ଲକ୍ଷ୍ନୌ: ଏଣିକି ମୋବାଇଲ ଚୋରି କଲେ ପସ୍ତେଇବେ ମୋବାଇଲେ ଲୁଟେରା । କାରଣ ବାରାଣାସୀ ଜିଲ୍ଲାର ଦୁଇଜଣ ଯୁବକ ଏଭଳି ଏକ ଆପ୍ ବିକଶିତ କରିଛନ୍ତି ଯାହାଦ୍ବାରା ଅତି ସହଜରେ ମୋବାଇଲ ଲୋକେସନ ଟ୍ରାକ୍ କରି ହେବ । ସାଧାରଣତଃ ଏକ ମୋବାଇଲ ହଜିଲେ କିମ୍ବା ଚୋରି ହେଲେ ଆମକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ।
ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ବାରାଣାସୀର ଦୁଇଜଣ ଇଞ୍ଜିନିୟର ବନ୍ଧୁ ଏକ ଆପ୍ଲିକେଶନ ବିକଶିତ କରିଛନ୍ତି । ଏହି ଆପ୍ଲିକେଶନର ନାମ ହେଉଛି 9 CMS Anti Theft । ଏହି ଆପ୍ଲିକେଶନ ଦ୍ବାରା ଚୋର ମୋବାଇଲକୁ ଚାହିଁଲେ ବନ୍ଦ ବନ୍ଦ କରି ପାରିବ ନାହିଁ । ତାଛଡ଼ା ଆପ୍ଲିକେଶନ ଜରିଆରେ ମୋବାଇଲ ଲଗାତାର ଲୋକେସନ ସେୟାର କରିବାକୁ ଲାଗିବ । ଆପ୍ଲିକେଶନରେ ମହିଳା ସୁରକ୍ଷା ଉପରେ ଯଥେଷ୍ଟ ଦୃଷ୍ଟି ଦିଆଯାଇଛି ।
ଜଣେ ମହିଳା କୌଣସି ସମସ୍ୟାରେ ପଡ଼ିଲେ ଏହି ଆପ୍ଲିକେଶନ ଜରିଆରେ ତାଙ୍କ ଲୋକେସନ ଟ୍ରାକ୍ କରିହେବ । ଆପ୍ଲିକେଶନ ଇନ୍ଷ୍ଟଲ ଥିଲେ ପାୱାର ବଟନକୁ ତିନିଥର ପ୍ରେସ୍ କଲେ ୧୦୦ ଜଣଙ୍କୁ ଜରୁରୀକାଳୀନ(Emergency) ମେସେଜ ଆପେଆପେ ଚାଲିଯିବ । ଦୁଇ ଯୁବ ଇଞ୍ଜିନିୟର ବିଦେଶରେ ପଢ଼ା ଶେଷ କରିବା ପରେ ଭାରତ ଫେରି ଆସିଥିଲେ । ଏହି ଆପ୍ଲିକେଶନ ତିଆରି କରିବାକୁ ଉଭୟଙ୍କୁ ପ୍ରାୟ ୧ ବର୍ଷ ସମୟ ଲାଗିଥିଲା । ସମାଜରେ ମହିଳାଙ୍କୁ ସୁରକ୍ଷା ଦେବାକୁ ବିଶେଷ ଭାବରେ ଏହି ଆପ୍ଲିକେଶନ ବିକଶିତ କରାଯାଇଥିବା କଥା କହିଛନ୍ତି ଦୁଇ ଯୁବ ଇଞ୍ଜିନିୟର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ