ନୂଆଦିଲ୍ଲୀ: ଦେଶରେ ବେକାବୁ କୋରୋନା ସଂକ୍ରମଣକୁ ଦେଖି ପୂର୍ବ ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ସରକାର । ଅନେକ ସ୍ଥାନରେ ଲକଡାଉନ ସଟଡାଉନର ସ୍ଥିତି ଫେରିଛି । ଏହି କ୍ରମରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଦେଶର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟର ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ । ମେ 15 ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ପର୍ଯ୍ୟଟନସ୍ଥଳୀ ।
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଟ୍ବିଟ କରି କହିଛନ୍ତି, କୋରୋନା ମହାମାରୀର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଅଧିନରେ ଥିବା ସମସ୍ତ ସ୍ମାରକୀକୁ ମେ 15 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।