ETV Bharat / bharat

ପୁଣି ବିହାରରେ ଆଶ୍ଚର୍ଯ୍ୟଜନକ ଚୋରି, ନେଇଗଲେ ମୋବାଇଲ ଟାଓ୍ବର

author img

By

Published : Jan 19, 2023, 10:04 PM IST

ବିହାରରେ ପୁଣି ମୋବାଇଲ ଟାଓ୍ବର ଚୋରି । କମ୍ପାନୀ କର୍ମଚାରୀ କହି ଖୋଲି ନେଲେ ଟାଓ୍ବର । ଅଧିକ ପଢନ୍ତୁ

ପୁଣି ବିହାରରେ ଆଶ୍ଚର୍ଯ୍ୟଜନକ ଚୋରି
ପୁଣି ବିହାରରେ ଆଶ୍ଚର୍ଯ୍ୟଜନକ ଚୋରି
ପୁଣି ବିହାରରେ ଆଶ୍ଚର୍ଯ୍ୟଜନକ ଚୋରି, ନେଇଗଲେ ମୋବାଇଲ ଟାଓ୍ବର

ପାଟନା: ବିହାରରେ ଅସମ୍ଭବ ମନେ ହେଉଥିବା ଚୋରି ବି ସମ୍ଭବ । ପୂର୍ବରୁ କିଛି ଏପରି ଚୋରି ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ପୁଣି ଏକ ବିରଳ ଚୋରି ଦେଖିବାକୁ ମିଳିଛି । ଘର ଛାତରେ ଛିଡା ହୋଇଥିବା ମୋବାଇଲ ଟାଓ୍ବର ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ରାଜଧାନୀ ପାଟନାର ପିରହୋର ପୋଲିସ ଷ୍ଟେସନ ଏରିଆରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାର ପରିସରରେ ରହିଛି । ତେବେ ଦୁର୍ବୃତ୍ତମାନେ ଟାଓ୍ବର କମ୍ପାନୀର କର୍ମଚାରୀ କହି ଟାଓ୍ବରକୁ ଖୋଲି ନେଇଛନ୍ତି । କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ପରେ ଉଭୟ କମ୍ପାନୀ ଓ ସମ୍ପୃକ୍ତ ଘର ମାଲିକ ଏବେ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।

ଘର ମାଲିକଙ୍କ ପୁଅ ଅନୱାରଙ୍କ ସୂଚନା ଅନୁସାରେ, ତାଙ୍କ ଘର ଛାତ ଉପରେ 2006ରେ ଏୟାରସେଲ କମ୍ପାନୀ ଏକ ମୋବାଇଲ୍ ଟାୱାର ସ୍ଥାପନ କରିଥିଲା । ପରେ ଏହାକୁ GTL କମ୍ପାନୀ କିଣି ନେଇଥିଲା । ହେଲେ ଉକ୍ତ କମ୍ପାନୀ ସେମାନଙ୍କୁୁ ନିୟମିତ ଲିଜ୍‌ ଟଙ୍କା ପ୍ରଦାନ କରୁନଥିଲା । ଗତ କିଛି ମାସର ଲିଜ ଟଙ୍କା ବକେୟା ଥିବା କାରଣରୁ ସେମାନେ କମ୍ପାନୀକୁ ବାରମ୍ବାର ଅଭିଯୋଗ କୁରଥିଲେ । ତେବେ ଗତକାଲି ରାତିରେ କିଛି ବ୍ୟକ୍ତି କମ୍ପାନୀର କର୍ମଚାରୀ ବୋଲି ପରିଚୟ ଦେଇ ଟାଓ୍ବାର ଖୋଲି ନେବାକୁ ଆସିଥିବା କହିଥିଲେ । ଟଙ୍କା ମିଲୁନଥିବାରୁ ଟାଓ୍ବାର ଖୋଲି ନେଲେ ଛାତ ଖାଲି ହୋଇପାରିବା ଆଶାରେ ଅନୱାରଙ୍କ ପରିବାର ଏଥିରେ ସହମତି ମଧ୍ୟ ପ୍ରକାଶ କରିଥିଲେ । ସେମାନେ ମାତ୍ର କିଛି ଘଣ୍ଟା ମଧ୍ୟରେ ଟାଓ୍ବର ଖୋଲି ଯନ୍ତ୍ରାଂଶ ଧରି ଚାଲିଯାଇଥିଲେ ।

ହେଲେ ସକାଳ ହେବା ପରେ ସେମାନେ କମ୍ପାନୀର କୌଣସି କର୍ମଚାରୀ ହୋଇନଥିବା ଜଣାପଡିଥିଲା । ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା । ସେମାନେ କୌଣସି କର୍ମଚାରୀ ପଠାଇନଥିବା କହିବା ପରେ ଏହା ଏକ ଚୋରି ବୋଲି ସ୍ପଷ୍ଟ ହୋଇଥିଲେ ଅନୱାରଙ୍କ ପରିବାର । ଏବେ ମାମଲା ଥାନାରେ ପହଞ୍ଚିଛି । କନଓ୍ବାରଙ୍କ ପରିବାର ସହ କମ୍ପାନୀର ମ୍ୟାନେଜର ମଧ୍ୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୂର୍ବରୁ ମଧ୍ୟ ବିହାରରେ ମୋବାଇଲ ଟାଓ୍ବର ଓ ବେଗୁସରାଇ ଜଙ୍କସନରୁ ରେଳ ଇଞ୍ଜିନ ଚୋରି ହୋଇଯାଇଥିବା ପରି ଖବର ସାମ୍ନାକୁ ଆସିଥିଲା । ହେଲେ ରେଳ ଲୋକୋମୋଟିଭ ଚୋରି ଘଟଣାକୁ ରେଳବାଇ ଅସ୍ବୀକାର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.