ETV Bharat / bharat

Monsoon Session: ଅଚଳାବସ୍ଥା ଜାରି, ସୋମବାର ପର୍ଯ୍ୟନ୍ତ ଉଭୟ ସଦନ ମୁଲତବୀ

author img

By

Published : Jul 28, 2023, 6:23 PM IST

ଆଜି ବି ସ୍ବାଭାବିକ ଭାବେ ଚାଲିପାରିଲାନି ସଂସଦ । ମଣିପୁର ତାତିକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ପରେ ସୋମବାର ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ । ଅଧିକ ପଢନ୍ତୁ

Monsoon Session
Monsoon Session
ସୋମବାର ପର୍ଯ୍ୟନ୍ତ ଉଭୟ ସଦନ ମୁଲତବୀ

ନୂଆଦିଲ୍ଲୀ: ସଂସଦରେ କ୍ରମାଗତ ଭାବେ ମଣିପୁର ତାତି ଦେଖିବାକୁ ମିଳିଛି । ଶୁକ୍ରବାର ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ପରେ ଚାଲିପାରିନି ଗୃହ କାର୍ଯ୍ୟ । ବିରୋଧୀ ମହାମେଣ୍ଟ ମଣିପୁର ପ୍ରସଙ୍ଗରେ ଆଲୋଚନା ଦାବି କରି ହଟ୍ଟଗୋଳ ପରେ ଆସନ୍ତା ସୋମବାର ତଥା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଉଭୟ ସଦନ (ଲୋକସଭା, ରାଜ୍ୟସଭା)କୁ ମୁଲତବୀ ରଖାଯାଇଛି । ଏହାରି ମଧ୍ୟରେ ଲୋକସଭାରେ ପାରିତ ହୋଇଛି ୨ଟି ବିଲ୍‌ ।

ଶୁକ୍ରବାର ପ୍ରଥମେ ନିମ୍ନ ସଦନକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା । ହେଲେ ପୁଣି ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲେ । ସମସ୍ତ ବିଷୟକୁ ସ୍ଥଗିତ ରଖି ସମ୍ବେଦନଶୀଳ ଘଟଣା ପାଲଟିଥିବା ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ । ବିରୋଧୀଙ୍କ ହୋହଲ୍ଲା ସହିତ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ଉଭୟ ସଦନକୁ ସୋମବାର ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଆଜି ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ସାଂସଦ ଗୌରବ ଗୋଗେଇଙ୍କ ଦ୍ବାରା ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପାଇଁ ଦାବି କରିଥିଲେ ।

ଏହା ବି ପଢନ୍ତୁ- Monsoon Session 2023: ଅଚଳାବସ୍ଥା ଜାରି, କାଲି ଯାଏଁ ଉଭୟ ସଦନ ମୁଲତବୀ

ଏହାପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ମାତ୍ରେ ବିରୋଧୀ ହୋହଲ୍ଲା କରିଥିଲେ । ଏହି ସମୟରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ୧୯୭୮ ଘଟଣାକୁ ମନେ ପକାଇ କହିଥିଲେ ସେହି ସମୟରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଏବେ କାହିଁକି ନୁହେଁ ବୋଲି ପ୍ରଶ୍ନ କରାଯାଇଥିଲା । ସେପଟେ ସଦନ ବାରମ୍ବାର ମୁଲତବୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ । ସେ କହିଛନ୍ତି, "ମଣିପୁର ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତୁତ ଅଛନ୍ତି । ଏଥିଲାଗି ଅଧ୍ୟକ୍ଷ ସମୟ ଓ ତାରିଖ ଧାର୍ଯ୍ୟ କରିବେ ।"

ଏହା ବି ପଢନ୍ତୁ- Parliament Monsoon Session: ଥମୁନି ମଣିପୁର ତାତି, ଦିନ ୨ଟା ଯାଏଁ ଲୋକସଭା ମୁଲତବୀ

ସୂଚନା ଥାଉ କି ଗତ ବୁଧବାର ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଥିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ପରେ ଉଚ୍ଚ ସଦନକୁ ସୋମବାର ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ହଟ୍ଟଗୋଳ ମଧ୍ୟରେ ବି ଲୋକସଭାରେ ପାରିତ ହୋଇଛି ୨ଟି ବିଲ୍‌ । ରାଷ୍ଟ୍ରୀୟ ନର୍ସିଂ ଓ ମିଡୱାଇଫେରି କମିଶନ ବିଲ୍‌ ଏବଂ ମାଇନ୍ସ ଓ ମିନେରାଲ୍ସ ବିଧେୟକ ପାରିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.