ଲକ୍ଷ୍ନୌ: ହାଥରସ ଜିଲ୍ଲାର ସାଦାବାଦ ବିଧାନସଭା କ୍ଷେତ୍ରର କସ୍ବା ସାଦାବାଦ ବିଆରସି ପରିସରରେ ହୋଇଥିବା ମତଦାନ କେନ୍ଦ୍ରରେ ଉତ୍ପାତ କରିଛନ୍ତି ମାଙ୍କଡ । ସେଠାରେ ମାଙ୍କଡ ମାନେ ଡିଆଁ ମାରି ତମ୍ବୁ ଟେଣ୍ଟ କପଡା ଚିରି ଦେଇଥିବାବେଳେ କେତେକ ଚେୟାର ଭାଙ୍ଗି ଦେଇଛନ୍ତି ।
ଜିଲ୍ଲାର ୧୧,୬୫,୩୪୫ ମତଦାତାଙ୍କ ପାଇଁ ୧୪୦୩ଟି ବୁଥ ଥିବାବେଳେ ୩ଟି ମଣ୍ଡଳ ଏବଂ ୫ଟି ପିଙ୍କ ବୁଥ କରାଯାଇଥିଲା । ମାଙ୍କଡମାନେ କସ୍ବା ସାଦାବାଦ ବିଆରସି ପରିସର କେନ୍ଦ୍ରରେ ମତଦାନ ପୂର୍ବରୁ ଆକ୍ରମଣ କରିଦେଇଥିଲେ । ସେମାନଙ୍କ ଆତଙ୍କରେ ମତଦାନ ପାଇଁ ତିଆରି କରାଯାଇଥିବା ୫ଟି ପିଙ୍କ ବୁଥ ମଧ୍ୟରୁ ଗୋଟିଏକୁ ଛିନଛତର କରିଦେଇଥିଲେ ମାଙ୍କଡ ପଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ