ETV Bharat / bharat

Modi Surname Case: ଗୁଜୁରାଟ ହାଇକୋର୍ଟରୁ ନିରାଶ ହେଲେ ରାହୁଲ, ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ - ରାହୁଲଙ୍କ ଗାନ୍ଧୀଙ୍କ ଆବେଦନ ଖାରଜ

ମୋଦି ସାଙ୍ଗିଆ ମାମଲାରେ ଗୁଜୁରାଟ ହାଇକୋର୍ଟରୁ ରାହୁଲଙ୍କୁ ବଡ ଝଟକା । ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନ କଲେ କୋର୍ଟ । ଅଧିକ ପଢନ୍ତୁ

ରାହୁଲଙ୍କ ଗାନ୍ଧୀଙ୍କ ଆବେଦନ ଖାରଜ
ରାହୁଲଙ୍କ ଗାନ୍ଧୀଙ୍କ ଆବେଦନ ଖାରଜ
author img

By

Published : Jul 7, 2023, 11:27 AM IST

Updated : Jul 7, 2023, 11:51 AM IST

ଗାନ୍ଧୀନଗର: ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ବସ୍ତି । ଗୁଜୁରାଟ ହାଇକୋର୍ଟରୁ ନିରାଶ ହେଲେ କଂଗ୍ରେସ ନେତା । ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଗୁଜୁରାଟ ହାଇକୋର୍ଟରେ କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇଯାଇଛି । ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି କୋର୍ଟ । ବିଚାରପତି ହେମନ୍ତ ପ୍ରଚ୍ଛକ ସୁରଟ କୋର୍ଟଙ୍କ ରାୟ କାଏମ ରଖିଛନ୍ତି । ଏହାରି ସହିତ ରାହୁଲଙ୍କ ଲୋକସଭା ସଦସ୍ୟତା ଫେରି ପାଇବାର ଆଶା ବି ମଉଳି ଯାଇଛି ।

ଯଦି ଗୁଜୁରାଟ ହାଇକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥାନ୍ତେ ତାହାହେଲେ ରାହୁଲ ଗାନ୍ଧୀ ନିଜର ସଂସଦ ସଦସ୍ୟତା ପଦ ଫେରି ପାଇଥାନ୍ତେ । ଆସନ୍ତା ସଂସଦ ମୌସୁମୀ ଅଧିବେଶନରେ ସାମିଲ ହୋଇଥାନ୍ତେ । ହେଲେ ତାଙ୍କୁ ପୁଣିଥରେ ନିରାଶ ହେବାକୁ ପଡିଛି । ଏହି ଅପରାଧିକ ମାନହାନୀ ମାମଲାରେ ଆଜି ପୂର୍ବାହ୍ନ ୧୧ଟାରେ ରାୟ ପ୍ରକାଶ ପାଇଛି । ତଳ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ରାହୁଲ ଗାନ୍ଧୀ କରିଥିବା ପୁନର୍ବିଚାର ଆବେଦନ ଗୁଜୁରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଯାହାକି ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଇଛି ।

ଏହାମଧ୍ୟ ପଢନ୍ତୁ: AIADMKରୁ ବହିଷ୍କୃତ ଏକମାତ୍ର ସାଂସଦ ଓପି ରବିନ୍ଦ୍ରନାଥଙ୍କ ନିର୍ବାଚନ ରଦ୍ଧ କଲେ ମାଡ୍ରାସ ହାଇକୋର୍ଟ

କ'ଣ ଥିଲା ପୁରା ଘଟଣା: ୨୦୧୯ ଏପ୍ରିଲ ୧୩ରେ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ସବୁ ମୋଦି ସାଙ୍ଗିଆଧାରୀ ଚୋର । ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା । ଗୁଜୁରାଟର ତତ୍କାଳୀନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ଗତ ମାର୍ଚ୍ଚ ୨୩ରେ ସୁରଟ ଜିଲ୍ଲା କୋର୍ଟ ଏହି ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ।

ସୁରଟ କୋର୍ଟଙ୍କ ରାୟ ଆସିବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଯାଇଥିଲା । ଏହି ରାୟ ବିରୋଧରେ କଂଗ୍ରେସ ନେତା ସୁରଟ ସେସନ କୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ । ସେସନ କୋର୍ଟରୁ ନିରାଶ ହେବା ପରେ ଏପ୍ରିଲ ୨୫ରେ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ ଗାନ୍ଧୀ ।

Last Updated : Jul 7, 2023, 11:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.