ETV Bharat / bharat

ଜାମ୍ମୁ କାଶ୍ମୀରରେ ରାଜନୀତି ହଲଚଲ; ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ଆସନ୍ତା ସପ୍ତାହରେ ଜମ୍ମୁ-କଶ୍ମୀର ନେତାଙ୍କ ସହ ଏକ ସର୍ବଦଳୀୟ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

author img

By

Published : Jun 19, 2021, 10:29 AM IST

Updated : Jun 19, 2021, 2:45 PM IST

ଆସନ୍ତା ସପ୍ତାହରେ ଜମ୍ମୁ-କଶ୍ମୀର ନେତାଙ୍କ ସହ ବୈଠକ କରିବେ ମୋଦି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରାଜନୀତିରେ ପୁଣି ଥରେ ହଲଚଲ ଆରମ୍ଭ ହୋଇଯାଇଛି । ପାୱାର କରିଡରରୁ ଆସୁଥିବା ସୂଚନା ଅନୁସାରେ ଚଳିତ ମାସ 24 ତାରିଖରେ ଜାମ୍ମୁ କାଶ୍ମୀରର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ନେଇ ଏବେ ଜାମ୍ମୁରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବଢିଲା ସସ୍ପେନ୍ସ ।

ଅଗଷ୍ଟ 2019 ରେ ଜାମ୍ମୁ କାଶ୍ମୀରରୁ ଧାରା 370 ଓ 35 (କ) ଉଚ୍ଛେଦ ର ପାଖାପାଖି 2 ବର୍ଷ ପରେ କେନ୍ଦ୍ର ସରକାରଙ୍କ ଏହା ହେଉଛି ସବୁଠାରୁ ଆଉ ଏକ ବଡ ପଦକ୍ଷେପ । କାରଣ ଧାରା 370 ଉଚ୍ଛେଦ ପରଠାରୁ ଏଭଳି କୌଣସି ବୈଠକ ହୋଇନଥିଲା । ଯଦିଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ବିଭିନ୍ନ ସମୟରେ ଆସି ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି, କିନ୍ତୁ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବାକୁ ଯାଉଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକ ପାଇଁ ଏନସି, ପିଡିପି, ଜାମ୍ମୁ କାଶ୍ମୀର ଅପନୀପାର୍ଟି, କଂଗ୍ରେସ, ବିଜେପି ନେତା ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବୈଠକରେ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ନିର୍ବାଚନ ପାଇଁ ହୋଇପାରେ ଆଲୋଚନା ।

ଶୁକ୍ରବାର ଶାହା ନେଇ ଥିଲେ ବଡ ବୈଠକ

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ ପୂର୍ବରୁ ଗତକାଲି(ଶୁକ୍ରବାର) ଗୃହମନ୍ତ୍ରୀ ଅମିତ ଶାହା ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ବୈଠକ କରିଥିଲେ । ଏହାବାଦ ଶାହା NSA, ଜାମ୍ମୁ କାଶ୍ମୀର ପୋଲିସ ଡିଜି, ସିଆରପିଏଫ ଡିଜି, ର’ ମୁଖ୍ୟ, ଆଇବି ମୁଖ୍ୟ ଙ୍କ ସମେତ ବୈଠକ କରି ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ ଜଣାପଡିବା ପରେ ଜାମ୍ମୁ କାଶ୍ମୀରରେ ଥିବା ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ମାନଙ୍କର ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି ।

@ANI

Last Updated : Jun 19, 2021, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.