ନୂଆଦିଲ୍ଲୀ: ଆସନ୍ତାକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଆଇଆଇଟି ଖଡଗପୁରରରେ ଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିବେ । ଏହାସହ ଆଇଆଇଟି ଖଡଗପୁରର 66 ତମ ସମାରୋହକୁ ସମ୍ବୋଧିତ କରିବେ । ଏହାର ଉଦଘାଟନୀ ଉତ୍ସବ ଅପରାହ୍ନ 12.30ରେ ଭିସି ମାଧ୍ୟମରେ କରାଯିବ । ଏହି ଅବସରରେ ପଶ୍ଚିମବଙ୍ଗର ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ଶିକ୍ଷା ମନ୍ତ୍ରଣାଳୟର ସହଯୋଗରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଖଡଗପୁର ଦ୍ବାରା ଏହି ସୁପର ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ଏହି ଅନୁଷ୍ଠାନ ଅନୁପ୍ରାଣିତ ହୋଇଛି ଯେ ବିଜ୍ଞାନ ଏବଂ ଉଦ୍ଭାବନରେ ପୁଞ୍ଜି ବିନିଯୋଗ ଏବଂ ଏହାର ଗବେଷଣା ଦ୍ବାରା ଭାରତର ଭବିଷ୍ୟତ ଗଠନ ହେବ । ଏହି ଡାକ୍ତରଖାନା ଜ୍ଞାନକୌଶଳ ଏବଂ ସ୍ବାସ୍ଥ୍ୟସେବା ମଧ୍ୟରେ ମିଶ୍ରଣର ଏକ ଉତ୍ପାଦ ହେବ ।
ଆଇଆଇଟି ଖଡଗପୁରର ଉତ୍ତରାଧିକାରୀ ଭାବେ ଏହି ପ୍ରତିଷ୍ଠାନ ସ୍ବାସ୍ଥ୍ୟସେବା ଜ୍ଞାନକୌଶଳର ବିକାଶ କରିବ । ଏହି ଡାକ୍ତରଖାନା ଦ୍ରୁତ ବାୟୋମେଟିକାଲ, କ୍ଲିନିକାଲ ଏବଂ ଟ୍ରାନ୍ସଲେସନାଲ ଗବେଷଣା, ରିମୋଟ ଡାଇଗ୍ନୋଷ୍ଟିକ୍ର ବିକାଶ, ଟେଲିମେଡିସିନ୍, ଟେଲିରାଡାଇଓଲୋଜିର ବିକାଶ ସହିତ ଔଷଧ ଡିଜାଇନ୍ ଏବଂ ବିତରଣ କ୍ଷେତ୍ରରେ ଗବେଷଣା କରିବ । ସ୍ନାତକୋତ୍ତର ଏବଂ ଡକ୍ଟରାଲ୍ ପ୍ରୋଗ୍ରାମ ସହିତ 2021-22 ଶିକ୍ଷାବର୍ଷରୁ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।