ETV Bharat / bharat

ଗୋଆରେ ପହଞ୍ଚିଲା ମସ୍କୋ ବିମାନ, ବୋମା ଆତଙ୍କ ପରେ ଗୁଜୁରାଟରେ କରିଥିଲା ଜରୁରୀ ଅବତରଣ

author img

By

Published : Jan 10, 2023, 5:26 PM IST

ଗୋଆର ପାନାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ମସ୍କୋରୁ ଆସି ଜାମନଗରରେ ଜରୁରୀ ଅବତରଣ କରିଥିବା ବିମାନ । ଗତକାଲି ରାତିରେ ବୋମା ଥିବା ନେଇ ମେଲ ମିଳିବା ପରେ ଗୁଜୁରାଟ ଜାମନଗରରେ କରିଥିଲା ଜରୁରୀ ଅବତରଣ । ଯାଞ୍ଚ ପରେ ବୋମା ଥିବା ଖବର ଗୁଜବ ନେଇ ସ୍ପଷ୍ଟ କଲେ ବିମାନ ବନ୍ଦର କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ପାନାଜୀରେ ପହଞ୍ଚିଲା ମସ୍କୋ ବିମାନ, ବୋମା ଆତଙ୍କ ପରେ ଜାମନଗରରେ କରିଥିଲା ଜରୁରୀ ଅବତରଣ

ହାଇଦ୍ରାବାଦ: ଗୋଆର ପାନାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କଲା ଗତକାଲି ଗୁଜୁରାଟ ଜାମନଗର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା ମସ୍କୋ ବିମାନ (Moscow Goa chartered flight arrives in Panaji)। ଗତକାଲି ରାତିରେ ବୋମା ଥିବା ନେଇ ଧମକପୂର୍ଣ୍ଣ ମେଲ ମିଳିବା ପରେ ବିମାନକୁ ଜାମନଗରରେ ଜରୁରୀ ଅବତରଣ କରାଯାଇଥିଲା (bomb threat in Moscow Goa flight)। ଯାଞ୍ଚ ପରେ ସେଥିରେ ବୋମା କିମ୍ବା ଅନ୍ୟ କୌଣସି ସନ୍ଦେହଜନକ ସାମଗ୍ରୀ ଠାବ ହୋଇନାହିଁ । ବୋମା ଥିବା ବାର୍ତ୍ତା ଏକ ଗୁଜବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

  • #WATCH | Goa: Moscow-Goa chartered flight arrives in Panaji

    It was diverted to Jamnagar last night after Goa ATC received a bomb threat, which was later found to be a hoax call and nothing suspicious was found. pic.twitter.com/fXJ2oyen1O

    — ANI (@ANI) January 10, 2023 " class="align-text-top noRightClick twitterSection" data=" ">

ଗୋଆ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ମିଳିଥିବା ସୂଚନା ଏକ ଗୁଜବ ବୋଲି ସ୍ପଷ୍ଟ ହୋଇଛି । ଆଜି ଅପରାହ୍ନରେ ବିମାନଟି ଗନ୍ତବ୍ୟ ସ୍ଥଳ ପାନାଜୀ ବିମାନ ବନ୍ଦରର ଅବତରଣ କରିଛି । ଗତକାଲି ରାତିରେ ଏହି ବିମାନରେ ବୋମା ଥିବା ନେଇ ଗୋଆ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମେଲ ଯୋଗେ ସୂଚନା ମିଳିଥିଲା । ବିମାନଟି ଗୁଜୁରାଟର ଜାମନଗର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା (bomb suspect in International Flight) । ବିମାନଟି ଅବତରଣ କରିବା ପରେ ପୋଲିସ ଓ ବମ ସ୍କ୍ବାଡ ସହ ବିମାନ ବନ୍ଦରରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ଏକାଧିକ ଘଣ୍ଟା ଯାଞ୍ଚ କରାଯିବା ପରେ ବିମାନରେ ବିସ୍ଫୋରକ କିମ୍ବା ଅନ୍ୟ କୌଣସି ସନ୍ଦେହଜନକ ସାମଗ୍ରୀ ହାତରେ ଲାଗିନଥିଲା । ରାତିରେ ବିମାନଟି ଜାମନଗରରେ ରହିବା ସହ ଆଜି ପୂର୍ବାହ୍ନ ପ୍ରାୟ 11ରେ ଗୋଆ ଅଭିମୁଖେ ଉଡାଣ ଭରିବାର ଥିଲା । ଯାହାକି ପାନାଜୀ ବିମାନ ବନ୍ଦରରେ ଅବତରଣ କରିଛି । ଅନ୍ୟପଟେ ଆସିଥିବା ଧମକପୂର୍ଣ୍ଣ ମେଲର ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.