ETV Bharat / bharat

ସର୍ବକାଳୀନ ରେକର୍ଡ ଭାଙ୍ଗିଲା କେଦାରନାଥ ତୀର୍ଥଯାତ୍ରୀ ସଂଖ୍ୟା, ୧୧ ଲକ୍ଷ ଟପିଲା

author img

By

Published : Sep 9, 2022, 12:04 PM IST

ବିଶ୍ବ ପ୍ରସିଦ୍ଧ କେଦାରନାଥ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ଶ୍ରଦ୍ଧାଳୁ କେଦାରନାଥ ଯାତ୍ରା କରିଛନ୍ତି । ଅଧିକ ପଢ଼ନ୍ତୁ

more than 11 lakh pilgrims reached kedarnath dham
11 ଲକ୍ଷ ଟପିଲା କେଦାରନାଥ ତୀର୍ଥଯାତ୍ରୀଙ୍କ ସଂଖ୍ୟା, ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ଡେରାଡୁନ: ବିଶ୍ବ ପ୍ରସିଦ୍ଧ କେଦାରନାଥ ଯାତ୍ରାରେ (Kedarnath Dham Yatra) ତୀର୍ଥଯାତ୍ରୀଙ୍କ ପ୍ରବାହ ବଢୁଛି । ଇତିହାସରେ ପ୍ରଥମ ଥର ପାଇଁ ଚଳିତ ଥର ୧୨୬ ଦିନରେ ୧୧ ଲକ୍ଷ ତୀର୍ଥଯାତ୍ରୀ କେଦାରନାଥ ଯାତ୍ରାରେ ଆସିଛନ୍ତି । ୨୦୧୯ରେ ୬ ମାସ ମଧ୍ୟରେ ୧୦ ଲକ୍ଷ ତୀର୍ଥଯାତ୍ରୀ ଆସିଥିଲେ । କିନ୍ତୁ ଏ ବର୍ଷ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଅତୀତର ସବୁ ରେକର୍ଡ ଭାଙ୍ଗିଛି । ଆହୁରି ଦେଢ ମାସ ଯାତ୍ରା ବାକି ଥିବାରୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । କେଦାରନାଥ ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

୧୬ ଏବଂ ୧୭ ଜୁନ୍‌ ୨୦୧୩ରେ କେଦାରନାଥ ଧାମରେ ଘଟିଥିବା ଭୟଙ୍କର ବିପର୍ଯ୍ୟୟକୁ (Disaster in Kedarnath Dham) ଆଜିବି ଭୁଲିବା କଷ୍ଟକର । ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ମରାମତି ଯୋଗୁଁ ବିପର୍ଯ୍ୟୟର ପରବର୍ତ୍ତୀ ବର୍ଷ ପରେ ପୁନଃ ଯାତ୍ରା ଆରମ୍ଭ ହୋଇଥିଲା । ୨୦୧୯ରେ ୧ ଲକ୍ଷ ତୀର୍ଥଯାତ୍ରୀ କେଦାରନାଥ ପରିଦର୍ଶନ କରିଥିଲେ । କୋରୋନା ମହାମାରୀ ଯୋଗୁଁ ୨୦୨୦ ଏବଂ ୨୦୨୧ରେ ଯାତ୍ରା ପ୍ରଭାବିତ ହୋଇଥିଲା । ଚଳିତ ବର୍ଷ କେଦାରନାଥ ଯାତ୍ରା ସ୍ବଭାବିକ ଚାଲିଥିବାବେଳେ ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ସମସ୍ତ ରେକର୍ଡ ଭାଙ୍ଗିଛି ।

ପ୍ରତିଦିନ ୭ରୁ ୮ ହଜାର ଯାତ୍ରୀ ଆସୁଛନ୍ତି । କେତେକ ଶ୍ରଦ୍ଧାଳୁ ପଦଯାତ୍ରାରେ ଯାଉଥିବାବେଳେ ଆଉ କେତେକ ହେଲିକେପ୍ଟର ସାହାଯ୍ୟରେ ଯାଉଛନ୍ତି । ୩ ହେଲିକପ୍ଟର କମ୍ପାନୀ କେଦାରନାଥ ଯାତ୍ରା ପାଇଁ ବିମାନ ସେବା ଆରମ୍ଭ କରିଥିଲେ । ଗତ ମେ ୬ରୁ କେଦାରନାଥ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟର ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: କେଦାରନାଥ ଯାତ୍ରାବେଳେ କଟକ ପର୍ଯ୍ୟଟକଙ୍କ ଉପରେ ଖସିଲା ପଥର

କେଦାରନାଥ ଯାତ୍ରାରେ (Kedarnath Yatra 2022) ପ୍ରଶାସନ ପକ୍ଷରୁ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ପରିଷ୍କାର, ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖି ଏକକ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କେବଳ QRର ପ୍ଲାଷ୍ଟିକ ବୋତଲ ଗୁଡ଼ିକୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଯାତ୍ରା ସରିବା ପରେ ବୋତଲ ଫେରାଇଲେ ୧୦ ଟଙ୍କା ରାଶି ଦିଆଯାଉଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଟୋକନ ବ୍ୟବସ୍ଥା ହୋଇଛି ।

ଫଳରେ ତୀର୍ଥଯାତ୍ରୀମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଅପେକ୍ଷା କରିବା ପରିବର୍ତ୍ତେ ସହଜରେ କେଦାରନାଥଙ୍କ ଦର୍ଶନ କରିପାରିବେ । କେଦାରନାଥରେ ୫ଶହରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ନିଯୋଜିତ ହୋଇଛନ୍ତି । ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉକି, କେଦାରନାଥ ଯାତ୍ରାବେଳେ ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ଉପରେ ପଥର ଖସିବା ଯୋଗୁଁ ସେ ଗମ୍ଭୀର ଭାବେ ଆଘାତ ହୋଇଛନ୍ତି । ଏସଡିଆରଏଫ ଟିମ ଉକ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ପରେ, ହସ୍ପିଲାଟରେ ଭର୍ତ୍ତି କରାଯାଇଛି । ସେହିଭଳି ରାମବାଡ଼ାଠାରେ କେଦାରନାଥ ଆସିଥିବା ଜଣେ ଯୁବତୀ ସନ୍ତୁଳନ ହରାଇବା ପରେ ନଦୀରେ ଖସି ପଡ଼ିଥିଲେ । ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଡିଡିଆରଏଫ ଏବଂ ୱାଇଏମଏଫ ଯବାନ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.