ETV Bharat / bharat

ଓଲଟିଲା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ସୁରକ୍ଷା ଦାୟିତ୍ବରେ ଥିବା କାର, ୫ ପୋଲିସ ଆହତ - ଓଲଟିଲା ଅଶ୍ବିନୀ ଚୌବେଙ୍କ ସୁରକ୍ଷା ଗାଡି

ଓଲଟିଲା କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା କାର । ବକ୍ସରରୁ ପାଟନା ଫେରୁଥିବା ବେଳେ କାରଟି ଓଲଟି ପଡିଥିବା ସୂଚନା । ଅନୁନ୍ୟ ୫ଜଣ ପୋଲିସ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

ashwini choubey
ashwini choubey
author img

By

Published : Jan 16, 2023, 8:53 AM IST

ପାଟନା: ଓଲଟିଲା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ ଗାଡି । ପୋଲିସ ଗାଡି ଓଲଟି ଅନୁନ୍ୟ ୫ଜଣ ପୋଲିସ ଯବାନ ଆହତ ହୋଇଥିବା ସୂଚନା ରହିଛି । ରବିବାର ଦିନ ବିହାରର ପାଟନାରେ ଘଟିଛି ଏଭଳି ଅଘଟଣ । ତେବେ କେନ୍ଦ୍ରମନ୍ତ୍ରୀ ସୁରକ୍ଷିତ ରହିଥିବା ସୂଚନା ରହିଛି ।

  • बक्सर से पटना जाने के क्रम में डुमराव के मठीला-नारायणपुर पथ के सड़की पुल के नहर में कारकेड में चल रही क़ोरानसराय थाने की गाड़ी दुर्घटनाग्रस्त हो गई है। प्रभु श्रीराम की कृपा से सभी कुशल हैं। घायल पुलिसकर्मियों एवं चालक को लेकर डुमराव सदर अस्पताल जा रहा हूं। pic.twitter.com/ybTVi6jn5v

    — Ashwini Kr. Choubey (@AshwiniKChoubey) January 15, 2023 " class="align-text-top noRightClick twitterSection" data=" ">

ଗତକାଲି(ରବିବାର) ରାତିରେ ବକ୍ସରରୁ ପାଟନା ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ପୋଲିସ ଭ୍ୟାନ ଭାରସାମ୍ୟ ହରାଇ ମାଥିଲିଆ କଲଭର୍ଟରେ ଖସିପଡିଥିଲା । ଫଳରେ ୫ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏନେଇ ଖୋଦ ମନ୍ତ୍ରୀ ନିଜେ ଏକ ଭିଡିଓ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, " ବକ୍ସରରୁ ପାଟନା ଯାଉଥିବା ବେଳେ ମାଠିଲା ନାରାୟଣପୁର ରାସ୍ତାରେ କୋରନସରାୟ ଥାନାର ଏକ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଭୁ ଶ୍ରୀରାମଙ୍କ କୃପାରୁ ସମସ୍ତେ ଠିକ ଅଛନ୍ତି । ଆହତ ପୋଲିସ ଅଧିକାରୀ ଏବଂ ଗାଡି ଚାଳକକୁ ନେଇ ମୁଁ ଡୁମରାବ ହସ୍ପିଟାଲ ଯାଉଛି ।"

  • डुमराव अनुमंडल अस्पताल में घायल पुलिसकर्मियों को लेकर आया हूं। उन्हें प्राथमिक उपचार दिया जा रहा है। दो पुलिसकर्मी को अधिक चोटें आई है। प्राथमिक उपचार के बाद उन्हें लेकर एम्स पटना रवाना हो रहा हूं। सभी पुलिसकर्मी एवं चालक खतरे से बाहर है। प्रभु श्रीराम सभी को शीघ्र स्वस्थ करें। pic.twitter.com/M97VHr0yzt

ଏହାପରେ ହସ୍ପିଟାଲରେ ପହଞ୍ଚିବା ପରେ ମନ୍ତ୍ରୀ ଏକ ଭିଡିଓ ସେୟାର କରି କହିଥିଲେ, " ସମସ୍ତ ଆହତ ପୋଲିସ କର୍ମୀମାନଙ୍କୁ ନେଇ ହସ୍ପିଟାଲରେ ପହଞ୍ଚି ସାରିଲି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ଆହତ ପୋଲିସମାନଙ୍କ ମଧ୍ୟରୁ ୨ଜଣ ଅଧିକ ଗୁରୁତର ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ମୁଁ ଏବେ ସେମାନଙ୍କୁ ନେଇ ପାଟନା ଏମ୍ସ ଅଭିମୁଖେ ଯାଉଛି । ଭଗବାନ ଶ୍ରୀରାମ ସମସ୍ତଙ୍କୁ ସୁସ୍ଥ କରିଦିଅନ୍ତୁ । ସମସ୍ତେ ଯେଉଁ ସାହାସିକତା ଦେଖାଇଥିଲେ ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଭଗବାନ ଶ୍ରୀ ରାମଙ୍କ କୃପାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।"

ଏହା ମଧ୍ୟ ପଢନ୍ତୁ: କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ କନଭୟ ଉପରକୁ ପଥର ମାଡ

  • बीजेपी के कार्यकर्ता अजय तिवारी, मेरे अंगरक्षक नागेंद्र कुमार चौबे, मोहित कुमार, धनेश्वर कुमार, कुंजबिहारी ओझा, एएसआई जयराम कुमार, मुकेश कुमार, सुजॉय कुमार, प्रेमकुमार सिंह ने फुर्ती दिखाते हुए नहर में पलटी गाड़ी से पुलिसकर्मियों को निकालने में महत्वपूर्ण भूमिका का निर्वहन किया pic.twitter.com/YAGHmLpjFm

ଆଉ ଏକ ଟ୍ବିଟ କରି ମନ୍ତ୍ରୀ କହିଥିଲେ, "ଗାଡି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିଜେପି କର୍ମୀ ଅଜୟ ତିୱାରୀ, ମୋର ସୁରକ୍ଷାକର୍ମୀ ନାଗେନ୍ଦ୍ର କୁମାର ଚୌବେ, ମୋହିତ କୁମାର, ଧନେଶ୍ୱର କୁମାର, କୁଞ୍ଜବିହାରୀ ଓଜା, ଏଏସଆଇ ଜୟରାମ କୁମାର, ମୁକେଶ କୁମାର, ସୁଜୟ କୁମାର, ପ୍ରେମକୁମାର ସିଂ ପୋଲିସ ଗାଡିରୁ ପୋଲିସ କର୍ମୀଙ୍କୁ ବାହାର କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେଥିପାଇଁ ମୁଁ ସମସ୍ତଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି ।"

ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଆହକ ପୋଲିସ କର୍ମଚାରୀ ଏବଂ ଡ୍ରାଇଭର ପାଟନା ଏମ୍ସରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ତେବେ ଆହତଙ୍କ ମଧ୍ୟରେ ଜଣେ ମହିଳା ପୋଲିସ କର୍ମଚାରୀ ରହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଜାରି କରିଥିବା ଭିଡିଓରେ ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.