ETV Bharat / bharat

ଆଜି ଶ୍ରୀ ଅର୍ଣ୍ଣପୂର୍ଣ୍ଣା ଟ୍ରଷ୍ଟର ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସ ଉଦଘାଟନ କରିବେ ମୋଦି - ଗୁଜୁରାଟ ଶ୍ରୀ ଅର୍ଣ୍ଣପୂର୍ଣ୍ଣା ଟ୍ରଷ୍ଟ

ଆଜି (ମଙ୍ଗଳବାର)ଗୁଜୁରାଟର ଆଡଲେଜ ଠାରେ ଶ୍ରୀ ଅର୍ଣ୍ଣପୂର୍ଣ୍ଣା ଟ୍ରଷ୍ଟର ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସକୁ ଭର୍ଚ୍ଚୁଆଲରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଆଜି ଗୁଜୁରାଟ ଶ୍ରୀ ଅର୍ଣ୍ଣପୂର୍ଣ୍ଣା ଟ୍ରଷ୍ଟର ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସର ଉଦଘାଟନ କରିବେ ମୋଦି

author img

By

Published : Apr 12, 2022, 7:46 AM IST

ନୂଆଦିଲ୍ଲୀ: ଆଜି (ମଙ୍ଗଳବାର)ଗୁଜୁରାଟର ଆଡଲେଜ ଠାରେ ଶ୍ରୀ ଅର୍ଣ୍ଣପୂର୍ଣ୍ଣା ଟ୍ରଷ୍ଟର ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସକୁ ଭର୍ଚ୍ଚୁଆଲରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥି ସହ ଜନସହାୟକ ଟ୍ରଷ୍ଟର ହିରାମଣି ଆରୋଗ୍ୟ ଧାମର ଭୂମିପୂଜନ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ପ୍ରଦାନ କରିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ହଷ୍ଟେଲ ଏବଂ ଶିକ୍ଷା କମ୍ପ୍ଲେକ୍ସରେ ୬୦୦ ଜଣ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ୧୫ଟି ରୁମ୍ ଏବଂ ବୋର୍ଡିଂ ସୁବିଧା କରାଯାଇଛି । ଏଥି ସହ GPSC, UPSC ପରୀକ୍ଷା, ଇ-ଲାଇବ୍ରେରୀ, କନଫରେନ୍ସ ହଲ, ସ୍ପୋର୍ଟସ୍ ରୁମ୍, ଟିଭି ରୁମ୍ ଏବଂ ଛାତ୍ରମାନଙ୍କ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ଇତ୍ୟାଦି ତାଲିମ କେନ୍ଦ୍ର ରହିଛି।

ଜନସହାୟକ ଟ୍ରଷ୍ଟ ହିରାମଣି ଆରୋଗ୍ୟ ଧାମର ବିକାଶ କରିବ। ଏଥିରେ ଏକକାଳୀନ ୧୪ ଜଣଙ୍କ ଡାଏଲସିସ୍ ପାଇଁ ସୁବିଧା, ୨୪ ଘଣ୍ଟା ରକ୍ତ ଯୋଗାଣ ସହିତ ବ୍ଲଡ ବ୍ୟାଙ୍କ, ୨୪ ଘଣ୍ଟା କାର୍ଯ୍ୟ କରୁଥିବା ମେଡିକାଲ ଷ୍ଟୋର୍, ଆଧୁନିକ ପାଥୋଲୋଜି ଲାବୋରେଟୋରୀ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସମସ୍ତ ଉପକରଣ ସହିତ ଏଠାରେ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯିବ।

ହିରାମଣି ଆରୋଗ୍ୟ ଧାମ ହେଉଛି ଏକ ଡେ କେୟାର ସେଣ୍ଟର । ଏଠାରେ ଆୟୁର୍ବେଦ, ହୋମିଓପାଥି, ଆକ୍ୟୁପ୍ରେସର, ଯୋଗ ଥେରାପି ଇତ୍ୟାଦି ପାଇଁ ଉନ୍ନତ ସୁବିଧା ଉପଲବ୍ଧ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.