ETV Bharat / bharat

ବିଧାନସଭା ନିର୍ବାଚନ ପରେ MSP ପାଇଁ ଗଠନ ହେବ କମିଟି: କେନ୍ଦ୍ର କୃଷିରାଜ୍ୟ ମନ୍ତ୍ରୀ - କେନ୍ଦ୍ର କୃଷିରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୁରୀଙ୍କ ଉତ୍ତର

ବର୍ତ୍ତମାନ ଦେଶରେ ଚାଲିଥିବା 5 ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ପରେ (Assembly elections 2022) କୃଷକଙ୍କ ପାଇଁ ବଡ ଘୋଷଣା କରିବେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

କେନ୍ଦ୍ର କୃଷିରାଜ୍ୟ ମନ୍ତ୍ରୀ
କେନ୍ଦ୍ର କୃଷିରାଜ୍ୟ ମନ୍ତ୍ରୀ
author img

By

Published : Feb 4, 2022, 10:02 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଚାଲିଥିବା 5 ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ପରେ (Assembly elections 2022) କୃଷକଙ୍କ ପାଇଁ ବଡ ଘୋଷଣା କରିବେ କେନ୍ଦ୍ର ସରକାର । ରାଜ୍ୟସଭା (Rajyasabha) ରେ ଆଜି ଉତ୍ତର ଦେଇ କେନ୍ଦ୍ର କୃଷିରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୁରୀ ଏହି ସୂଚନା ଦେଇଛନ୍ତି ।

ରାଜ୍ୟସଭାରେ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି, ବିଧାନସଭା ନିର୍ବାଚନ ଶେଷ ହେବାପରେ ସର୍ବନିମ୍ନ ସହାୟକ ମୁଲ୍ୟ (Minimum Support Price) କୁ ନେଇ ସରକାର ଏକ କମିଟି ଘୋଷଣା କରିବେ । ସେହିପରି ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସରକାର ସ୍ବାମୀନାଥନ କମିଟିଙ୍କ 215 ପ୍ରସ୍ତାବ ସୁପାରିଶରୁ 201 ପ୍ରସ୍ତାବକୁ ଗ୍ରହଣ କରି କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । ସରକାର କେବଳ 14 ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି ।

ସେହିପରି ଆଜି ରାଜ୍ୟସଭାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ନିର୍ଦ୍ଧାରଣ କରିବା ପାଇଁ ଗଠିତ ହେବାକୁ ଥିବା କମିଟି ଉପରେ ପ୍ରକ୍ରିୟା ଆରମ୍ଭ କରିଥିଲେ । ହେଲେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ସରକାର ଏହାର ଘୋଷଣା କରିନଥିଲେ । କିନ୍ତୁ ଏହାକୁ ନେଇ ନିର୍ବାଚନ ଆୟୋଗଙ୍କୁ ଅନୁମତି ମାଗିଥିଲେ । ହେଲେ ନିର୍ବାଚନ ଆୟୋଗ ନିର୍ବାଚନ ପରେ କମିଟି ଘୋଷଣା କରିବାକୁ ପରାମର୍ଶ ଦେଇଥିବା ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟଯେ ସ୍ବାମୀନାଥନ କମିଶନ 2004 ରେ ଗଠନ ହୋଇଥିଲା । କମିଶନ 2006 ରେ ତାଙ୍କ ରିପୋର୍ଟ ସରକାରଙ୍କୁ ଦେଇଥିଲେ । 2007 ରେ ଏକ ଆନ୍ତଃମନ୍ତ୍ରଣାଳୟ କମିଟି ଗଠନ ହୋଇଥିଲା । ଯେଉଁ କମିଟିରେ 11 ଟି ମନ୍ତ୍ରଣାଳୟ ଥିଲେ । କମିଶନ ସରକାରଙ୍କୁ 215 ପ୍ରସ୍ତାବ ସୁପାରିଶ କରିଥିଲେ । ଏଥିରୁ ବର୍ତ୍ତମାନର ସରକାର 201 ଟି ପ୍ରସ୍ତାବ ଗ୍ରହଣ କରିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.