ETV Bharat / bharat

Govt Data: 2019ରୁ 2021 ମଧ୍ୟରେ 13.13 ଲକ୍ଷ ଯୁବତୀ ମହିଳା ନିଖୋଜ, ଓଡ଼ିଶାରୁ ଏତିକି...

author img

By

Published : Jul 30, 2023, 8:04 PM IST

ଗତ 2019ରୁ 2021 ମଧ୍ୟରେ ଭାରତରୁ ନିଖୋଜ ରହିଛନ୍ତି 13.13 ଲକ୍ଷ ମହିଳା ଓ ଯୁବତୀ । ଏହି ତାଲିକାରେ ସାମିଲ ରହିଛି ଓଡ଼ିଶା । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଗତ 2019ରୁ 2021 ମସିହା ମଧ୍ୟରେ ନିଖୋଜ ହେଲେଣି ଲକ୍ଷ ଲକ୍ଷ ଭାରତୀୟ ମହିଳା ଓ ଯୁବତୀ । କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ଦେଶରୁ ପ୍ରାୟ 13.13 ଲକ୍ଷ ଯୁବତୀ ଓ ମହିଳାଙ୍କ ପତ୍ତା ମିଳୁନାହିଁ । ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ମଧ୍ୟପ୍ରଦେଶ । ଏହା ପଛକୁ ରହିଛି ପଶ୍ଚିମବଙ୍ଗ । ତେବେ ଗତ ସପ୍ତାହରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି ।

ମଧ୍ୟପ୍ରଦେଶରୁ ପ୍ରାୟ 2 ଲକ୍ଷ ମହିଳା ଯୁବତୀଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ମିଳୁନାହିଁ । ଏହି 13.13 ଲକ୍ଷ ମଧ୍ୟରୁ 10 ଲକ୍ଷ 61 ହଜାର 648 ଜଣ 18 ବର୍ଷରୁ ଊର୍ଦ୍ଧ୍ବ ବୟସର ଥିବା ବେଳେ 2 ଲକ୍ଷ 51 ହଜାର 430 ଜଣ 18 ବର୍ଷରୁ କମ ବୋଲି ଜଣାପଡ଼ିଛି । ନ୍ୟାସନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ (NCRB)ର ତଥ୍ୟ ଅନୁସାରେ ମଧ୍ୟପ୍ରଦେଶରୁ 1 ଲକ୍ଷ 60 ହଜାର 180 ଜଣ ମହିଳା ଓ 38 ହଜାର 234 ଜଣ ଯୁବତୀ ନିଖୋଜ ରହିଛନ୍ତି । ସେହିପରି 1 ଲକ୍ଷ 56 ହଜାର 905 ଜଣ ମହିଳା ଓ 36 ହଜାର 606 ଜଣ ଯୁବତୀ ପଶ୍ଚିମବଙ୍ଗରୁ ନିଖୋଜ ରହିଛନ୍ତି ।

ଏହା ବି ପଢନ୍ତୁ- 2019ରେ ପ୍ରତ୍ୟେକ ଦିନ 87ଟି ହେଉଥିଲା ଦୁଷ୍କର୍ମ ମାମଲା: ରିପୋର୍ଟ

ମହାରାଷ୍ଟ୍ରରୁ 2019ରୁ 2021 ମଧ୍ୟରେ 1 ଲକ୍ଷ 78 ହଜାର 400 ମହିଳା ଓ 13 ହଜାର 33 ଜଣ ଯୁବତୀ ନିଖୋଜ ଅଛନ୍ତି । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଓଡ଼ିଶାରୁ 70 ହଜାର 222 ଜଣ ମହିଳା ଓ 16 ହଜାର 649 ଜଣ ଯୁବତୀ ନିଖୋଜ ଥିବା ବେଳେ ଛତିଶଗଡ଼ରୁ 49 ହଜାର 116 ଜଣ ଓ 10 ହଜାର 817 ଜଣ ଯୁବତୀ ରହିଛନ୍ତି ନିଖୋଜ। କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ମହିଳା ଓ ଯୁବତୀ ନିଖୋଜ ରହିଛନ୍ତି । ଜାତୀୟ ରାଜଧାନୀରୁ 61 ହଜାର 54 ଓ 22 ହଜାର 919 ଜଣ ଯୁବତୀ ନିଖୋଜ ରହିଛନ୍ତି । ଜମ୍ମୁକାଶ୍ମୀରରୁ 8617 ମହିଳା ଓ 1148 ଯୁବତୀଙ୍କ ମିଳୁନି ପତ୍ତା ।

ଦେଶରେ ମହିଳାମାନଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି। ଯୌନ ଅପରାଧ ବିରୁଦ୍ଧରେ ଅପରାଧିକ ଆଇନ(ସଂଶୋଧନ) ଅଧିନିୟମ 2013 ପ୍ରଣୟନ କରାଯାଇଛି । ସେହିପରି 12 ବର୍ଷରୁ କମ୍ ନାବାଳିକାଙ୍କୁ ଦୁଷ୍କର୍ମ ପାଇଁ ମୃତ୍ୟୁଦଣ୍ଡ ସମେତ ଆହୁରି କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଏଥିଲାଗି ଅପରାଧିକ ଆଇନ (ସଂଶୋଧନ) ଅଧିନିୟମ 2018 ପ୍ରଣୟନ କରାଯାଇଥିଲା । ଅନ୍ୟପଟେ ମହିଳାଙ୍କୁ ସୁରକ୍ଷା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଇଛି ଟେକ୍ନୋଲୋଜି ନିର୍ମାଣ କରାଯାଉଛି ।

ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ସରକାର 'ସେଫ୍‌ ସିଟି' ପ୍ରୋଜେକ୍ଟ ଆରମ୍ଭ କରିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଭଳି ବଡ଼ ବଡ଼ ସହରରେ କାର୍ଯ୍ୟକାରୀ କରାଯାଉଛି । ଗତ 2018 ସେପ୍ଟେମ୍ବର 20 ତାରିଖରେ ଗୃହ ମନ୍ତ୍ରଣାଳୟ ଯୌନ ସମ୍ବନ୍ଧୀୟ ଖବର ସମ୍ପର୍କରେ ସରକାରଙ୍କୁ ଅବଗତ କରିବା ଲାଗି ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲା । ଏହାସତ୍ତ୍ବେ ଦେଶରେ ଏତେ ସଂଖ୍ୟକ ମହିଳାଙ୍କ ପତ୍ତା ନମିଳିବା ନିଶ୍ଚିତ ଚିନ୍ତାଜନକ ବିଷୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.