ETV Bharat / bharat

Morbi Tragedy: ଦୁଇ ଦଶନ୍ଧିରେ ଭୁଶୁଡିଛି 9 ବ୍ରିଜ, ସ୍ତବ୍ଧ ହୋଇଥିଲା ଦେଶ, ଭାଙ୍ଗିଯାଇଛି ସୁନାର ସଂସାର - ଫ୍ଲାଏ ଓଭର ଘଟଣା

ଦୁଇ ଦଶନ୍ଧିରେ ଭାରତରେ ଭାଙ୍ଗିଛି ଅନେକ ପୋଲ । ଭୁଶୁଡିଛି ବ୍ରିଜ୍ । ଦୁର୍ଘଟଣାରେ ଲିଭିଯାଇଛି ଅନେକ ଜୀବନ ଦୀପ । ଭାଙ୍ଗିଯାଇଛି ଏକାଧିକ ସୁନାର ତଥା ହସଖୁସିର ସଂସାର। ତେବେ ପୂର୍ବର ସମସ୍ତ ବ୍ରିଜ ଭୁଶୁଡିବା ଘଟଣାର କ୍ଷେତ ଶୁଖିନଥିବା ବେଳେ ମୋର୍ବି ଝୁଲା ପୋଲ ଘଟଣା ପୁଣି ଥରେ ଦେଶବାସୀଙ୍କ ମନରେ ନିଜ ଲୋକଙ୍କୁ ହରାଇବାର ଦୁଃଖକୁ ଉଜାଗର କରିଛି । ଅଧିକ ପଢନ୍ତୁ

Morbi bridge collapsed: ଦୁଇ ଦଶନ୍ଧିରେ ଭାରତରେ ଭୁସୁଡିଛି 9ଟି ବ୍ରିଜ

author img

By

Published : Nov 1, 2022, 10:09 PM IST

ହାଇଦ୍ରାବାଦ : ଗୁଜୁରାଟ ମୋର୍ବି ଝୁଲା ପୋଲ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ। ପ୍ରଶାସନର ଅବହେଳା ପାଇଁ ଆତ୍ମୀୟଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ଲୋକେ। ମାଛୁ ନଦୀରେ ମୋର୍ବି ବ୍ରିଜ ଅଘଟଣ ପରେ ଚେତିଛି ପ୍ରଶାସନ। ମୋର୍ବି ଝୁଲା ପୋଲ ଛିଡିବାରୁ 135ରୁ ଅଧିକ ଲୋକଙ୍କ ପ୍ରାଣ ହରାଇବା ସହ 100ରୁ ଅଧିକ ଜଣ ନିଖୋଜ ଅଛନ୍ତି । ତେବେ କାହିଁକି ଓ କିପରି ଏହି ଝୁଲାପୋଲ ଖସିଲା ସେନେଇ ଏହାର କାରଣ ଖୋଜୁଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ । ଏପଟେ ଦୁର୍ଘଟଣା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଆହତ ମାନଙ୍କୁ ମେଡିକାଲରେ ଭେଟିଛନ୍ତି । ତେବେ ମୃତକଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 6 ଲକ୍ଷ ଲେଖାଏଁ ଘୋଷଣା ହୋଇଥିବା ବେଳେ ଆହାତଙ୍କ ମାଗଣା ଚିକିତ୍ସା କରାଯାଉଛି ।

ଏହି ଘଟଣା ପରେ ଦୀର୍ଘ ଦୁଇ ଦଶନ୍ଧିରେ ଭାରତରେ ଘଟିଥିବା ସମାନ ଫ୍ଲାଏ ଓଭର ଘଟଣାକୁ ମନେ ପକାଇ ଦେଇଛି । ମୋର୍ବି ଝୁଲା ପୋଲ ଘଟଣା ଭଳି ଭାରତରେ ଆହୁରି 9ଟି ଝୁଲାପୋଲ ଛିଡିଥିବା ଘଟଣା ସାମ୍ନାକୁ ଆସିଛି । ଯେଉଁଥିଲେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ଭାଙ୍ଗିଯାଇଛି ଅନେକ ସୁନାର ସଂସାର । ସେଗୁଡିକ ହେଲା-

ମୁମ୍ବାଇ ଫୁଟ ଓଭର ବ୍ରିଜ (Mumbai Footoverbridge)

ମୁମ୍ବାଇର ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣା । ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (କେସମାଟ) ରେଳ ଷ୍ଟେସନରୁ ମୁମ୍ବାଇର ବଦରୁଦ୍ଦିନ ଟାୟାବଜୀ ଲେନ ସହିତ ସଂଯୋଗ କରିଥିଲା ଏହି ବ୍ରିଜ । ତେବେ 2019 ମସିହା ମାର୍ଚ୍ଚ ମାସ 14 ତାରିଖରେ ସନ୍ଧ୍ୟା 7.35 ରେ ଘଟିଥିଲା ଏହି ଅଘଟଣ । ଏଥିରେ 6ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 29 ଜଣ ଆହାତ ହୋଇଥିଲେ ।

ବାରଣାସୀ ଫ୍ଲାଏଓଭର(Varanasi Flyover)

2018 ମସିହା ମେ ମାସ 15 ତାରିଖରେ ବାରାଣାସୀର ଏକ ବ୍ୟସ୍ତବହୁଳ ରାସ୍ତାରେ ଫ୍ଲାଏ ଓଭରର ଏକ ଅଂଶ ଖସିପଡିଥିଲା। ଉତ୍ତରପ୍ରଦେଶ ଷ୍ଟେଟ୍ ବ୍ରିଜ୍ କର୍ପୋରେସନ୍ ଲିମିଟେଡ୍(State Bridge Corporation Ltd) 129 କୋଟି ଟଙ୍କା ବ୍ୟୟରେ 2,261 ମିଟର ସେତୁ ନିର୍ମାଣ କରିଥିଲା। କିନ୍ତୁ ଫ୍ଲାଏ ଓଭରର ଏକ ଅଂଶ ଖସିପଡିଥିବା ହେତୁ 18 ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହ ଏକ ମିନି ବସ, 4ଟି କାର 10ଟି ଦୁଇ ଚକିଆ ଯାନ ଚୂର୍ଣ୍ଣ ହୋଇଯାଇଥିଲା।

ପାନାଜୀ ଫୁଟବ୍ରିଜ ( panaji Footbridge)

ମେ 18, 2017 ରେ ଗୋଆର କରଚୋରାମ ଗ୍ରାମରେ ସାନଭୋର୍ଡେମ ନଦୀ ଉପରେ ଥିବା ଏକ ପର୍ତ୍ତୁଗୀଜ୍ ଯୁଗର ବ୍ରିଜ ଭୁଶୁଡି ପଡିଥିଲା । ଯେଉଁଥିରେ 2ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ହୋଇଯାଇଥିଲେ। । ତେବେ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଆତ୍ମହତ୍ୟା ଉଦ୍ୟମ କରି ନଦୀ ଭିତରକୁ ଡେଇଁ ପଡିଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ବ୍ରିଜ ଭୁଶୁଡି ପଡିଥିବା ଜଣାପଡିଥିଲା ।

ମାଜେରହାଟ ବ୍ରିଜ( Majerhat bridge)

ସେପ୍ଟେମ୍ବର 4, 2018 ମସିହାରେ ଭୁଶୁଡି ପଡିଥିଲା କୋଲକାତାର ମାଜେରହାଟ ବ୍ରିଜ । ରାତି ପ୍ରାୟ 4.45 ସମୟରେ ଭୁଶୁଡି ପଡିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ରୁ ଅଧିକ ଆହତ ହୋଇଥିଲେ । ତେବେ ଏହି ସେତୁଟି 50 ବର୍ଷରୁ ଅଧିକ ପୁରୁଣା ଥିଲା । 2010ରେ ଏହାର ମରାମତି କରାଯାଇଥିଲା। ତେବେ ଏହି ଅଘଟଣ କାରଣରୁ ଏକ ମିନିବସ୍ ସମେତ ଅନେକ ଗାଡି ବ୍ରିଜ୍ ତଳେ ଫସି ରହିଥିଲା ।

ମୁମ୍ବାଇ-ଗୋଆ ହାଇଓ୍ବେ ବ୍ରିଜ( Mumbai- Goa highway bridge)

ରାୟଗଡ ଜିଲ୍ଲାର ମୁମ୍ବାଇ-ଗୋଆ ରାଜପଥରେ ଥିବା ବ୍ରିଟିଶ ଯୁଗର ବ୍ରିଜ 2016 ମସିହା ଅଗଷ୍ଟ 2 ରେ ଭୁଶୁଡି ପଡିଥିଲା । ଏହି ବ୍ରିଜ ଭୁଶୁଡ଼ିବା ପରେ 40 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ତେବେ ଏଥିରେ ମୁମ୍ବାଇ ଅଭିମୁଖେ ଯାଉଥିବା ଦୁଇଟି ବସ୍ ସ୍ବଲେନ ନଦୀରେ ଖସିପଡିଥିଲା ।

କୋଲକାତା ଫ୍ଲାଏଓଭର ( Kolkata flyover)

ସେହିପରି 2016 ମସିହା ମାର୍ଚ୍ଚ 31 ରେ କୋଲକାତାରେ ଘଟିଥିଲା ଅଘଟଣ। କୋଲକାତାର ଗିରିଶ ପାର୍କ ପଡ଼ିଆରେ ନିର୍ମାଣାଧୀନ ବିବେକାନନ୍ଦ ରୋଡ ଫ୍ଲାଏ ଓଭରର ଭୁଶୁଡି ପଡିଥିଲା। ଯାହାଦ୍ବାରା 27ଜଣ ମୃତ୍ୟୁବରଣ କରିଥିବା ବେଳେ 70 ଜଣ ଆହାତ ହୋଇଥିଲେ।

ହାଇଦ୍ରାବାଦ ଫ୍ଲାଏଓଭର( Hyderabad Flyover)

ସେପ୍ଟେମ୍ବର 10, 2007 ରେ ହାଇଦ୍ରାବାଦରେ ଏକ ନିର୍ମାଣାଧୀନ ଫ୍ଲାଏ ଓଭର ଭୁଶୁଡ଼ି ପଡିଥିଲା । ଫଳରେ ଅତି କମରେ 15 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ଫ୍ଲାଏ ଓଭର ତଳେ ବର୍ଷା ଯୋଗୁଁ ଆଶ୍ରୟ ନେଇଥିବା ଅନେକ ଶ୍ରମିକ ଏବଂ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏହି ଘଟଣାରେ ।

ରଫିଗାଙ୍ଗ ବ୍ରିଜ ( Rafigang Bridge)

ବିହାରର ରାଫିଗାଙ୍ଗ ବ୍ରିଜ ନିକଟସ୍ଥ ଧଭେ ନଦୀ ବ୍ରିଦରେ ସେପ୍ଟେମ୍ବର 10ତାରିଖ 2002 ରେ ଘଟିଥିଲା ଅଘଟଣ । କୋଲକାତା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଦୁଇଟି ବଗି ଏକ ନଦୀ ଭିତରକୁ ଖସିପଡିଥିଲା । ଯାହା ଫଳରେ ଅତିକମରେ 80 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 170 ରୁ ଅଧିକ ଲୋକ ଆହତ ହୋଇଥିଲେ ।

କାଦଲୁଣ୍ଡି ବ୍ରିଜ( Kadalundi River Bridge)

ସେହିପରି ମାଙ୍ଗାଲୋର-ଚେନ୍ନାଇ ମେଲ ଯାତ୍ରୀବାହୀ ଟ୍ରେନର ତିନିଟି ବଗି କଡାଲୁଣ୍ଡି ନଦୀରେ ଖସିପଡିଥିଲା । 140 ବର୍ଷ ପୁରୁଣା ବ୍ରିଜ ପାର ହେଉଥିବା ବେଳେ 2001 ମସିହା ଜୁନ୍ 22ରେ ଘଟଣା ଘଟିଥିଲା । ଯେଉଁଥିରେ 60 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ​​ପ୍ରାୟ 300 ଲୋକ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.