ETV Bharat / bharat

UP Poll: ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ମା'ଙ୍କୁ ବିଶ୍ବାସ କଲେନି ଭୋଟର, NOTAରେ ବାଜିଲା ଅଧିକ ମୋହର

author img

By

Published : Mar 10, 2022, 4:22 PM IST

Updated : Mar 10, 2022, 5:07 PM IST

ଉତ୍ତର ପ୍ରଦେଶ ନିର୍ବାଚନ ମଧ୍ୟରେ ପୁଣି ଚର୍ଚ୍ଚାକୁ ଆସିଛି ଉନ୍ନାଓ ଅଞ୍ଚଳ । ଏଠାରେ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ତଥା କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ NOTA କୁ ଅଧିକ ଭୋଟ ମିଳିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

UP Poll: ଉନ୍ନାଓ ଦୁଷ୍କର୍ମକାରୀ ମା'ଙ୍କଠୁ NOTAରେ ବାଜିଲା ଅଧିକ ମୋହର

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ଘଟଣାକୁ ନେଇ ଏକଦା ଚର୍ଚ୍ଚାରେ ଥିବା ଉତ୍ତର ପ୍ରଦେଶ ଏବେ ପୁଣି ଥରେ ଚର୍ଚ୍ଚାରେ । ଉନ୍ନାଓ ପୀଡ଼ିତାଙ୍କ ମାଆ ଆଶା ସିଂ କଂଗ୍ରେସ ପକ୍ଷରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢୁଥିବା ବେଳେ ତାଙ୍କୁ ମିଳିଛି କମ ଭୋଟ । ସେପଟେ ତାଙ୍କ ଠାରୁ ଅଧିକ ମୋହର NOTA(None Of The Above)ରେ ବାଜିଛି । ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଏହି ବିଧାନସଭା ମଣ୍ଡଳୀରେ ଲିଡ଼ କରୁଛି ବିଜେପି ।

କଂଗ୍ରେସ ପ୍ରାର୍ଥୀ ଆଶା କେବଳ ୪୩୮ଟି ଆସନ ହାତେଇବାରେ ସକ୍ଷମ ହୋଇପାରିଛନ୍ତି । ଉନ୍ନାଓ ଦୁଷ୍କର୍ମ ଘଟଣାରେ ୧୭ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲା । ଏହି ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଥିଲେ । କିନ୍ତୁ ଏହି ଅଞ୍ଚଳରେ ବିଜେପିର ଲୋକପ୍ରିୟତା ପ୍ରମାଣିତ ହୋଇଛି । ବିଜେପି ଏଠାରେ ଲିଡ଼ କରୁଥିବା ଦେଖିବାକୁ ମିଳିଛି ।

ବିଜେପିର ପଙ୍କଜ ତ୍ରିପାଠୀ ୪୨ ହଜାର ୨୧ଟି ଭୋଟ ଜିତିଥିବା ବେଳେ ସମାଜବାଦୀ ପାର୍ଟିର ଅଭିନବ କୁମାରଙ୍କ ସପକ୍ଷରେ ରହିଛି ୩୦ ହଜାର ୬୧୨ଟି ଭୋଟ । ଏଯାବତ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ NOTA (ଉପରୋକ୍ତ ମଧ୍ୟରୁ କୌଣସି ଟି ବି ନୁହେଁ) ଠାରୁ ରହିଛି କମ ।

@IANS

Last Updated : Mar 10, 2022, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.