ETV Bharat / bharat

ଆଜି ପିଏମ କିଶାନର ଅଷ୍ଟମ କିସ୍ତି; 9.5 କୋଟି ଚାଷୀଙ୍କୁ ମିଳିବ 19 ହଜାର କୋଟି

author img

By

Published : May 14, 2021, 7:58 AM IST

ଆଜି (ଶୁକ୍ରବାର) ପିଏମ କିଶାନ ଯୋଜନା ଅଧୀନରେ 19,000 କୋଟି ଟଙ୍କା ସହୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପକୃତ ହେବେ 9.5କୋଟି ଚାଷୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଶାନ ଯୋଜନାର ଅଷ୍ଟମ ପର୍ଯ୍ୟାୟ କିସ୍ତିରେ ଉପକୃତ ଦେହେ 9.5କୋଟି ଚାଷୀ । ଆଜି (ଶୁକ୍ରବାର) ପିଏମ କିଶାନ ଯୋଜନା ଅଧୀନରେ 19,000 କୋଟି ଟଙ୍କା ସହୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମୟ 11ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏହି କିସ୍ତିରେ 9,000 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ 19,000 କୋଟିରୁ ଅଧିକ ଟଙ୍କା ପଠାଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ଓ ହିତାଧିକାରୀଙ୍କ ସହିତ କଥା ହେବେ । କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ପିଏମ କିଶାନ ଯୋଜନା ଅଧିନରେ ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ବାର୍ଷିକ 6,000 ଟଙ୍କା ଆର୍ଥିକ ସୁବିଧା ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ସମାନ 4 ମାସିକ କିସ୍ତିରେ 2,000 ଟଙ୍କା ପ୍ରଦାନ କରାଯାଏ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ । ଏହି ଯୋଜନାରେ ଏବେ ସୁଦ୍ଧା 1.15 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା କୃଷକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.