ETV Bharat / bharat

ମୋଦି ସରକାରଙ୍କୁ 7 ବର୍ଷ, ଅଚ୍ଛେ ଦିନରୁ ଆତ୍ମନିର୍ଭର ଭାରତର ଯାତ୍ରା...

ଅନେକ ବାଧା ବିଘ୍ନ ମଧ୍ୟରେ 7 ବର୍ଷ ପୁରା କରିଛି କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାର । ଅଚ୍ଛେ ଦିନରୁ ଆରମ୍ଭ ହୋଇଥିବା ସେହି ଯାତ୍ରା ଆଜି ଆତ୍ମନିର୍ଭର ଭାରତରେ ଆସି ପହଞ୍ଚିଛି । ତେବେ ମୋଦି ସରକାରରେ କେତେ ବଦଳିଛି ଭାରତର ସ୍ଥିତି ? କଣ କହୁଛି ପରିବର୍ତ୍ତନର ପୃଷ୍ଠା ? ଅଧିକ ପଢନ୍ତୁ...

ମୋଦି ସରକାରଙ୍କୁ 7 ବର୍ଷ, ଅଚ୍ଛେ ଦିନରୁ ଆତ୍ମନିର୍ଭର ଭାରତର ଯାତ୍ରା...
ମୋଦି ସରକାରଙ୍କୁ 7 ବର୍ଷ, ଅଚ୍ଛେ ଦିନରୁ ଆତ୍ମନିର୍ଭର ଭାରତର ଯାତ୍ରା...
author img

By

Published : May 30, 2021, 7:37 PM IST

ନୂଆଦିଲ୍ଲୀ: ଦୁର୍ନୀତି, ମୁଦ୍ରାସ୍ଫୀତି ଓ କଳା ଟଙ୍କା...କଂଗ୍ରେସର ସରକାରରେ ଖେଳାଇ ଦେଇଥିଲା ସଂକଟର କଳା ବାଦଲ । ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶର ରାଜଧାନୀରେ ଲାଗିଥିଲା ନିଆଁ । ତେଜୁଥିଲା ଆନ୍ନା ହଜାରେଙ୍କ ଲୋକପାଳ ଆନ୍ଦୋଳନର ତାତି । କଂଗ୍ରେସ ମୁକ୍ତ ଭାରତର ଲକ୍ଷ୍ୟ ନେଇ ଜନସାଧାରଣଙ୍କ ମନରେ ଆତ୍ମବିଶ୍ବାସର ମଞ୍ଜି ବୁଣୁଥିଲା ଭାରତୀୟ ଜନତା ପାର୍ଟି । ଗୋଟିଏ ପକ୍ଷେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ପାଇଁ ଦୁଃଖର ସମୟ ମାଡି ଆସୁଥିବାବେଳେ ଅନ୍ୟପକ୍ଷେ ଲୋକଙ୍କ ମୁହଁରେ ଥିଲା ଗୋଟିଏ ନାଁ, ମୋଦି..ମୋଦି...ମୋଦି ।

26 ମେ 2014, ବଦଳିଥିଲା ଦେଶର ରାଜନୈତିକ ଆକାଶର ଦୃଶ୍ୟପଟ । କଂଗ୍ରେସ ହାତରୁ କ୍ଷମତା ଛଡାଇ ସରକାର ଗଠନ କରିଥିଲା ବିଜେପି । ଆଉ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ଦାମୋଦର ଦାସ ମୋଦି । ମନ୍ତ୍ର ଥିଲା 'ସବକା ସାଥ ସବକା ବିକାଶ' । ଅଚ୍ଛେ ଦିନର ନାରା ସହ ନରେନ୍ଦ୍ର ମୋଦିଙ୍କ ପ୍ରଭାବୀ ନେତୃତ୍ବ ପୁଣି 2019ରେ ସାରା ଦେଶରେ ଫୁଟାଇଥିଲା ପଦ୍ମ । 30 ମେ 2019 ଆଜିର ଦିନରେ ପୁନର୍ବାର ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲେ ମୋଦି । ଅନେକ ବାଧା ବିଘ୍ନ ମଧ୍ୟରେ 7 ବର୍ଷ ପୁରା କରିଛି କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାର । ଅଚ୍ଛେ ଦିନରୁ ଆରମ୍ଭ ହୋଇଥିବା ସେହି ଯାତ୍ରା ଆଜି ଆତ୍ମନିର୍ଭର ଭାରତରେ ଆସି ପହଞ୍ଚିଛି । ତେବେ ମୋଦି ସରକାରରେ କେତେ ବଦଳିଛି ଭାରତର ସ୍ଥିତି ? କଣ କହୁଛି ପରିବର୍ତ୍ତନର ପୃଷ୍ଠା ?

7 ବର୍ଷର କାର୍ଯ୍ୟକାଳରେ ପରିବର୍ତ୍ତନର ଇଚ୍ଛାଶକ୍ତି ରଖୁଥିବା ସରକାର ନିଜ ନିଷ୍ପତ୍ତିରେ କିଭଳି ରାଜନୀତିର ଦିଗ ବଦଳାଇପାରେ ତାହା ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯଦି ମୋଦି ସରକାରଙ୍କ ଉପଲବ୍ଧି ଉପରେ ନଜର ପକାଇବା ତାହେଲେ କେବଳ ଦେଶ ନୁହେଁ ବରଂ ବିଶ୍ବ ଦରବାରରେ ଭାରତର ସମ୍ମାନ ବଢିଥିବା କୁହାଯାଇପାରେ । ହେଲେ ମହାମାରୀ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଯୋଗୁଁ ଉତ୍ପନ୍ନ ପରିସ୍ଥିତି ସହ ମୁକାବିଲା ମୋଦି ସରକାର ସାମ୍ନାରେ ଛିଡା କରିଛି ବଡ ଚ୍ୟାଲେଞ୍ଜ । ଏହା ସତ୍ତ୍ବେ ମୋଦି ସରକାରଙ୍କ ଗୋଟିଏ ପରେ ଗୋଟିଏ ଐତିହାସିକ ନିଷ୍ପତ୍ତି ଯୋଗୁଁ ଅନେକ ପରିବର୍ତ୍ତନ ଆସିଛି, ଯାହା ଭାରତର ବିକାଶ ଯାତ୍ରାକୁ ଦେଇଛି ନୂଆ ଗତି ।

ଅଚ୍ଛେଦିନରୁ ଆତ୍ମନିର୍ଭରର ଯାତ୍ରା...

2014ରେ ଅଚ୍ଛେ ଦିନର ପ୍ରତିଶୃତି ଜରିଆରେ କ୍ଷମତା ହାତେଇଥିବା ନରେନ୍ଦ୍ର ମୋଦି 2020ରେ ଦେଇଥିଲେ ଆତ୍ମନିର୍ଭରର ନାରା । ଦେଶର ରାଜନୀତିରେ ମୋଦିଙ୍କୁ ମଜବୁତ ଆଉ ଲୋକପ୍ରିୟ ନେତା ଭାବରେ ବିବେଚନା କରାଯାଏ । କଡା ନିଷ୍ପତ୍ତି ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି ପ୍ରଧାନମନ୍ତ୍ରୀ । ପରିଣାମ ଯାହା ହେଉ ନା କାହିଁକି ନିଷ୍ପତ୍ତି କିନ୍ତୁ ସର୍ବଦା ଅଟଳ ରହିଥାଏ । କାଶ୍ମୀରରେ ବିଚ୍ଛିନତାବାଦୀ ଓ ବିଦ୍ରୋହକୁ ଇନ୍ଧନ ଯୋଗାଉଥିବା ଧାରା 370 ଉଚ୍ଛେଦରୁ ନେଇ ଆତଙ୍କବାଦ ଉପରେ ଅଙ୍କୁଶ ଲଗାଇାର କାମ କରିଛନ୍ତି ମୋଦି ସରକାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ସରକାର ଜନକଲ୍ୟାଣକାରୀ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି । 28 ଅଗଷ୍ଟ 2014ରେ ଦେଶର ଜନସାଧାରଣଙ୍କୁ ବ୍ୟାଙ୍କିଙ୍ଗ୍‌ ସହ ଯୋଡିବା ପାଇଁ ଜନ-ଧନ ଯୋଜନା ଘୋଷଣା କରିଥିଲେ ସରକାର । ଏହି ଯୋଜନାରେ 31.31 କୋଟି ଲୋକଙ୍କ ଖାତା ଖୋଲାଯାଇଛି ।

ଦେଶରେ ଗରିବ ଯେଭଳି କାଠ ଚୁଲିର ଧୂଆଁରେ ଅଣନିଶ୍ବାସୀ ନହୋଇ ଗ୍ୟାସରେ ରୋଷେଇ କରିବ, ଏଥିପାଇଁ ଉଜ୍ବଳା ଯୋଜନା ଆରମ୍ଭ କରିଥିଲେ ସରକାର । ଏହି ଯୋଜନା ଅନ୍ତର୍ଗତ ଗ୍ରାମୀଣ ଅଞ୍ଚଳରେ ରହୁଥିବା ଗରିବ ପରିବାରଙ୍କୁ ମାଗଣାରେ ଦିଆଯାଇଥିଲା ରନ୍ଧନ ଗ୍ୟାସ ।

ମୋଦି ସରକାର ପ୍ରତିଟି ଘରକୁ ପକ୍କା ଛାତ ଉପଲବ୍ଧ କରାଇବା ଦିଗରେ କେନ୍ଦ୍ର ସହର ମନ୍ତ୍ରଣାଳୟ ଅଧିନରେ ଆବାସ ଯୋଜନା ଜରିଆରେ 1 କୋଟି ଘର ନିର୍ମାଣର ରଖିଲେ ଲକ୍ଷ । 2022ରେ ଏହାକୁ ପୁରା କରିବାର ଲକ୍ଷ ରଖିଛନ୍ତି ସରକାର । ମୋଦି ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ଗ୍ରାମୀଣ ଓ ସହରୀ ଉଭୟ ଅଞ୍ଚଳରେ କୋଠା ଘର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପହଞ୍ଚାଯାଉଛି ।

ଦେଶ ପ୍ରତ୍ୟେକ ଘରକୁ ବିଦ୍ୟୁତ ସେବା ଯୋଗାଦେଇଦେବା ପାଇଁ 2017ରେ ସୌଭାଗ୍ୟ ଯୋଜନା ଆରମ୍ଭ କରିଥିଲେ ମୋଦି ସରକାର । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଘରକୁ ବିଦ୍ୟୁତ ପହଞ୍ଚାଇବାର ଲକ୍ଷ ରଖାଯାଇଛି ।

ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସରାକାର । ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିଲେ ମୋଦି ସରକାର । ଏହା ଜରିଆରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ମିଳିପାରୁଛି ।

ନରେନ୍ଦ୍ର ମୋଦି ସରକାରରେ ଭାରତୀୟ ସେନା ନିଜର ସୌର୍ଯ୍ୟ ଓ ପରାକ୍ରମର ପ୍ରଦର୍ଶନରେ ଦେଖାଇଦେଇଥିଲା ଯେ ଭାରତର ପ୍ରତିରକ୍ଷା ଶିକ୍ତି ବିଶ୍ବର କୌଣସି ବିକଶିତ ଦେଶ ଠୁ କମ ନୁହେଁ । କେବଳ ଏତିକି ନୁହେଁ, ସରକାର ଏହି ବାର୍ତ୍ତା ମଧ୍ୟ ଦେଇଥିଲେ ଯେ କଡା ନିଷ୍ପତ୍ତି ନେବାରେ ଭାରତ କେବେ ପଛଘୁଞ୍ଚା ଦେବା ନାହିଁ ।

ସର୍ଜିକାଲ ଏବଂ ଏୟାର ଷ୍ଟ୍ରାଇକ ମାଧ୍ୟମରେ ପାରମ୍ପାରିକ ଯୁଦ୍ଧ ତଥା ଆଧୁନିକ ଯୁଦ୍ଧରେ ଭାରତ ଦେଖାଇଥିଲା ନିଜର ପରାକ୍ରମ । 28 ସେପ୍ଟେମ୍ବର 2016ରେ ହୋଇଥିବା ଉରି ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ ପାକିସ୍ତାନର ଆତଙ୍କୀ ଶିବିରକୁ ଦେଇଥିଲା କଡା ଜବାବ। ଭାରତୀୟ କମାଣ୍ଡୋମାନେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ ଉପରେ ଆକ୍ରମଣ କରି ଏହାକୁ ଧ୍ବଂସ କରିଦେଇଥିଲେ । ଏହା ପରେ ହୋଇଥିଲା ପୁଲୱାମାଆତଙ୍କବାଦୀ ଆକ୍ରମଣ ହୋଇଥିଲ । ତା’ପରେ ଭାରତୀୟ ବାୟୁସେନା 26 ଫେବୃଆରୀରେ ବାଲାକୋଟ ଏୟାର ଷ୍ଟ୍ରାଇକ କରି ପାକିସ୍ତାନକୁ ଦେଇଥିଲା ଏହାର ପାଲଟା ଜବାବ । ଭାରତୀୟ ସୈନିକମାନେ ପାକିସ୍ତାନର ସୀମାରେ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ନଷ୍ଟ କରିଦେଇଥିଲେ।

ଭାରତରେ ଦୀର୍ଘ ଦିନରୁ ଅଟକି ରହିଥିଲା ନୂଆ ବସ୍ତୁ ଓ ସେବା କର ମାମଲା । କ୍ଷମତାକୁ ଆସିବାର 3 ବର୍ଷ ପରେ ମୋଦି ସରକାର ସଂସଦରେ ଜିଏସଟିକୁ ପାରିତ କରିଥିଲେ । ଏହା ଜୁଲାଇ 2017ରୁ ଲାଗୁ ହୋଇଥିଲା । ଦେଶରେ କର ସୁଧାର ଦିଗରେ ଏହା ଥିଲା ବଡ ପଦକ୍ଷେପ । ଜିଏସଟି ଲାଗୁ କରିବାର ଲକ୍ଷ୍ୟ ଥିଲା ଗୋଟିଏ ଦେଶ ଗୋଟିଏ କର ପ୍ରଣାଳୀ । ଜିଏସଟି ଲାଗୁ ହେବା ପରେ ଉତ୍ପାଦର ମୂଲ୍ୟ ପ୍ରତ୍ୟେକ ରାଜ୍ୟରେ ସମାନ ହୋଇଛି । ଏହାସହ ରାଜ୍ୟକୁ ସେମାନଙ୍କ ଭାଗର ଟିକସ କେନ୍ଦ୍ର ସରକାର ଦେଉଛନ୍ତି ।

ମୋଦି ସରକାରର ଦ୍ବିତୀୟ କାର୍ଯ୍ୟକାଳରେ ସବୁଠୁ ବଡ ଓ ଐତିହାସିକ ପଦକ୍ଷେପ ଥିଲା ଧାରା 370 ଉଚ୍ଛେଦ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ସହ ରାଜ୍ୟକୁ 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ବରିବର୍ତ୍ତିତ କରିବାର କାମ ମୋଦି ସରକାରଙ୍କ ଏହି କାର୍ଯ୍ୟକାଳରେ ହିଁ ହୋଇଛି ।

ସବକା ସାଥ ସବକା ବିକାଶର ମନ୍ତ୍ର ଦେଉଥିବା ମୋଦି ସରକାର ସଂଖ୍ୟାଲଘୁ ସମୁଦାୟଙ୍କ ସହ ଜଡିତ ଅନେକ ବିଷ ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୋଦି ସରକାର ନିଜ କାର୍ଯ୍ୟକାଳରେ 2018ରେ ମୁସଲମାନଙ୍କ ହଜ ଯାତ୍ରା ପାଇଁ ଦିଆଯାଉଥିବା ସବସିଡି ସମାପ୍ତ କରିବା ନିଷ୍ପତ୍ତି ନେଇଥିଲେ । ସବସିଡି ହଟାଇବା ନିଷ୍ପତ୍ତି ଯୋଗୁଁ ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାରଙ୍କ ପାଖରେ 700 କୋଟି ଟଙ୍କା ବଞ୍ଚୁଛି ।

ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ସର୍ବପ୍ରଥମେ ମୁସଲମାନ ମହିଳାଙ୍କୁ ତିନ ତଲକାର ବେଡିରୁ ମୁକ୍ତ କରିବା ପାଇଁ ଉଠାଇଥିଲେ ବଡ ପଦକ୍ଷେପ । ତିନ ତଲାକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମୁସଲମାନ ମହିଳା ବିବାହ ଅଧିକାର ସଂରକ୍ଷଣ ବିଧେୟକ 2019କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ କରାଇଥିଲେ । ଅଗଷ୍ଟ ପହିଲାରେ ଏହା ଆଇନରେ ପରିଣତ ହୋଇଥିଲା ।

ଏହାପରେ 10 ଜାନୁଆରୀ 2020ରେ ନାଗରିକତା ସଂଶୋଧନ ଆଇନ ଆଣିଥିଲେ ସରକାର । ଏହି ଆଇନ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଓ ଅନ୍ୟଦେଶରେ ରହୁଥିବା ହିନ୍ଦୁ, ଶିଖ, ପାରସୀଙ୍କୁ ଭାରତୀୟ ନାଗରିକତା ମିଳିବ । ଏହି ଆଇନରେ କରାଯାଇଥିବା ପରିବର୍ତ୍ତନ ଯୋଗୁଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ଏହା ସତ୍ତ୍ବେ ନିଜ ନିଷ୍ପତ୍ତିରୁ ପଛକୁ ହଟିନଥିଲେ ସରକାର ।

ଅର୍ଥନୈତିକ କ୍ଷେତ୍ରରେ ମଧ୍ୟରେ ନିଜ ଶାସନକାଳରେ ଅନେକ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ସାତ ବର୍ଷ ମଧ୍ୟରେ ସବୁଠାରୁ ସାହସିକ ଅର୍ଥନୈତିକ ପଦକ୍ଷେପ ହେଉଛି 10ଟି ରାଷ୍ଟ୍ରାୟତ ବ୍ୟାଙ୍କର ବଡ ବ୍ୟାଙ୍କ ସହିତ ମିଶ୍ରଣ । ଏହାଦ୍ବାରା ୱାର୍କଫୋର୍ସର ଉପଯୁକ୍ତ ବ୍ୟବହାର ହେବା ସହିତ ଏବଂ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଲା । ହେଲେ ସରକାରଙ୍କ ଏହି ସମସ୍ତ କାର୍ଯ୍ୟର ପ୍ରଭାବ ତଥା ବିଶ୍ବ ଅର୍ଥନୈତିକ ସଙ୍କଟ ଯୋଗୁଁ ଭାରତୀୟ ଅର୍ଥନୀତିରେ ସମସ୍ୟା ବଢିଚାଲିଛି। ଅର୍ଥନୀତିରେ କୌଣସି ବୈପ୍ଳବିକ ସଂସ୍କାର ହେବାକୁ ଯାଉଛି ବୋଲି ମୋଦି ସରକାରଙ୍କ ସାଧାରଣ ବଜେଟରୁ ଜଣାପଡିନାହିଁ । ସରକାରଙ୍କ ନୀତିକୁ ନେଇ ମଧ୍ୟବିତ୍ତ ଶ୍ରେଣୀରେ ନିରାଶା ଦେଖାଦେଇଥିଲା। ମୋଦି ସରକାରଙ୍କ ପାଇଁ ଅର୍ଥିତ ଚ୍ୟାଲେଞ୍ଚ କ୍ରମାଗତ ବଡ ହେବାରେ ଲାଗିଛି । କୋରୋନା ଭାଇରସର ପ୍ରଥମ ଲହରୀରେ ମହାମାରୀ ବିସ୍ତାରକୁ ରୋକିବା ପାଇଁ ଲାଉଡାଉନ ନିଷ୍ପତ୍ତି ଅର୍ଥନୀତିର ଅବସ୍ଥାକୁ ଆହୁରି ବିଗାଡି ଦେଇଥିଲା । ଏଭଳି ପରିସ୍ଥିତିରେ ସରକାର ଆତ୍ମନିର୍ଭର ହେବା ଦିଗରେ ପଦକ୍ଷେପ ନେଇଥିଲେ ।

7 ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଅନେକ ଉପଲବ୍ଧି ରହିଥିବା ବେଳେ ସାମ୍ନାରେ ରହିଛି ବଡ ବଡ ଚ୍ୟାଲେଞ୍ଜ । ଏହି ସବୁ ଚ୍ୟାଲେଞ୍ଜର ମୁକାବିଲା କରି ସରକାର ଆଗକୁ ବଢିବାକୁ କଣ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.