ETV Bharat / bharat

ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଫେରିବା ଆରମ୍ଭ କରିବ ମୌସୁମୀ - Monsoon likely to start return

ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଫେରିବା ଆରମ୍ଭ କରିବ ମୌସୁମୀ । ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ଦେଶରେ ସ୍ବାଭାବିକ ଠାରୁ ହୋଇଛି ୯ ପ୍ରତିଶତ ଅଧିକ ବର୍ଷା । କିଛି ରାଜ୍ୟରେ ପ୍ରାୟ ୪୦ ପ୍ରତିଶତ କମ ବର୍ଷିଥିବା ରେକର୍ଡ । ଅଧିକ ପଢନ୍ତୁ

ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଫେରିଯିବ ମୌସୁମୀ

author img

By

Published : Aug 25, 2022, 9:38 PM IST

ନୂଆଦିଲ୍ଲୀ: ଦେଶରେ ଫେରିବା ସ୍ଥିତିକୁ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ (Monsoon in india)। ପାଗ ଅନୁକୂଳ ଥିବାରୁ ଏହା କ୍ରମଶଃ ଦୁର୍ବଳ ହେବା ସହ ଫେରିବା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଛି (IMD latest information on Monsoon)। ଆସନ୍ତା ମାସ (ସେପ୍ଟେମ୍ବର) ପ୍ରଥମ ସପ୍ତାହରୁ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ସଧାରଣତଃ ସେପ୍ଟେମ୍ବର ତୃତୀୟ ସପ୍ତାହ ଆଡକୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରେ । ତେବେ ଚଲିତ ଥର ପାଣିପାଗ ଓ ଅନ୍ୟାନ୍ୟ ସମୀକରଣ କାରଣରୁ ଏହା ସାମାନ୍ୟ ସହଳ ଫେରିବା ନେଇ ପୂର୍ବାକଳନ ପ୍ରକାଶ କରିଛି ପାଣିପାଗ ବିଭାଗ ।

ଭାରତୀୟ ପାଣିପାଗ ବିଜ୍ଞାନ ସୂଚନା ଦେଇ କହିଛି (IMD latest information on Monsoon), ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମୌସୁମୀ ଫେରିବା ପାଇଁ ପାଗ ଓ ସ୍ଥିତି ଅନୁକୂଳ ରହିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦେଶର ଦକ୍ଷିଣ-ପଶ୍ଚିମ ଭାଗରୁ କ୍ରମଶଃ ଦୁର୍ବଳ ହେବାରେ ଲାଗିବ ମୌସୁମୀ । ପରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବ । ଚଳିତ ବର୍ଷର ବର୍ଷା ରେକର୍ଡକୁ ବିଚାର କଲେ ଏହା ସମଗ୍ର ଦେଶର ବାର୍ଷିକ ସ୍ବାଭାବିକ ବର୍ଷାର ପରମାଣ ଠାରୁ ପ୍ରାୟ ୯ ପ୍ରତିଶତ ଅଧିକ ରହିଛି । ସେହିପରି ପ୍ରେଦେଶିକ ଭାବେ ଏହି ପରିମାଣରେ ତାରତମ୍ୟ ମଧ୍ୟ ରହିଛି । ଉତ୍ତର ପ୍ରଦେଶ, ବିହାର ଓ ମଣିପୁର ସ୍ବାଭାବିକ ଠାରୁ ପ୍ରାୟ ୪୦ ପ୍ରତିଶତ କମ ବର୍ଷା କମ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ଭାରତୀୟ ଉପମହାଦେଶର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହୋଇଥାଏ । ଏହି ମୌସୁମୀ ଜୁନ ଦ୍ବିତୀୟ ସପ୍ତାହରୁ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳରେ ପ୍ରବେଶ କରିଥାଏ । ପରେ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସକ୍ରିୟ ହେବା ସହ ବର୍ଷା ପରିମାଣ ମଧ୍ୟ ବଢିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.