ETV Bharat / bharat

ମଦୁରାଇ ଟ୍ରେନ ଅଘଟଣ ପରେ ଚେତିଲା ରେଳବାଇ, ଏଣିକି ଟ୍ରେନରେ ନେଇପାରିବେନି ଏହିସବୁ ଜିନିଷ

author img

By ETV Bharat Odisha Team

Published : Aug 27, 2023, 9:50 AM IST

ଟ୍ରେନ ଯାତ୍ରୀ ପାଇଁ ନୂଆ ଗାଇଡଲାଇନ ଜାରି କଲା ଭାରତୀୟ ରେଳବାଇ । ଟ୍ରେନରେ ବିଭିନ୍ନ ସାମଗ୍ରୀ ନେବା ଉପରେ ଲାଗିଲା କଟକଣା । ଅଧିକ ପଢନ୍ତୁ

ଟ୍ରେନରେ ନେଇହେବନି ୨୦ କେଜିରୁ ଅଧିକ ଘିଅ
ଟ୍ରେନରେ ନେଇହେବନି ୨୦ କେଜିରୁ ଅଧିକ ଘିଅ

ହାଇଦ୍ରାବାଦ: ତାମିଲନାଡୁର ମଦୁରାଇ ରେଳ ଜଙ୍କସନରେ ଏଲପିଜି ସିଲିଣ୍ଡର ଫାଟି ୯ ଜଣଙ୍କ ମୃତ୍ୟୁ ପରେ ଟ୍ରେନ ଯାତ୍ରା ବେଳେ କ'ଣ ସବୁ ଗାଇଡଲାଇନ ପାଳନ କରାଯିବ ତାହାର ଏକ ଲିଷ୍ଟ ଶନିବାର ଭାରତୀୟ ରେଳବାଇ ପକ୍ଷରୁ ଜାରି କରାଯାଇଛି । ଗାଇଡଲାଇନରେ ଟ୍ରେନରେ ଘିଅ ନେବା ଉପରେ କଟକଣା ଲାଗିଛି । ଏଣିକି ଟ୍ରେନ ଯାତ୍ରୀ ୨୦ କେଜିରୁ ଅଧିକ ଘିଅ ନେଇପାରିବେ ନାହିଁ । ଏହାସହିତ ଟ୍ରେନରେ ଦହନଶୀଳ ସାମଗ୍ରୀ ନେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଯଦି କୌଣସି ଯାତ୍ରୀ ବାଣ, ଷ୍ଟୋଭ, ଗ୍ୟାସ ଓ ପେଟ୍ରୋଲ ଭଳି ଦହନଶୀଳ ପଦାର୍ଥ ନେଉଥିବାର ଧରାପଡିବେ, ତାଙ୍କ ଉପରେ ଏକ ହଜାର ଟଙ୍କା ଜରିମାନା ଲାଗିବ । ଏପରିକି ସମ୍ପୃକ୍ତ ଯାତ୍ରୀ ଜେଲ୍ ମଧ୍ୟ ହୋଇପାରେ ।

ଟ୍ରେନରେ ଯାତ୍ରା ସମୟରେ କ'ଣ ନେବେ ନାହିଁ:

  • ବିସ୍ଫୋରକ, ଦହନଶୀଳ ପଦାର୍ଥ ଓ ଖାଲି ଗ୍ୟାସ୍ ସିଲିଣ୍ଡର
  • କିରୋସିନ, ପେଟ୍ରୋଳ ଭଳି ସାମଗ୍ରୀ
  • ୨୦ କେଜିରୁ ଅଧିକ ଘିଅ ନେବା ଉପରେ କଟକଣା
  • ଶୁଖିଲା ଘାସ, ପତ୍ର ଓ ବର୍ଜ୍ୟ କାଗଜ
  • ମୃତ କୁକୁଡା
  • ଏସିଡ୍ ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ

ଏହାମଧ୍ୟ ପଢନ୍ତୁ : Madurai Train Fire: ଏଲପିଜି ଗ୍ୟାସ ପାଇଁ ଲାଗିଥିଲା ନିଆଁ ! ଟ୍ରେଭେଲ୍ ଏଜେନ୍ସି ନାଁରେ ରୁଜୁ ହେଲା ମାମଲା

ଯାତ୍ରୀମାନେ ଟ୍ରେନ କମ୍ପାଟମେଣ୍ଟରେ ଧୂମ୍ରପାନ କରିବା ନିଷେଧ ଅଟେ । ଟ୍ରେନ ଯାତ୍ରୀ ବାଣ, ଷ୍ଟୋଭ, ଗ୍ୟାସ ଓ ପେଟ୍ରୋଲ ଭଳି ସାମଗ୍ରୀ ସହ ଯାତ୍ରା କରିପାରିବେ ନାହିଁ । ମଦୁରାଇ ଟ୍ରେନ ଦୁର୍ଘଟଣା ପରେ ଶନିବାର ରେଳବାଇ ପକ୍ଷରୁ ଏହି ଗାଇଡଲାଇନ ଜାରି ହୋଇଛି । ଗତକାଲି ମଦୁରାଇ ଷ୍ଟେସନ ନିକଟରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ୬୫ ଯାତ୍ରୀଙ୍କୁ ନେଇ ରାମେଶ୍ବରମ ଯାଉଥିବା ଟୁରିଷ୍ଟ ଟ୍ରେନରେ ନିଆଁ ଲାଗି ଯାଇଥିଲା । ଟ୍ରେନ ଷ୍ଟେସନ ପାଖରେ ଅଟକି ଥିବାବେଳେ ଏହି ଅଘଟଣ ଘଟିଥିଲା । ଏଥିରେ ୯ ଜଣ ଜୀବନ୍ତ ଦଗ୍ଧ ହୋଇଯାଇ ଥିଲେ ଓ ୨୦ ଯାତ୍ରୀ ଆହତ ହୋଇଥିଲେ । ଆହତମାନେ ଏବେ ମଦୁରାଇ ସ୍ଥିତ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଯାତ୍ରୀମାନେ ବେଆଇନ ଭାବେ ଟ୍ରେନରେ ଏଲପିଜି ସିଲିଣ୍ଡର ନେଇ ଯାଉଥିଲେ । ସିଲିଣ୍ଡରରୁ ଗ୍ୟାସ୍ ଲିକ ହୋଇ ବିସ୍ଫୋରଣ ହେବା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ : ଟୁରିଷ୍ଟ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ: 9 ଜୀବନ୍ତ ଦଗ୍ଧ, 20 ଆହତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.