ETV Bharat / bharat

ଆସନ୍ତାକାଲି ଦକ୍ଷିଣ ଆଫ୍ରିକାରୁ ଭାରତ ଆସୁଛନ୍ତି 12 ଚିତା - ଦକ୍ଷିଣ ଆଫ୍ରିକୀୟ ଚିତା ବାଘ

ଶନିବାର କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚିବେ 12 ଦକ୍ଷିଣ ଆଫ୍ରିକୀୟ ଚିତା ବାଘ । କ୍ବାରେଣ୍ଟାଇନରେ ଏକ ମାସ ରହିବେ ସମସ୍ତ ଚିତା । ଅଧିକ ପଢନ୍ତୁ

more 12 cheetahs come to mp kuno national park

author img

By

Published : Feb 17, 2023, 11:45 AM IST

ଭୋପାଳ: ଭାରତରେ ଚିତା ବଂଶ ବୃଦ୍ଧି ପାଇଁ ଜାରି ରହିଛି ପ୍ରୟାସ । ଆସନ୍ତାକାଲି ଭାରତ ଆସୁଛନ୍ତି ଆଉ 12 ଚିତା ବାଘ । ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନକୁ ଆସିବେ ଏହି ଚିତା । ଏନେଇ କୁନୋ ଜାତୀୟ ଉଦ୍ୟାନରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭାରତର ଚିତା ପ୍ରୋଜେକ୍ଟ ମୁଖ୍ୟ ଏସପି ଯାଦବ । ଆସନ୍ତାକାଲି (ଶନିବାର) ମଧ୍ୟାହ୍ନ ସମୟରେ 12 ଚିତା ଜାତୀୟ ଉଦ୍ୟାନରେ ପହଞ୍ଚିବେ । ଏହି ଚିତାଙ୍କ ମଧ୍ୟରେ 7 ଜଣ ଅଣ୍ଡିରା ଓ 5 ମାଇ ଚିତା ରହିଛନ୍ତି ।

''ଚିତାଙ୍କ ପାଇଁ କ୍ଲୋଜ କ୍ୟାମେରା ଲଗାଯାଇଛି ଏବଂ ଲାଇଭ ଟ୍ରାକିଂ ପାଇଁ ରେଡିଓ କଲର ବ୍ୟବସ୍ଥା କରାଯାଇଛି । ଗତ ଥର ଅପେକ୍ଷା ଚଳିତ ଥର କ୍ବାରେଣ୍ଟାଇନ ବ୍ୟବସ୍ଥା ଭଲ ରହିଛି । ଚିତା ବାଘଙ୍କ ସୁବିଧା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ 12 ଚିତା ବାଘ ପହଞ୍ଚିବେ । ଏଠାରେ ପହଞ୍ଚିବା ପରେ ପ୍ରଥମେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ପରେ ସେମାନଙ୍କୁ ଏକ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯିବ । ଏଥି ପାଇଁ 10ଟି କ୍ବାରେଣ୍ଟାଇନ ଖୁଆଡ ତିଆରି କରାଯାଇଛି । ଦୁଇଟି ଚିତା ଏନକ୍ଲୋଜରରେ ରହିବେ ଓ ବାକି ଚିତା କ୍ବାରେଣ୍ଟାଇନରେ ବୁମରେ ରହିବେ ।’’ ବୋଲି କହିଛନ୍ତି ଏସପି ଯାଦବ।

''ଆଜି (ଶୁକ୍ରବାର) ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାର ଗୌଟେଙ୍ଗ ସ୍ଥିତ ତାମ୍ବୋ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ବାୟୁସେନା ବିମାନ C-17 ଗ୍ଲୋବେମାଷ୍ଟର କାର୍ଗୋ ଯୋଗେ ଚିତା ଭାରତ ଆସିବେ । ଏହାପରେ ଆସନ୍ତାକାଲି ସକାଳ 10 ଟା ସମୟରେ ଗ୍ବାଲିୟର ବିମାନ ବନ୍ଦରରେ କାର୍ଗୋ ବିମାନ ଅବତରଣ କରିବ । ଦକ୍ଷିଣ ଆଫ୍ରିକାରୁ ଭାରତରେ ପହଞ୍ଚିବା ପାଇଁ ପ୍ରାୟ 10 ଘଣ୍ଟା ସମୟ ଲାଗିବ । ଚିତା ବାଘଙ୍କୁ ଆଣିବା ପାଇଁ ଗତ 16 ତାରିଖ ଦିନ ସକାଳ 6ଟା ସମୟରେ ଗାଜିଆବାଦର ହିଣ୍ଡନ ଏୟାରପୋର୍ଟରୁ ଏକ ବିମାନ ବାହାରିଥିଲା । ଯାହା 12ଟା 30 ମିନିଟରେ ସେଠାରେ ପହଞ୍ଚିଥିଲା ।

ତେବେ ଆସିବାକୁ ଥିବା 12 ଚିତାଙ୍କୁ ଟେକ୍ନିକାଲ ବେସିକରେ ଚୟନ କରାଯାଇଥିଲା । ସମସ୍ତଙ୍କ ଠାରେ ରେଡିଓ କଲର ଲଗାଯିବ ଓ 30 ଦିନ ପାଇଁ କ୍ୟାରେଣ୍ଟାଇନରେ ରଖାଯିବ । ସମସ୍ତ ଚିତାଙ୍କୁ ଆବଶ୍ୟକୀୟ ଟୀକାକରଣ ମଧ୍ୟ କରାଯାଇଛି । ସାଟେଲାଇଟ ମାଧ୍ୟମରେ ସେମାନଙ୍କୁ ଟ୍ରାକ କରାଯାଇପାରିବ ।

ରାଜିନାମା ଅନୁଯାୟୀ, ଆଗାମୀ 8ରୁ 10 ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତକୁ ବାର୍ଷିକ 12ଟି ଚିତା ପଠାଇବ । ଏହି ପର୍ଯ୍ୟାୟରେ ଆସନ୍ତାକାଲି 12ଟି ଚିତା ଭାରତ ଆସିବେ । ଏହିପରି ଭାବେ ଦକ୍ଷିଣ ଆଫ୍ରିକାରୁ 100ରୁ ଅଧିକ ଚିତାବାଘ ଭାରତ ଅଣାଯିବ । ଦକ୍ଷିଣ ଆଫ୍ରିକା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ଗତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ନାମିବ୍ୟାରୁ 8ଟି ଚିତା ଭାରତ ଆସିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.