ମାଙ୍ଗାଲୋର: କୋଭିଡ ସଂକ୍ରମିତ ହେଲେ 200 ଅଧିକ ଛାତ୍ରଛାତ୍ରୀ । କର୍ଣ୍ଣାଟକର ମାଙ୍ଗାଲୋରରେ ପାଠପଢୁଥିବା 200 ଛାତ୍ରଛାତ୍ରୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ସମସ୍ତ ଛାତ୍ରଛାତ୍ରୀ କେରଳ ହୋଇଥିବା ବେଳେ ସମସ୍ତେ ମାଙ୍ଗାଲୋର ଆସି ପାଠ ପଢୁଥିଲେ ।
ବେଙ୍ଗାଲୁରୁ ନିମହଂସ ହସ୍ପିଟାଲରେ ସମସ୍ତଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ବ୍ରିଟେନରୁ ଫେରୁଥିବା ଲୋକଙ୍କ ଠାରୁ ନୂଆ ସଂକ୍ରମଣ ଦେଖାଦେଉଛି । ସେହି ବ୍ରିଟେନରୁ କେତେକ କେରଳକୁ ଫେରିଥାଇ ପାରନ୍ତି।
ତେଣୁ ଆଗୁଆ ସତର୍କତା ଅବଲମ୍ବନ କରି ମାଙ୍ଗାଲୁରୁ ଆସିଥିବା ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ