ETV Bharat / bharat

ମଧ୍ୟ ପ୍ରଦେଶରେ 'ମୋହନ' ସରକାର: ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ

author img

By ETV Bharat Odisha Team

Published : Dec 13, 2023, 12:49 PM IST

Updated : Dec 13, 2023, 3:00 PM IST

Mohan Yadav takes oath: ମଧ୍ୟ ପ୍ରଦେଶରେ 'ମୋହନ' ଯୁଗ । ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗଦୀଶ ଦେଓଡ଼ା ଏବଂ ରାଜେନ୍ଦ୍ର ଶୁକ୍ଳା । ଭୋପାଳରେ ଅନୁଷ୍ଠିତ ଭବ୍ୟ ଶପଥ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ,

ମଧ୍ୟପ୍ରଦେଶରେ 'ମୋହନ' ସରକାର :  ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, 2 ଉପ ମୁଖ୍ୟମନ୍ତ୍ରୀ ସାମିଲ, ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ: ମଧ୍ୟପ୍ରଦେଶର 19ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଯାଦବ । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜି ସକାଳ 11ଟା 30 ମିନିଟରେ ଭୋପାଳରେ ଆୟୋଜିତ ଭବ୍ୟ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି। ଶପଥ ସମାରୋହରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତା।

ଏହା ମଧ୍ଯ ପଢ଼ନ୍ତୁ: ଶିକ୍ଷାବିତରୁ ରାଜନେତା: ଉଜ୍ଜୈନରୁ ହ୍ୟାଟ୍ରିକ୍ ବିଜୟୀ ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଆଜି ସକାଳ 11ଟା 30 ମିନିଟରେ ଭୋପାଳରେ ଅନୁଷ୍ଠିତ ହୋଇଛି ମଧ୍ଯପ୍ରଦେଶ ସରକାରର ଶପଥ ସମାରୋହ। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାରରେ ସାମିଲ ହୋଇଛନ୍ତି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ । ଜଗଦୀଶ ଦେଓଡ଼ା ଏବଂ ରାଜେନ୍ଦ୍ର ଶୁକ୍ଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ଭୋପାଳରେ ଆୟୋଜିତ ଗରୀମାମୟୀ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ବାଚସ୍ପତି ଦାୟିତ୍ବ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ଯମନ୍ତ୍ରୀ ଶପଥ ନେଇଥିବା ବେଳେ, ପରବର୍ତ୍ତୀ ସମୟରେ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରାଯିବ।

ଏହା ମଧ୍ଯ ପଢ଼ନ୍ତୁ: ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ସହ ସାକ୍ଷାତକାର: କହିଲେ ‘ମୁଁ ଜାତୀୟତାବାଦୀ ପରିବାରରୁ ଆସିଛି’

ମୋହନ ଯାଦବ: 58 ବର୍ଷୀୟ ମୋହନ ଯାଦବ 2013ଠାରୁ ବିଧାୟକ ରହି ଆସିଛନ୍ତି । ଉଜ୍ଜୈନ ବିଧାନସଭା ଆସନରୁ 2013, 2018 ଏବଂ 2023ରେ ବିଜୟୀ ହେବା ସହ ହ୍ୟାଟ୍ରିକ କରିଛନ୍ତି । ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ଅର୍ଜନ ସହ ମୁଖ୍ୟମନ୍ତ୍ରୀ ହୋଇ ନୂଆ ରେକର୍ଡ କରିଛନ୍ତି ମୋହନ ଯାଦବ। ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସରକାରରେ ମନ୍ତ୍ରୀ ଥିଲେ । ମୋହନ ଯାଦବଙ୍କର ରହିଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ସହ ଲିଙ୍କ୍ । ଆରଏସଏସ ପୃଷ୍ଠଭୂମିରୁ ରାଜନୀତିକୁ ଆସିଥିବା ମୋହନଙ୍କୁ ଭାରତୀୟ ଜନତା ପାର୍ଟି, ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସହ ଗୁରୁ ଦାୟିତ୍ବ ଦେଇଛି । ମୋଦନ ଯାଦବ ଓବିସି ଶ୍ରେଣୀକୁ ପ୍ରତିନିଧିତ୍ବ କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2023, 3:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.