ETV Bharat / bharat

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ପାରିତ, ଏମିତି କହିଲେ ମହିଳା ସାଂସଦ - ମହିଳା ସଂରକ୍ଷଣ ବିଲ

ରାଜ୍ୟସଭାରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ । ମୋଦି ହେ ତୋ ମୁମକିନ ହେ ନିରର୍ଥକ ବାକ୍ୟ ନୁହେଁ କହିଲେ ସ୍ମୃତି ଇରାନି । ଅଧିକ ପଢନ୍ତୁ

womens quota Bill
womens quota Bill
author img

By ETV Bharat Odisha Team

Published : Sep 22, 2023, 10:38 AM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହୋଇଛି ବହୁ ପ୍ରତିକ୍ଷୀତ ମହିଳା ସଂରକ୍ଷଣ ବିଲ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ । ସଂସଦର ସ୍ବତନ୍ତ୍ର ଅଧିବେଶନର ଚତୁର୍ଥ ଦିନରେ ତମାମ ଚର୍ଚ୍ଚା ପରେ ରାତିରେ ଭୋଟିଂ ମାଧ୍ୟମରେ ଏହି ବିଲ୍‌ ଉଚ୍ଚସଦନରେ ପାରିତ ହୋଇଥିଲା । 214 ସଦସ୍ୟ ବିଲ ସପକ୍ଷରେ ଭୋଟ ଦେଇଥିଲେ । ଏହି ଐତିହାସିକ ବିଲ ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରି ଦେବା ପରେ ଏହା ଆଇନରେ ପରିଣତ ହେବ । ଏହି ଐତିହାସିକ ବିଲକୁ ନେଇ ସଂସଦରେ ଥିବା ମହିଳା ସଦସ୍ୟ ମାନେ ବେଶ ଖୁସି ବ୍ୟକ୍ତ କରିଥିଲେ । ଏହାଏକ ଐତିହାସିକ ନିଷ୍ପତ୍ତି ବୋଲି ମତ ରଖିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି, "ଆମେ ଗୋଟିଏ କଥା ଶୁଣିଛେ 'ମୋଦି ହେ ତୋ ମୁମକିନ ହେ'। ପ୍ରଧାନମନ୍ତ୍ରୀ ଆଉଥରେ ପ୍ରମାଣ କରିଛନ୍ତି ଏହା ଏକ ନିରର୍ଥକ ବାକ୍ୟ ନୁହେଁ । ବିଜେପି ସାଂସଦ ଦିୟା କୁମାରୀ କହିଛନ୍ତି ଯେ, ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ମହିଳାମାନେ ଉତ୍ସବ ମନାଉଛନ୍ତି । ଏହି ବିଲ ଦୁଇ ଗୃହରେ ପାରିତ ହେବାରୁ ଆମେ ବହୁତ ଖୁସି । ପ୍ରଧାନମମନ୍ତ୍ରୀ ମୋଦି ମହିଳାଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି । ଏହି ବିଲର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିଛନ୍ତି । ଦୁଇ ଦିନ ଧରି ବିଲକୁ ଦୁଇ ଗହୃହରେ ପାରିତ କରିବାକୁ ସେ ଉଦ୍ୟମ ଚଳାଇଥିଲେ ।"

ଏହା ମଧ୍ୟ ପଢନ୍ତୁ-Women's Reservation Bill: ସଂସଦର ଉଭୟ ଗୃହରେ ପାରିତ, ରାଜ୍ୟସଭାରେ ମିଳିଲା ପୂର୍ଣ୍ଣ ଭୋଟ

କଂଗ୍ରେସ ସାଂସଦ ଜୋଶମାନି ମଧ୍ୟ ମହିଳା ସଂରକ୍ଷଣ ବିଲ ରାଜ୍ୟସଭାରେ ପାରିତ ହେବାରୁ ଖୁସି ବ୍ୟକ୍ତ କରି କହିଛନ୍ତି, "ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ଭବିଷ୍ୟତରେ ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଦେଖାଇବ । କିନ୍ତୁ ଦୁଃଖର ବିଷୟ ଏହି ଆଇନ ଲାଗୁ ହେବାରେ ବିଳମ୍ବ ହେବ ।" ମହିଳା ସଂରକ୍ଷଣ ବିଲ୍ ସଂସଦର ଉଭୟ ସଦନରେ ପାରିତ ହେବା ପରେ ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ମହିଳାକର୍ମୀ ମାନେ ଉତ୍ସବ ମନାଇଛନ୍ତି। 27 ବର୍ଷର ଅପେକ୍ଷା ପରେ ଏହି ବିଲ ଆଇନରେ ପରିଣତ ହେବାକୁ ଯାଉଛି । ଏକ ଐତିହାସିକ ଯୁଗର ଆରମ୍ଭ ହେବାକୁ ଯାଉଛି ବୋଲିଜଣେ ବିଜେପି ମହିଳା କର୍ମୀ କହିଛନ୍ତି ।

ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଲୋକସଭାରେ ଆଗତ ହୋଇଥିଲା ମହିଳା ସଂରକ୍ଷଣ ବିଲ । ବିଲ୍‌ ସପକ୍ଷରେ ମୋଟ 454 ଭୋଟ ଓ ବିପକ୍ଷରେ ମାତ୍ର 2ଟି ଭୋଟ ପଡ଼ିଥିଲା । ଏହାପରେ ଗୁରୁବାର ରାଜ୍ୟସଭାରେ ଆଗତ ହେବା ସହ ଚର୍ଚ୍ଚା ହୋଇଥିଲା । ଶେଷରେ ମୋଟ 214 ଜଣ ସାଂସଦ ଭୋଟିଂରେ ଅଂଶ ଗ୍ରହଣ କରିଥିଲେ । ଗୃହରେ ଉପସ୍ଥିତ ସମସ୍ତ ସାଂସଦ ବିଲ୍‌ ସପକ୍ଷରେ ଭୋଟ ଦେଇଥିବା ବେଳେ କୌଣସି ଭୋଟ୍‌ ବିଲ ବିରୋଧରେ ପଡ଼ିନଥିଲା । ସଂସଦ ସଚିବାଳୟ ଏହି ପାରିତ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇବ । ଏହି ଅଧିନିୟମ ଅନୁସାରେ, ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କୁ ମୋଟ ଆସନର ଏକ-ତୃତୀୟାଂଶ ବା 33 ପ୍ରତିଶତ ଆସନ ସଂରକ୍ଷଣ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.