ମୁମ୍ବାଇ: ବିବାହ ଭୋଜି ଖାଇ 3ଶହରୁ ଊର୍ଦ୍ଧ୍ବ ଅସୁସ୍ଥ । ମହାରାଷ୍ଟ୍ରରେ ଲାଟୁର ଜିଲ୍ଲା ଅନ୍ତର୍ଗତ ନିଲଙ୍ଗା ଅଞ୍ଚଳରେ ଘଟିଛି ଅଘଟଣ । ଗ୍ରାମରେ ଆୟୋଜିତ ଏକ ବିବାହ ଭୋଜି ଖାଇବା ପରେ 3 ଶହ ଗ୍ରାମବାସୀଙ୍କ ଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା ।
ଅସୁସ୍ଥଙ୍କୁ ସ୍ଥାନୀୟ ନିଳଙ୍ଗା ଜିଲ୍ଲା ସବ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୌଣସି କାରଣରୁ ଖାଦ୍ୟ ବିଷାକ୍ତ ହେବା ଫଳରେ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ