ନୂଆଦିଲ୍ଲୀ: ଦେଶରେ ଲମ୍ବ ଡିଆଁ ମାରୁଛି ମହାମାରୀ । ଏବେ ଲକ୍ଷେ ମୁହାଁ ହୋଇଛି ଭାରତର ଦୈନିକ ସଂକ୍ରମଣ । ଦିନ ପରେ ଦିନ କୋରୋନା ଦୁଇ ଗୁଣା ଗତିରେ ମାଡି ଚାଲିଥିବାବେଳେ ଏଥିରେ ଛନ୍ଦି ହେବାରେ ଲାଗିଛନ୍ତି ବଡବଡୁଆ । କହିବାକୁ ଗଲେ ବର୍ତ୍ତମାନ ନେତାମନ୍ତ୍ରୀଙ୍କ ଉପରେ କୋରୋନା ଚଡକ ପଡିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱର ଆଜି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି (MoS Health Bharati Pawar tests positive for COVID-19) । କୋରୋନା ସଂକ୍ରମିତ ଥିବା ନେଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେ ନିଜର ଟ୍ବିଟର ହ୍ୟାଣ୍ଡଲରେ ଲେଖଛନ୍ତି, ଆଜି ମୋ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ମୁଁ ନିଜ ବାସଭବନରେ କ୍ବାରେଣ୍ଟାଇନ ରହିଛି । ଆପଣଙ୍କୁ ଅନୁରୋଧ ଯେ ଗତ କିଛି ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ ଟେଷ୍ଟ କରାନ୍ତୁ । ଏଥିସହ କୋରୋନା ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ମାନନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ମନ୍ତ୍ରୀ ଟ୍ବିଟ୍ ଯୋଗେ ଅପିଲ୍ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ:ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋରୋନା
ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 90,928ଟି ପଜିଟିଭ ମାମଲା ପ୍ରକାଶ ପାଇଛି । 19,206 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶର ଦୈନିକ ପଜିଟିଭ ହାର ୬.୪୩ ପ୍ରତିଶତ ରହିଛି । କୋରୋନା ଦ୍ରୁତ ପ୍ରସାର ପରେ ଏବେ ଦେଶରେ ସକ୍ରିୟ ମାମଲା 2,85,401କୁ ବୃଦ୍ଧି ପାଇଛି ।
@ANI