର୍ଜୁନରାମ ବିଷ୍ଣୋଇ ଓ ତା ପତ୍ନୀ ପୁନୀକୁମାରୀ ଢୋଲାରାମ ବିଷ୍ଣୋଇ । ଉଭୟଙ୍କ ବୟସ ଯଥାକ୍ରମେ ୨୬ ଓ ୨୦ ବର୍ଷ ।

ଜାନୁଆରୀ ୩ ତାରିଖରେ ଢୋଲାରାମ ପ୍ରଥମେ ଶିଶୁଟିକୁ ମଦ ପିଆଇଥିଲା । ଏହାପରେ ତାସହ ଅପ୍ରାକୃତିକ ଭାବରେ ଭାବରେ ଦୁଷ୍କର୍ମ କରିଥିଲା । ଶିଶୁଟି କାନ୍ଦିବାରୁ ତାମୁହଁରେ କପଡ଼ା ବାନ୍ଧି ଦେଇଥିଲା । ଏଥିରେ ତ ପତ୍ନୀ ତାର ସାଥ୍‌ ଦେଇଥିଲେ । ଶିଶୁଟି ମୃତ୍ୟୁ ବରଣ କରିବାରୁ ତାକୁ ନେଇ ହାଇଦ୍ରାବାଦ ଫେରାର ହେବାକୁ ବସିଥିଲେ । ଏହି ମାମଲାରେ ମୋଟ ୩୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଉଭୟଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.