ETV Bharat / bharat

ପୋଲିସଠୁ ହତ୍ୟା ଅଭିଯୁକ୍ତର ପ୍ରମାଣ ବ୍ୟାଗ ଛଡାଇ ନେଲା ମାଙ୍କଡ - ପୋଲିସଠାରୁ ପ୍ରମାଣ ବ୍ୟାଗ୍‌ ନେଇଗଲା ମାଙ୍କଡ଼

ପୋଲିସ ହାତରୁ ହତ୍ୟା ଅଭିଯୁକ୍ତ ବିରୋଧରେ ଥିବା ସମସ୍ତ ତଥ୍ୟ ପ୍ରମାଣ ନେଇଗଲା ଏକ ମାଙ୍କଡ଼ । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଅଧିକ ପଢ଼ନ୍ତୁ

ପୋଲିସ ହାତରୁ ହତ୍ୟା ଅଭିଯୁକ୍ତର ପ୍ରମାଣ ବ୍ୟାଗ୍‌ ନେଇଗଲା ମାଙ୍କଡ଼

author img

By

Published : May 4, 2022, 12:11 PM IST

ଜୟପୁର: ପୋଲିସ ହାତରୁ ହତ୍ୟା ଅଭିଯୁକ୍ତ ବିରୋଧରେ ଥିବା ସମସ୍ତ ତଥ୍ୟ ପ୍ରମାଣ ନେଇଗଲା ଏକ ମାଙ୍କଡ଼ । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଜଣେ ହତ୍ୟା ଅଭିଯୁକ୍ତ ବିରୋଧରେ କୋର୍ଟ ପ୍ରମାଣ ମାଗିବା ପରେ ରାଜସ୍ଥାନ ପୋଲିସ କୋର୍ଟଙ୍କୁ ପ୍ରମାଣ ବ୍ୟାଗ୍‌ ମାଙ୍କଡ଼ ନେଇ ଯାଇଥିବା ନେଇ ଲିଖିତ ଆକାରରେ ଉତ୍ତର ରଖିଛି ।

ରାଜସ୍ଥାନର ଚାନ୍ଦୱାଜି ଥାନା ଅଞ୍ଚଳରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ୨୦୧୬ ମସିହାରେ ଜୟପୁରର ଚାନ୍ଦୱାଜି ଅଞ୍ଚଳରେ ଶଶିକାନ୍ତ ଶର୍ମା ନାମକଙ୍କ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ପୋଲିସ ଏହି ମାମଲାର ଅଧିକ ଛାନଭିନ୍‌ କରି ହତ୍ୟାକାଣ୍ଡର ମୁଖ୍ୟ ଦୁଇ ଅଭିଯୁକ୍ତ ରାହୁଲ କଣ୍ଡେରା ଓ ମୋହନ ଲାଲ୍‌ କଣ୍ଡେରାଙ୍କୁ ଗିରଫ କରିଥିଲା ।

ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟରେ ଗିରଫ ଅଭିଯୁକ୍ତଙ୍କ ଟ୍ରାଏଲ ଚାଲିଥିଲା । ଏହି ମାମଲାର ବହୁ ତଦନ୍ତ ପରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିଲା ପୋଲିସ । ତେବେ ପୋଲିସ ମାଲଖାନାରେ ଜାଗା ନଥିବାରୁ ଏହି ପ୍ରମାଣ ବ୍ୟାଗ୍‌କୁ ପୋଲିସ ଥାନା ପରିସରରେ ଥିବା ଏକ ମୂଳେ ରଖିଥିଲା ପୋଲିସ । କୌଣସି ମତେ ମାଙ୍କଡ଼ ଏହାକୁ ନେଇ ଯାଇଥିବା ନେଇ କୋର୍ଟ ଆଗରେ ପୋଲିସ କହିଛି ।

ଏଭଳି ଏକ ଘଟଣା ପରେ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକେ । ସେପଟେ କୋର୍ଟ ମଧ୍ୟ ପୋଲିସକୁ ଏଥିପାଇଁ ତାଗିଦ୍‌ କରିଛନ୍ତି । ମାଙ୍କଡ଼ ନେଇଯାଇଥିବା ବ୍ୟାଗ୍‌ରେ ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ୧୫ଟି ପ୍ରମାଣ ରହିଥିଲା ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.