ନୂଆଦିଲ୍ଲୀ: ଏଚଆଇଭି ଏଡସକୁ ନେଇ ଚାଞ୍ଚଲ୍ୟ କର ତଥ୍ୟ ସାମ୍ମାନକୁ ଆସିଛି । ଗତ ୧୦ ବର୍ଷରେ ଅସୁରକ୍ଷିତ ଯୌନ ସମ୍ପର୍କ ଲାଗି ୧୭ ଲକ୍ଷରୁ ଅଧିକ ଲୋକେ HIV ଏଡ୍ସରେ ସଂକ୍ରମିତ ହୋଇଛନ୍ତି । ତେବେ ସୂଚନା ଅଧିକାର ନିୟୟ ଆଧାରରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ଜାତୀୟ ଏଡ୍ସ ନିୟନ୍ତ୍ରଣ ସସ୍ଥା ।
ମଧ୍ୟପ୍ରଦେଶର ସୂଚନା ଅଧିକାରୀ କର୍ମୀ ଚନ୍ଦ୍ର ଶେଖର ଗୌର ଏନେଇ ଜାତୀୟ ଏଡ୍ସ ନିୟନ୍ତ୍ରଣ ସସ୍ଥାକୁ ଏହି ତଥ୍ୟ ମାଗିଥିଲେ । ତାଙ୍କୁ ମିଳିଥିବା ତଥ୍ୟ ଅନୁସାରେ, ଅସୁରକ୍ଷିତ ଯୌନ ସମ୍ପର୍କ କାରଣରୁ ୨୦୧୧-୧୨ରେ ୨ ଲକ୍ଷ ୪ ହଜାର ଲୋକେ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା ବର୍ଷ ୨୦୨୦-୨୧ରେ ହ୍ରାସ ପାଇବା ସହ ୮୫,୨୬୮ ରହିଥିଲା ।
ଗତ ୧୦ ବର୍ଷ(୨୦୧୧-୨୦୨୧) ମଧ୍ୟରେ ୧୭,୦୮,୭୭୭ ଜଣ ସଂକ୍ରମିତ ହୋଇଛନ୍ତି ବୋଲି ଜାତୀୟ ଏଡ୍ସ ନିୟନ୍ତ୍ରଣ ସସ୍ଥା ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଏଥିସହ ଏଡସ୍ ସଂକ୍ରମଣରେ ଆନ୍ଧ୍ରପ୍ରଦେଶ ଏକ ନମ୍ବରରେ ରହିଥିବା ବେଳେ ଏହାର ସଂଖ୍ୟା ୩,୧୮,୮୧୪ ରହିଛି । ଏହା ସହିତ ଦ୍ବିତୀୟରେ ମହାରାଷ୍ଟ୍ର ୨,୮୪,୫୭୭ ରହିଥିବା ବେଳେ ତୃତୀୟ ସ୍ଥାନରେ କର୍ଣ୍ଣାଟକ ୨,୧୨,୯୮୨ ଓ ତାମିଲନାଡୁ ୧,୧୬,୫୩୬ ସଂକ୍ରମିତ ସଂଖ୍ୟ ରହିଛି ।
ଏତଦ୍ବ୍ୟତୀତ ଉତ୍ତରପ୍ରଦେଶରେ ୧,୧୦,୯୧୧ ଏବଂ ଗୁଜରାଟରେ ୮୭,୪୪୦ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିସହ ରକ୍ତ ଦ୍ବାରା ୨୦୧୧-୧୨ରୁ ୨୦୨୦-୨୧ ମଧ୍ୟରେ ୧୫,୭୮୨ ଜଣ ଲୋକେ ସଂକ୍ରମିତ ହୋଇଛନ୍ତି । ଏହା ସହିତ ୨୦୧୧-୧୨ରୁ ୨୦୨୦-୨୧ ମଧ୍ୟରେ ୧୮ ମାସରେ କରାଯାଇଥିବା ଆଣ୍ଟିବଡି ଟେଷ୍ଟିଙ୍ଗି ଡାଟା ଅନୁସାରେ ମାଆଠାରୁ ଛୁଆକୁ ସଂକ୍ରମିତ ସଂଖ୍ୟା ୪,୪୨୩ ରହିଛି ।
ଅପରପକ୍ଷରେ ସମସ୍ତ ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ସଂକ୍ରମଣ ହାର କମିଥିବା ଏହି ତଥ୍ୟରୁ ଜଣାପଡିଛି । ଏପଟେ ଦେଶରେ ୨୦୨୦ ମସିହାରେ ୨୩,୧୮,୭୩୭ ଏଡ୍ସରେ ସଂକ୍ରମଣ ହୋଇ ଜୀବନ ଅତିବାହିତ କରୁଛନ୍ତି । ଏଥିରେ ୮୧,୪୩୦ ଜଣ ଶିଶୁ ମଧ୍ୟ ରହିଛନ୍ତି । ଅନ୍ୟପଟରେ ଏହି ରିପୋର୍ଟ, HIV ସଂକ୍ରମଣର ସୂଚନା ପରାମର୍ଶଦାତାଙ୍କ ଦ୍ବାରା ପ୍ରି-ଟେଷ୍ଟ/ ପୋଷ୍ଟ ଟେଷ୍ଟ ପରାମର୍ଶ ସମୟରେ ହସ୍ତଗତ ହୋଇଛି । ଲୋକଙ୍କ ମଧ୍ୟରେ ଏଡସକୁ ନେଇ କରାଯାଇଥିବା ବ୍ୟାପକ ସଚେତନା କାରଣରୁ ଏହି ସଂଖ୍ୟା ହ୍ରାସ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ