ETV Bharat / bharat

ବୃଦ୍ଧଙ୍କୁ ଛାତ ତଳକୁ ଠେଲି ଜୀବନ ନେଲେ ଦୁଇ ମାଙ୍କଡ

author img

By

Published : Jan 17, 2023, 8:23 AM IST

ମଧ୍ୟପ୍ରଦେଶରେ ମାଙ୍କଡ ଆତଙ୍କ । ବୃଦ୍ଧଙ୍କୁ ଛାତ ତଳକୁ ଠେଲି ଦେଲେ ଦୁଇ ମାଙ୍କଡ । ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

terror of monkeys bajranggarh
terror of monkeys bajranggarh

ଭୋପାଳ: ସାଧାରଣତଃ ମାଙ୍କ ମାଡେ ଘରେ ପଶି ଖାଦ୍ୟ ନେଇଯାଇଥାନ୍ତି । ଅନେକ ସମୟରେ ମାଙ୍କଡ ମନୁଷ୍ୟକୁ ମାଡ ମାରିବାର ଖବର ମଧ୍ୟ ନଜିର ରହିଛି । କିନ୍ତୁ ଏବେ ମାଙ୍କଡ ଜଣେ ବୃଦ୍ଧଙ୍କ ଜୀବନ ନେଇଥିବା ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରେ ଦୁଇ ମାଙ୍କଡ ଜଣେ ବୃଦ୍ଧଙ୍କୁ ଛାତରୁ ତଳକୁ ଠେଲି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବଜରଙ୍ଗଗଡରେ ଏପରି ଘଟଣା ଘଟିଥିବା ବେଳେ ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ୭୦ ବର୍ଷିୟ ବାବୁଲାଲ ପ୍ରଜାପତି ।

ବୃଦ୍ଧାଙ୍କୁ ଛାତ ତଳକୁ ଠେଲି ଦେଲେ ମାଙ୍କଡ: ମିଳିଥିବା ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ ଛାତରେ ବସିଥିବା ବେଳେ ଦୁଇ ମାଙ୍କଡ ତାଙ୍କ ଘରେ ପଶି ଆତଙ୍କ ଖେଳାଇବା ପରେ ଛାତକୁ ଆସି ବାବୁଲାଲଙ୍କୁ ତଳକୁ ଠେଲି ଦେଇଥିଲେ । ୧୫ ଫୁଟ ଉଚ୍ଚତାରୁ ତଳକୁ ପଡିବା ପରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇଥିଲେ । ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରେ ଗଭୀର ଆଘାତ ଲାଘିଥିବା ଡାକ୍ତର ସୂଚନା ଦେବା ପରେ ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ଚିକିତ୍ସା ଜାରି ରହିଥିବା ସମୟରେ ନିଶ୍ବାସ ପ୍ରଶ୍ବାସ ନେବାରେ ବୃଦ୍ଧ ଜଣଙ୍କ କଷ୍ଟ ଅନୁଭବ କରିଥିଲେ । କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ବଜରଙ୍ଗଗଡରେ ମାଙ୍କଡ଼ ଆତଙ୍କ: ଏନେଇ ବାବୁଲାଲ ପ୍ରଜାପତିଙ୍କ ସମ୍ପର୍କୀୟ ଲଲିତ ପ୍ରଜାପତୀ କହିଛନ୍ତି ଯେ,''ବଜରଙ୍ଗଗଡରେ ମାଙ୍କଡ଼ ଆତଙ୍କ ଜାରି ରହିଛି । ଅନେକ ସମୟରେ ମାଙ୍କଡମାନେ ଘର ଭିତରେ ପ୍ରବେଶ କରି ଜନିଷପତ୍ର ନେଇଯିବା ସହ ନଷ୍ଟ କରୁଛନ୍ତି, ଏଥିସହ ଆକ୍ରମଣ ମଧ୍ୟ କରୁଛନ୍ତି । ଯେତେବେଳେ ବୃଦ୍ଧ ବାବୁଲାଲ ପ୍ରଜାପତି ଘରର ପ୍ରଥମ ମହଲାରେ ଠିଆ ହୋଇଥିଲେ, ସେହି ସମୟରେ କିଛି ମାଙ୍କଡ଼ ଘର ଭିତରେ ପ୍ରବେଶ କରିଥିଲେ । ଏହାପରେ ବାବୁଲାଲ ମାଙ୍କଡକୁ ଦେଖି ଡରି ଯାଇଥିବା ବେଳେ ୨ଟି ମାଙ୍କଡ଼ ତାଙ୍କୁ ଆକ୍ରମଣ କରି ଛାତ ତଳକୁ ଠେଲି ଦେଇଥିଲେ । ଫଳରେ ସେ ଛାତରୁ ପ୍ରାୟ ୧୫ ଫୁଟ ତଳେ ପଡ଼ିଯାଇଥିଲେ । ଭୂମିରେ ପଡ଼ିଯିବା କାରଣରୁ ବାବୁଲାଲ ଆହତ ହୋଇଥିଲେ, ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।''

ବଜରଙ୍ଗଗଡରେ ମାଙ୍କଡ଼ମାନେ ଏପରି ଆତଙ୍କ ମଚାଉଛନ୍ତି ଯେ, ବର୍ତ୍ତମାନ ଲୋକ ଭୟଭିତ ଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି । ମାଙ୍କଡମାନଙ୍କୁ ଧରିବା ବନ ବିଭାଗର ଦାୟିତ୍ବ ଅଟେ, କିନ୍ତୁ ଜଙ୍ଗଲ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ମାଙ୍କଡମାନେ ଆତଙ୍କ ସୃଷ୍ଟି କରୁଛନ୍ତି। ମାଙ୍କଡ଼କୁ ଭୟ କରି ବଜରଙ୍ଗଗଡ ବାସିନ୍ଦା ନିଜ ଘରେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି। ଫଳରେ ବଞ୍ଚିବା କଷ୍ଟକର ହୋଇପଡିଛି। ତେବେ ମାଙ୍କଡମାନେ ସ୍କୁଲ ଯାଉଥିବା ଛାତ୍ରମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି । ଏନେକ ସମୟରେ ମାଙ୍କଡ ମାନେ ମହିଳାଙ୍ଗ କେଶ ଟାଣୁଥିବା ମଧ୍ୟ କହିଛନ୍ତି ବୃଦ୍ଧଙ୍କ ସମ୍ପର୍କୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.