ETV Bharat / bharat

ନିର୍ବାଚନରେ ଟିକେଟ୍ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, MNS ନେତା ଗିରଫ

author img

By

Published : Sep 14, 2022, 10:46 AM IST

ନିର୍ବାଚନରେ ମହିଳାଙ୍କୁ ଟିକେଟ୍ ଦେବାକୁ କହି ଦୁଷ୍କର୍ମ ଅଭିଯୋଗ । ମହାରାଷ୍ଟ ନବନିର୍ମାଣ ସେନା ନେତା ଗିରଫ । ଅଧିକ ପଢନ୍ତୁ

ନିର୍ବାଚନରେ ଟିକେଟ୍ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ,  MNS ନେତା ଗିରଫ
ନିର୍ବାଚନରେ ଟିକେଟ୍ ଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ, MNS ନେତା ଗିରଫ

ମୁମ୍ବାଇ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ଗିରଫ(MNS leader held for raping a woman) । ମଙ୍ଗଳବାର ମୁମ୍ବାଇ ପୋଲିସ MNS ନେତା ବୃଶାନ୍ତ ୱାଡକେଙ୍କୁ ଗିରଫ କରିଛି । ମୁମ୍ବାଇ ପୌରପାଳିକା ନିର୍ବାଚନରେ ଟିକେଟ୍ ଦେବାକୁ ପ୍ରଲୋଭନ ଦେଖାଇ ୱାଡକେଙ୍କୁ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି । ଏନେଇ ପୀଡିତା ମୁମ୍ବାଇ ସ୍ଥିତ ଭିପି ମାର୍ଗ ଥାନା(VP Marg Police Station)ରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରିଛି ।

ପୀଡିତା ମହିଳା ଅଭିଯୋଗ କରିଛନ୍ତି ଯେ, ''ଗତବର୍ଷ ଅଭିଯୁକ୍ତ ବୃଶାନ୍ତ ୱାଡକେ(Vrushant Wadke) ତାଙ୍କ ସହ ଯୋଗାଯୋଗ କରିଥିଲେ । ଆଗାମୀ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ ନିର୍ବାଚନ (BMC election)ରେ ତାଙ୍କୁ ଦଳରୁ ଟିକେଟ୍ ଦେବାକୁ ପ୍ରଲୋଭନ ଦେଖାଇଥିଲେ । ଏମଏନଏସ ନେତା କହିଥିଲେ ଯେ, ପାର୍ଟି ଜଣେ ମହିଳା ପ୍ରତିନିଧି ଚାହୁଁଛି ଏବଂ ସେ ଏଥିପାଇଁ ଆଦର୍ଶ ପ୍ରାର୍ଥିନୀ ସାବ୍ୟସ୍ତ ହେବେ । ଏହାପରେ ଅନେକ ଥର ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ଟିକେଟ୍ ଦେବାକୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିଲେ ୱାଡକେ ।''

ଏହାମଧ୍ୟ ପଢନ୍ତୁ: ବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍

୨୦୨୧ ସେପ୍ଟେମ୍ବରୁ ଚଳିତ ବର୍ଷ ଜୁଲାଇ ଯାଏଁ ବୃଶାନ୍ତ ୱାଡକେ ମହିଳାଙ୍କୁ ଶୋଷଣ କରିଥିଲେ । ଅନେକ ସମୟରେ ତାଙ୍କୁ ଧମକ ଚମକ ମଧ୍ୟ ଦେଉଥିଲେ । ଶେଷରେ ପୀଡିତା ମହିଳା ଥାନାକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ବୃଶାନ୍ତ ୱାଡକେ ଗିରଗାଓଁ ଅଞ୍ଚଳ ନିବାସୀ ଅଟନ୍ତି । ପୋଲିସ ତାଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୭୬, ୫୦୦ ଏବଂ ୪୨୦ ଅଧିନରେ ମାମଲା ରୁଜୁ କରି ଗିରଫ କରିଛି । ବର୍ତ୍ତମାନ ସେ ପୋଲିସ ହେପାଜତରେ ଅଛନ୍ତି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.